Education: ନବୋଦୟ ୬ଷ୍ଠ ଶ୍ରେଣୀ ପ୍ରବେଶିକା ପରୀକ୍ଷା; ଦିବ୍ୟାଙ୍ଗ ପିଲାଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା
ନୂଆଦିଲ୍ଲୀ: ନବୋଦୟ ବିଦ୍ୟାଳୟ ସମିତି ତରଫରୁ ଶିକ୍ଷା ବର୍ଷ ୨୦୨୭-୨୮ ପାଇଁ ଦେଶବ୍ୟାପୀ ଜବାହର ନବୋଦୟ ବିଦ୍ୟାଳୟ ରେ ୬ଷ୍ଠ ଶ୍ରେଣୀରେ ନାମଲେଖା ପାଇଁ ୨୦୨୬ ନଭେମ୍ବର ୨୮ରେ ପ୍ରବେଶ ପରୀକ୍ଷା ଅନୁଷ୍ଠିତ ହେବ।
ଏହି ପ୍ରବେଶିକା ପରୀକ୍ଷା ଅଫ୍ଲାଇନ୍ ମାଧ୍ୟମରେ ଓଏମ୍ଆର ସିଟ୍ରେ କରାଯିବ।
ପୂର୍ବାହ୍ଣ ୧୧:୩୦ରୁ ପରୀକ୍ଷା ଆରମ୍ଭ ହୋଇ ଅପରାହ୍ଣ ୧ଟା ୩୦ରେ ଶେଷ ହେବ।
Advertisment ନବୋଦୟ ବିଦ୍ୟାଳୟ ସମିତି ଏହି ପରୀକ୍ଷା ପାଇଁ ପ୍ରବେଶ ପତ୍ର (ଆଡମିଟ୍ କାର୍ଡ) ୱେବ୍ସାଇଟ୍ରେ ଜାରି କରିଦିଆଯାଇଥିଲା।
ତେବେ ଅଧିକାଂଶ ପିଲା ପ୍ରଥମ ଥର ପାଇଁ କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷାରେ ସାମିଲ ହେବାକୁ ଯାଉଛନ୍ତି।
ଏଥି ପାଇଁ କେନ୍ଦ୍ରକୁ କୌଣସି ପ୍ରକାରର ଅସୁବିଧାରୁ ବର୍ତ୍ତିବା ପାଇଁ ଅଭିଭାବକ ଏବଂ ପିଲାଙ୍କୁ ରିପୋର୍ଟିଂ ସମୟ, ଜରୁରୀ କାଗଜପତ୍ର ଏବଂ ଓଏମ୍ଆର ସିଟ୍ ସଂପର୍କିତ ମାର୍ଗଦଶନ ପାଳନ କରିବାକୁ ଜରୁରୀ।
ଦିବ୍ୟାଙ୍ଗଙ୍କ ପାଇଁ ବ୍ୟବସ୍ଥା ନଭେମ୍ବର ୨୮ରେ ଏହି ପରୀକ୍ଷା ଦେଶବ୍ୟାପୀ ଭିନ୍ନଭିନ୍ନ କେନ୍ଦ୍ରରେ ଆୟୋଜନ ହେବ।
ଏହି ପରୀକ୍ଷାରେ ସାମିଲ ହେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା କକ୍ଷରେ ପୂର୍ବାହ୍ଣ ୧୧ଟାରେ ପହଞ୍ଚିବାକୁ ପଡ଼ିବ।
ଏହା ପରେ ପହଞ୍ଚୁଥିବା ପିଲାମାନଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ।
କାରଣ ପରୀକ୍ଷା ୧୧:୩୦ରେ ଆରମ୍ଭ ହେବ।
ଏହା ବ୍ୟତୀତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପାଇଁ ଅତିରିକ୍ତ ୪୦ ମିନିଟ ସମୟ ମିଳିବ।
୨୦୨୭ ମାର୍ଚ୍ଚ-ଏପ୍ରିଲରେ ପରୀକ୍ଷାର ଫଳ ଆସିବ।
ସାଥୀରେ କ'ଣ ନେଇକି ଯିବେ?
