Egg prices decline 20%: ୨୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଲା ଅଣ୍ଡାଦର!
ନୂଆଦିଲ୍ଲୀ: ଶୀତଋତୁ ଆସିଯାଇଛି ଏବଂ ଏହି ସମୟରେ ଅନେକ ଲୋକ ନିଜ ଜଳଖିଆରେ ଅଣ୍ଡା ସାମିଲ କରିବାକୁ ପସନ୍ଦ କରନ୍ତି।
ଅଣ୍ଡାକୁ ପ୍ରୋଟିନର ଏକ ଭଲ ଉତ୍ସ ବୋଲି ମଧ୍ୟ ବିବେଚନା କରାଯାଏ।
ତେଣୁ, ଯେଉଁମାନେ ଅଣ୍ଡା ଖାଆନ୍ତି ସେମାନଙ୍କ ପାଇଁ ଖୁସି ଖରବ।
କାରଣ ଗତ କିଛି ଦିନ ମଧ୍ୟରେ ଅଣ୍ଡା ଦର ୧୦ ରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଛି।
Advertisment କାହିଁକି କମିଲା ଅଣ୍ଡା ଦର ସୂଚନାଯୋଗ୍ୟ, ତାମିଲନାଡୁର ନାମକ୍କାଲରେ ଅଣ୍ଡା ଦର ସବୁଠାରୁ ଅଧିକ ହ୍ରାସ ପାଇଛି।
ସେଠାରେ ଗୋଟିଏ ଅଣ୍ଡାର ଦାମ୍ ପୂର୍ବରୁ ୬.୭୦ ଟଙ୍କା ଥିବାବେଳେ ବର୍ତ୍ତମାନ ତାହା ୫.୬୦ ଟଙ୍କାକୁ ଖସି ଆସିଛି।
ନାମକ୍କାଲ ଅଣ୍ଡା ବ୍ୟବସାୟର ଏକ ପ୍ରମୁଖ କେନ୍ଦ୍ର ।
ଏଠାରୁ ବହୁ ପରିମାଣର ଅଣ୍ଡା ବିଦେଶକୁ ରପ୍ତାନି କରାଯାଇଥାଏ।
ନଭେମ୍ବର ମାସରେ ତାମିଲନାଡୁର କୁଡ୍ଡାଲୋର ଜିଲ୍ଲାରେ ବାର୍ଡ ଫ୍ଲୁ (ପକ୍ଷୀ ଜ୍ୱର) ଦେଖାଦେଇଥିଲା।
ଏହା ପରେ, ପ୍ରଭାବିତ ଅଞ୍ଚଳରେ ପକ୍ଷୀମାନଙ୍କୁ ମାରିବା ଏବଂ କୁକୁଡ଼ା ପାଳନ ଉପରେ ୯୦ ଦିନିଆ କଟକଣା ଲଗାଇବା ଭଳି ପଦକ୍ଷେପ ନିଆଯାଇଥିଲା।
ଏହାର ପ୍ରଭାବ ଅଣ୍ଡା ରପ୍ତାନି ଉପରେ ପଡ଼ିଛି।
ବାର୍ଡ ଫ୍ଲୁ କାରଣରୁ ଅନ୍ୟ ଦେଶକୁ ଅଣ୍ଡା ରପ୍ତାନି ବାଧାପ୍ରାପ୍ତ ହୋଇଛି।
ଫଳସ୍ୱରୂପ, ଯେଉଁ ଅଣ୍ଡାଗୁଡ଼ିକ ବିଦେଶୀ ବଜାର ପାଇଁ ଉଦ୍ଦିଷ୍ଟ ଥିଲା, ସେଗୁଡ଼ିକ ବର୍ତ୍ତମାନ ଭାରତ ଭିତରେ ବିକ୍ରି ହେଉଛି।
ଏହା ଫଳରେ ଦେଶୀୟ ବଜାରରେ ଅଣ୍ଡା ଉପଲବ୍ଧତା ବହୁଳ ଭାବରେ ବୃଦ୍ଧି ପାଇଛି।
ଏହା ବ୍ୟତୀତ, ଚାହିଦା କମିଯିବା ମଧ୍ୟ ଦର ହ୍ରାସ ପାଇବାର ଅନ୍ୟ ଏକ କାରଣ ବୋଲି ଧରାଯାଇଛି।
ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଭାରତରୁ ରପ୍ତାନି ହେଉଥିବା ମୋଟ ଅଣ୍ଡାର ୯୦ ପ୍ରତିଶତ ବାର୍ଡ ଫ୍ଲୁ (ପକ୍ଷୀ ଜ୍ୱର) ଖବର ପରେ,୧୫ ରୁ ୨୦ ଲକ୍ଷକୁ ଖସି ଆସିଛି।
ଅଣ୍ଡା ଦର ହ୍ରାସ ପାଇବା ଫଳରେ ମୁଖ୍ୟତଃ କୁକୁଡ଼ା ଚାଷୀମାନେ ପ୍ରଭାବିତ ହୋଇଛନ୍ତି, କାରଣ ପୂର୍ବ ତୁଳନାରେ ବର୍ତ୍ତମାନ ସେମାନଙ୍କୁ ଅଣ୍ଡା ବିକ୍ରିରୁ କମ୍ ଆୟ ମିଳୁଛି।
ଏହା ବ୍ୟତୀତ, କୁକୁଡ଼ା ଖାଦ୍ୟର ମୂଲ୍ୟ ବୃଦ୍ଧି ପାଇଥିବାରୁ ଚାଷୀଙ୍କ ପରିଚାଳନାଗତ ଖର୍ଚ୍ଚ ମଧ୍ୟ ବଢ଼ିଯାଇଛି।
ଆମ ସରକାର ନୂଆପଡ଼ା ଓ ନୟାଗଡ଼ରେ ୨ଟି ନୂଆ ହୋମିଓପାଥିକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି: ମୁଖ୍ୟମନ୍ତ୍ରୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
