Education: ଖତ ଖାଉଛି କମ୍ପ୍ୟୁଟର; ଅଚଳ ହେଲାଣି ସ୍କୁଲରେ ଇ-ଶିକ୍ଷା

Jul 13, 2026 - 00:45
Education: ଖତ ଖାଉଛି କମ୍ପ୍ୟୁଟର; ଅଚଳ ହେଲାଣି ସ୍କୁଲରେ ଇ-ଶିକ୍ଷା

"ଭଦ୍ରକ (ହରିହର ନାୟକ):  କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଇସିଟି ଯୋଜନାରେ ୨୦୧୩ ମସିହାରେ ହାଇସ୍କୁଲ ସ୍ତରରେ ଆରମ୍ଭ ହୋଇଥିବା କମ୍ପ୍ୟୁଟର ଶିକ୍ଷା ଏବେ ଅଚଳ ହୋଇପଡ଼ିଛି।

ରାଜ୍ୟରେ ୪ହଜାର ବିଦ୍ୟାଳୟରେ ଆଇସିଟି ଯୋଜନାରେ ନିର୍ମିତ ହୋଇଥିବା କମ୍ପ୍ୟୁଟର ଲ୍ୟାବ ଏବେ ଖତ ଖାଉଛି।

ଏହି ଯୋଜନା ଅଚଳ ହୋଇପଡ଼ିବାପରେ ବିଦ୍ୟାଳୟରେ କୌଣସି କମ୍ପ୍ୟୁଟର ଶିକ୍ଷକ ନଥିବାରୁ କଳା ଓ ବିଜ୍ଞାନ ଶିକ୍ଷକ ଉକ୍ତ ଲ୍ୟାବରେ କାମ କରି ପାରୁ ମହାନ୍ତି।

ଫଳରେ ବହୁ କମ୍ପ୍ୟୁଟର ଅଚଳ ହୋଇ ପଡ଼ିଥ‌ିବା ବେଳେ ଅନେକ ସ୍କୁଲରେ କମ୍ପ୍ୟୁଟର ଗୁଡ଼ିକ ଭାଙ୍ଗି ରୁଜୀ ଗଲାଣି।Advertisment ରାଜ୍ୟ ସରକାରଙ୍କ ପକ୍ଷରୁ ୨ୟ ପର୍ଯ୍ୟାୟରେ ୨୦୧୬ ମସିହାରେ ୨୦୦୦ ଇ-ବିଦ୍ୟାଳୟ ଯୋଜନା କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଥିଲା।

ଏଥିପାଇଁ ଓଡ଼ିଶା ମାଧ୍ୟମିକ ଶିକ୍ଷା ଅଭିଯାନ ପକ୍ଷରୁ ୨୦୦୦ ଇ-ବିଦ୍ୟାଳୟ ପାଇଁ କମ୍ପ୍ୟୁଟର ଶିକ୍ଷା ଯୋଜନା ପାଇଁ ପ୍ରସ୍ତୁତି ହୋଇଥିବା ହେଲେ ଗଣଶିକ୍ଷା ବିଭାଗର ଆନ୍ତରିକତା ଅଭାବରୁ ତାହା ଏବେ ପର୍ଯ୍ୟନ୍ତ ଠିକ ଭାବରେ କାର୍ଯ୍ୟକାରୀ ହୋଇପାରୁ ନାହିଁ।

ଫଳରେ ସରକାରଙ୍କ ଘୋଷଣା ଅନୁଯାୟୀ ସ୍କୁଲ ପିଲାଙ୍କୁ ଇ-ବିଦ୍ୟାଳୟ ଯୋଜନାର ସୁଫଳ ମିଳୁନି।

ଉକ୍ତ ଯୋଜନା ପ୍ରତି ନୂତନ ସରକାରଙ୍କ ନଜର ପଡ଼ିବ କେବେ ତାକୁ ନେଇ ପ୍ରଶ୍ନ ଉଠିଛି।

ଇ-କମ୍ପ୍ୟୁଟର ଶିକ୍ଷା ଉପରେ ଅଧିକ ପ୍ରୋତ୍ସାହନ ଦିଆଯିବ ବୋଲି ସରକାରଙ୍କ ଘୋଷଣା କେବଳ ଘୋଷଣାରେ ରହୁଛି।

