EIC ପରିଚୟପତ୍ର ସହ ଆଧାର ଲିଙ୍କ ବାଧ୍ୟତାମୂଳକ

Sep 08, 2026 - 21:10
EIC ପରିଚୟପତ୍ର ସହ ଆଧାର ଲିଙ୍କ ବାଧ୍ୟତାମୂଳକ

"ନୂଆଦିଲ୍ଲୀ: କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‌ଆଇସି) ହିତାଧିକାରୀମାନଙ୍କୁ ସେମାନଙ୍କ ପରିଚୟପତ୍ର (ଇଏସ୍‌ଆଇସି ପେହଚାନ କାର୍ଡ) ସହ ଆଧାର କାର୍ଡ ଲିଙ୍କ୍‌ କରିବାକୁ ପଡ଼ିବ।

ଇଏସ୍‌ଆଇସିର ବିଭିନ୍ନ ସୁବିଧା ପାଇବା ଲାଗି‌ ସେମାନଙ୍କୁ ଆଧାର ପ୍ରମାଣୀକରଣ କରିବାକୁ ପଡ଼ିବ।

ସାମାଜିକ ସୁରକ୍ଷା ସଂହିତା ୨୦୨୦ର ଧାରା ୧୪୨ ଅଧୀନରେ ଏହାକୁ ବାଧ୍ୟତାମୂଳକ କରାଯାଇଛି ବୋଲି ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Advertisment ବିଭିନ୍ନ ପ୍ରକାର କଳକାରଖାନା ଓ ସଂସ୍ଥାରେ କାର୍ଯ୍ୟ କରୁଥିବା ଯୋଗ୍ୟ କର୍ମଚାରୀମାନଙ୍କୁ ଇଏସ୍‌ଆଇସି ତରଫରୁ ସାମାଜିକ ସୁରକ୍ଷା ଓ ସ୍ବାସ୍ଥ୍ୟସେବା ସୁବିଧା ଯୋଗାଇ ଦିଆଯାଉଛି।

ମାସିକ ୨୧ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ପାଉଥିବା କର୍ମଚାରୀମାନଙ୍କୁ ଏହି ସ୍କିମ୍‌ରେସୋମିଲ କରାଯାଇଛି।

କିନ୍ତୁ ଦିବ୍ୟାଙ୍ଗ କର୍ମଚାରୀଙ୍କ କ୍ଷେତ୍ରରେ ଦରମା ସୀମାକୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ଅଗଷ୍ଟ ୨୮ରେ ସୁଭଦ୍ରା ଯୋଜନାର ୫ମ କିସ୍ତି: ୧.୦୩ କୋଟି ହିତାଧିକାରୀଙ୍କୁ ମିଳିବ ୫,୧୬୦ କୋଟିରୁ ଅଧିକ ଇଏସ୍‌ଆଇସି ୱେବ୍‌ସାଇଟ୍‌ ଜରିଆରେ ହିତାଧିକାରୀମାନେ ସେମାନଙ୍କ ଆଧାର ଲିଙ୍କ କରାଇପାରିବେ।

ଇଏସ୍‌ଆଇସି ତରଫରୁ ଅସୁସ୍ଥତା କିମ୍ବା ସାମୟିକ ଭିନ୍ନକ୍ଷମ, କାମ କରିବା ବେଳେ ଆଘାତ ଯୋଗୁଁ ସମ୍ପୂର୍ଣ୍ଣ ଭିନ୍ନକ୍ଷମ ହୋଇପଡ଼ିଲେ ଦିବ୍ୟାଙ୍ଗ ପେନସନ, ନିଯୁକ୍ତି ସମ୍ପର୍କିତ ଆଘାତରୁ କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ନିର୍ଭରଶୀଳ ଲୋକମାନଙ୍କୁ ଆର୍ଥିକ ସହାୟତା ଆଦି ଦିଆଯାଉଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)