ପରୀକ୍ଷାରେ ସାମିଲ ହେବାକୁ ଥିବା ଛାତ୍ରଛାତ୍ରୀମାନେ ପ୍ରବେଶପତ୍ରର ପରିଷ୍କାର ପ୍ରିଣ୍ଟ ହାତରେ ରଖିବେ।
ପରୀକ୍ଷାରେ ସାମିଲ ହେବା ପୂର୍ବରୁ ଛାତ୍ରଛାତ୍ରୀ ପରୀକ୍ଷାର ନାମ, ଫଟୋ, ରୋଲନମ୍ବର, ପରୀକ୍ଷା କେନ୍ଦ୍ରର ପୂରା ଠିକଣା ଏବଂ ରିପୋର୍ଟିଂ ପୂର୍ବରୁ ଯାଞ୍ଚ କରନ୍ତୁ।
ପରିଚୟ ପାଇଁ ଆଧାରକାର୍ଡ କିମ୍ବା ସରକାରଙ୍କ ତରଫରୁ ଜାରି କୌଣସି ବୈଧ ପ୍ରମାଣପତ୍ର ସାଥୀରେ ନେବା ବାଧ୍ୟତାମୂଳକ।
ଯଦି ପଂଜୀକରଣ ଆଧାରରେ ସ୍ଥାନରେ ମା'-ବାପାଙ୍କ ସରକାରଙ୍କ ତରଫରୁ ଅନୁମୋଦିତ ନିବାସ ପ୍ରମାଣପତ୍ର ଅପ୍ଲୋଡ କରିଥିଲେ, ତା'ହେଲେ ଏହାକୁ ନେଇକି ଯାଇପାରିବେ।
ପ୍ରବେଶପତ୍ରରେ କୌଣସି ତୃଟି ଥିଲେ ତୁରନ୍ତ ଏସଂପର୍କରେ ଜେଏନ୍ଭି ପ୍ରାଚାର୍ଯ୍ୟଙ୍କ ସହିତ ସଂପର୍କ କରିପାରିବେ।
RIMC: ଆର୍ଆଇଏମ୍ସି ପ୍ରବେଶିକା ପରୀକ୍ଷା ପାଇଁ ସିଟି ଇଣ୍ଟିମେସନ୍ ସ୍ଲିପ୍ ଜାରି, ଜାଣନ୍ତୁ କେମିତି କରିବେ ଡାଉନ୍ଲୋଡ୍...
ଓଏମ୍ଆର ସିଟ୍ ପୂରଣ ନିୟମ ଓଏମ୍ଆର ସିଟ୍ ଉପରେ ଗୋଲ ବୁଲାଇବାକୁ ନୀଳ ଅଥବା କଳା ବଲ୍ ପେନ୍ ପଏଣ୍ଟ କଲମ ବ୍ୟବହାର କରିପାରିବେ।
ପେନସିଲ, ଜେଲ୍ ପେନ୍, ରବର, ହ୍ବାଇଟନର ଅଥବା ସଂଶୋଧନ ଫ୍ୟୁଏଡ ପ୍ରୟୋଗ କରନ୍ତୁ ନାହିଁ।
ପ୍ରତ୍ୟେକ ପ୍ରଶ୍ନ ପାଇଁ କେବଳ ଗୋଟିଏ ବିକଳ୍ପରେ ଗୋଲ ବୁଲାଇବେ ଅପୂର୍ଣ୍ଣ ଗୋଲ୍ ପୂରଣ କିମ୍ବା ଏକାଧିକ ଗୋଲ ଚିହ୍ନ ଥିବା ପ୍ରଶ୍ନ ମୂଲ୍ୟାଙ୍କନ କରାଯିବ ନାହିଁ।
ଗୋଟିଏ ଥର ଗୋଲ୍ ବୁଲାଇଲେ, ଏହାକୁ ସଂଶୋଧନ କରାଯାଇ ପାରିବ ନାହିଁ।
କେଉଁ ଜିନିଷ ନେବେ ନାହିଁ?
ପରୀକ୍ଷା କେନ୍ଦ୍ରରେ ମୋବାଇଲ୍ ଫୋନ୍, ସ୍ମାର୍ଟ ୱାଚ୍, କାଲକୁଲେଟର, ବ୍ଲୁଟୁଥ୍ ଡିଭାଇସି ଅଥବା କୌଣସି ଇଲେକ୍ଟ୍ରୋନିକ୍ସ ଗେଜେଟ, ପୁସ୍ତକ, ନୋଟବୁକ, ଲିଖିତ ନୋଟିସ, ଅନାବଶ୍ୟକ ପେନସିଲ ବକ୍ସ, ଇରେଜର ଏବଂ ହ୍ବାଇଟର ଉପରେ କଟକଣା ରହିଛି।
ପ୍ରତିବନ୍ଧିତ ସାମଗ୍ରୀ ମିଳିଲେ ଛାତ୍ରଛାତ୍ରୀଙ୍କର ପ୍ରାର୍ଥୀତ୍ବ ବାତିଲ ହେବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
