Judgement: ହତ୍ୟା ମାମଲାର ଅଭିଯୁକ୍ତକୁ ୬ ବର୍ଷ ଜେଲଦଣ୍ଡ
"ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଏବଂ ଦୌରାଜଜ କୋର୍ଟରେ ଚାଳିଥିବା ଏକ ହତ୍ୟା ମାମଲାର ବିଚାର କରି ଜିଲ୍ଲା ଏବଂ ଦୌରାଜଜ ସଂଗ୍ରାମ କେଶରୀ ପଟ୍ଟନାୟକ ୨୮ଜଣ ସାକ୍ଷ୍ୟଙ୍କ ବୟାନକୁ ଭିତ୍ତି କରି ତେନ୍ତୁଳୀଖୁଣ୍ଟି ଥାନା ଅନ୍ତର୍ଗତ ପିତାକୁମୁଲି ଗ୍ରାମର ଅଭିଯୁକ୍ତ ହରି ଶିରାକୁ ଭାରତୀୟ ନ୍ୟାୟ ସଂହିତା ର ଧାରା ୧୧୮(୨) ରେ ଦୋଷୀ ସାବ୍ୟସ୍ତ କରି ୬ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦,୦୦୦/- ଟଙ୍କା ଜରିମାନା ଦେବାକୁ ଆଦେଶ ଦେଇଛନ୍ତି।
ଜରିମାନା ଅନାଦେୟ ହେଲେ ଆହୁରି ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି।
Advertisment ମାମଲାରୁ ଜଣାଯାଏ ଯେ, ୨୦୨୪ମସିହା ଅକ୍ଟୋବର ୧୪ତାରିଖ ଦିନ ଗୋଟାଏ ବେଳେ ଅଭିଯୁକ୍ତ ହରି ଶିରା ମୃତକ ହୀରା ଭତରା ଘରକୁ ଯାଇ ତାକୁ ଅଭଦ୍ର ଭାଷା ରେ ଗାଳି ଗୁଲଜ କରିବା ସହ ହୀରାର ଶାଢ଼ି ଟଣା ଟାଣି କରିଥିଲା।
ଗୋଟିଏ ପିଜୁଳି ବାଡ଼ିରେ ତାକୁ ଆକ୍ରମଣ କରି ତା ମୁଣ୍ଡ ଏବଂ ଦେହରେ ଆଘାତ କଲା ଯାହା ଫଳରେ ସେ ଘଟଣା ସ୍ଥଳରେ ପଡିଗଲା।
Pakistan: ପାକିସ୍ତାନରେ ଏକଛତ୍ରବାଦୀ ଶାସନ!: ମାହରାଙ୍ଗ ବାଲୁଚ୍ଙ୍କୁ ଆଜୀବନ କାରାଦଣ୍ଡ, ରାଜରାସ୍ତାକୁ ଓହ୍ଲାଇଲେ ଲୋକେ ତା ଝିଅ ଚନ୍ଦ୍ରା ଭତରା ସଂଗେସଂଗେ ତେନ୍ତୁଳିଖୁଣ୍ଟି, ନବରଙ୍ଗପୁର , କୋରାପୁଟ ସହିଦଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ଶେଷରେ ଘଟଣାର ୧୫ ଦିନ ପରେ ଜୟପୁର ଉଷା ହସ୍ପିଟାଲରେ ହୀରା ଭତରାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇ ଥିଲା।
ପୁଲିସ ଅଭିଯୁକ୍ତକୁ ଗିରଫ କରି ଦଫା ୩୦୨ରେ କୋର୍ଟକୁ ଚାଳାଣ କରିଥିଲେ।
ତେବେ ଚିକିତ୍ସାରେ ଅବହେଳା ତଥା ଘଟଣାର ୧୫ଦିନ ପରେ ହୀରା ମୃତ୍ୟୁବରଣ କରିଥିବା ଏବଂ ମୃତ୍ୟୁର କାରଣକୁ ନେଇ ଉପଯୁକ୍ତ ସାକ୍ଷ୍ୟ ନ ମିଳିବାରୁ ଜିଲ୍ଲା ଏବଂ ଦୌରାଜଜ ଅଭିଯୁକ୍ତକୁ ୬ବର୍ଷ ସଶ୍ରମକାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ଏହି ମାମଲାକୁ ପବ୍ଲିକ ପ୍ରସିକ୍ଯୁଟର ମନୋଜ କୁମାର ଏକ୍କା ପରିଚାଳନା କରୁଥିଲେ ବେଳେ ଡେପୁଟି ଡାଇରେକଟର ପ୍ରସିକ୍ଯୁସନ ଶୈଳଜା ପଟ୍ଟନାୟକ ତଦାରଖ କରିଥିଲେ।
"