ବାସ୍ତବରେ ଏହା କାର୍ଯ୍ୟକାରୀ ହୋଇପାରୁନାହିଁ।

କମ୍ପ୍ୟୁଟର ଶିକ୍ଷାର ଏଭଳି ଅବସ୍ଥା ପାଇଁ ଅନେକ ଛାତ୍ର ଛାତ୍ରୀ ନିଜର ଅସନ୍ତୋଷ ପ୍ରକାଶ କରି ଛନ୍ତି।

Accident: କେନ୍ଦୁଝରରୁ ଭଦ୍ରକ ଯାଉଥିବାବେଳେ ଗଛକୁ ଧକ୍କା ଦେଲା ବସ ଅନଲାଇନ ସେବାରେ ନିଜର ପାରଦର୍ଶିତା ପଦର୍ଶନ କରିବାପାଇଁ ଆଶା ବାନ୍ଧି ଥିବା ପିଲାଙ୍କ ପାଇଁ ଏହା ଏବେ ସପ୍ନ ପାଳଟିଛି।

ତେଣୁ ଓଡିଶା- କେବେ ଡିଜିଟାଲ ହେବ ଓ ପ୍ରତ୍ୟେକ ଲୋକ ଘରେ ବସି କିପରି ଭାବରେ ଅନଲାଇନ ସେବା ପାଇପାରିବେ ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଆଇସିଟି ଯୋଜନାରେ ଓଡ଼ିଶା ସରକାର ୨୦୧୩ ମସିହାରେ ରାଜ୍ୟର ୪ହଜାର ହାଇସ୍କୁଲରେ କମ୍ପ୍ୟୁଟର ଶିକ୍ଷାର ଅଭିଯାନ ଆରମ୍ଭକରିଥିଲେ।

ଏଥିପାଇଁ ୮୦୦କୋଟି ଟଙ୍କା ବ୍ୟୟଅଟକଳ ପ୍ରସ୍ତୁତ ହୋଇଥିଲା।

ଏଥିରେ ୭୫ଭାଗ କେନ୍ଦ୍ରର ଓ ୨୫ ଭାଗ ରାଜ୍ୟର ଅବଦାନ ରହିବା ସହ ଅଭିଯାନକୁ ସଫଳ କରାଯିବାର ଲକ୍ଷ୍ୟ ରଖାଯାଇଥିଲା।

ପରବର୍ତ୍ତୀ ପର୍ଯ୍ୟାୟରେ  ୨୦୧୪ ମସିହା ଫେବ୍ରୁଆରି ମାସରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକ୍ତ ଯୋଜନାର ଶୁଭାରମ୍ଭ କରିଥିଲେ।

ଉକ୍ତ ଯୋଜନା ମାଧ୍ୟମରେ ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ କମ୍ପ୍ୟୁଟର ଶିକ୍ଷାରେ ନିଜର ପାରଦର୍ଶିତା ପ୍ରଦର୍ଶନ କରିବା ଏହାର ମୁଖ୍ୟ ଲକ୍ଷ୍ୟ ଥିଲା।

ସେଥ‌ିପାଇଁ ଆଉଏଲଏଫଏସ ଓ ଟିସିଆଇଏଲ ସଂସ୍ଥାକୁ ଶିକ୍ଷକ ନିଯୁକ୍ତି ଦାୟିତ୍ବ ପ୍ରଦାନ କରାଯାଇଥିବାବେଳେ ଓଜେସିଏଲକୁ ଶିକ୍ଷକମାନଙ୍କୁ ତାଲିମ ଦେବା ସହ "ଇ- କମ୍ପ୍ୟୁଟର ଶିକ୍ଷା ର  ତଦାରଖ ଦାୟିତ୍ବ ଦିଆଯାଇଥିଲା।

ହେଲେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଇସିଟିର ୫ବର୍ଷିଆ ଅବଧୂ ଶେଷ ହେବାପରେ ଭକ୍ତ ଯୋଜନା ଠପ ହୋଇଯାଇଛି।

ରାଜ୍ୟ ସରକାର ୨୦୧୬ ମସିହାରେ ଇ-ବିଦ୍ୟାଳୟ ଯୋଜନା ପ୍ରଣୟନ ପାଇଁ ଚେଷ୍ଟା ଆରମ୍ଭ କରିଥିଲେ ମଧ୍ୟ ତାହା ଫାଇଲରେ ବନ୍ଧା ହୋଇ ପଡିଛି।

ଗଣଶିକ୍ଷା ବିଭାଗ ପକ୍ଷରୁ ପିଲାମାନଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ବିