Elderly Woman Found Dead ଗାଁ ପାଖ ନାଳରୁ ବୃଦ୍ଧାଙ୍କ ଶବ ଉଦ୍ଧାର, ହତ୍ୟା ଅଭିଯୋଗ

Nov 18, 2026 - 18:18
Elderly Woman Found Dead ଗାଁ ପାଖ ନାଳରୁ ବୃଦ୍ଧାଙ୍କ ଶବ ଉଦ୍ଧାର, ହତ୍ୟା ଅଭିଯୋଗ

କଳାବାଡିଆ: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଚାକିଡି ଗାଁ ନିକଟ ଏକ ନାଳ (ମଧ୍ୟମ ଝରଣା) ନିକଟରୁ ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ବୃଦ୍ଧାଙ୍କ ନାମ ରାନୀ ଫୁର୍ତ୍ତି (୬୫) ବୋଲି ଜଣାଯାଇଛି।

ତେବେ ଏହା ଏକ ହତ୍ୟା ବୋଲି ବୃଦ୍ଧାଙ୍କ ପୁଅ ଅଭିଯୋଗ କରିଛନ୍ତି।

Advertisment ନୟାପଲ୍ଲୀ ବୃଦ୍ଧା ହତ୍ୟା ଓ ଲୁଟ ମାମଲାରେ ଆସିଲା ସାଂଘାତିକ ତଥ୍ୟ, ଲୁଟେରାର ୨୫ ପ୍ରେମିକା ମୃତକାଙ୍କ ପୁଅ ଲୁବିନ ଏନେଇ ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ ଭିତ୍ତିରେ ପୁଲିସ ଫରେନ୍‌ସିକ୍‌ ଟିମ୍‌ ସହ ଯାଇ ଅନୁସନ୍ଧାନ କରିଛି।

ଏନେଇ ନଂ୨୯୨/୨୫ ମାମଲା ରୁଜୁ ହୋଇଛି।

ବ୍ୟବଚ୍ଛେଦ ନିମନ୍ତେ ବାରିପଦା ପଠାଯାଇଛି।

ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଥାନା ଅଧିକାରୀ ପଞ୍ଚାନନ ମହାନ୍ତି କହିଛନ୍ତି।

କୋରକୋଣ୍ଡାରେ ବୃଦ୍ଧାଙ୍କୁ ହତ୍ୟା ପୂର୍ବରୁ ଦୁଷ୍କର୍ମ କରିଥିଲେ ଅଭିଯୁକ୍ତ: ପୁଲିସ ସୂଚନାନୁସାରେ, ଚାକିଡି ପଞ୍ଚାୟତ ଚାକିଡି ଗ୍ରାମର ଲୁବିନ ଫୁର୍ତ୍ତି ବାହାରେ କାମ କରନ୍ତି।

ଗାଁ ଘରେ ତାଙ୍କ ପତ୍ନୀ ଓ ବୃଦ୍ଧାମା ରାନୀ ରହନ୍ତି ।

ମଙ୍ଗଳବାର ରାତି ରାନୀ ଗାଁକୁ ବୁଲିବାକୁ ଯାଇଥିଲେ।

ଏହାପରେ ସେ ଘରକୁ ଫେରିନଥିଲେ।

କାହା ଘରେ ରାତି କଟାଇଥିବା ଭାବି ବୋହୁ ଖୋଜାଖୋଜି କରି ନଥିଲେ।

ବୁଧବାର ସକାଳୁ ରାନୀଙ୍କ ଶବ ଏକ ନାଳ ପାଖରେ ପଡି଼ଥିଲା ।

ବେକ ରେ ଏକ ଚୁନୁରୀ ବନ୍ଧା ହୋଇ ଥିବାରୁ କେହି ତାଙ୍କୁ ଗଳା ଚିପି ହତ୍ୟା କରିଥିବା ପୁଅ ଅଭିଯୋଗ କରିଛନ୍ତି।।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)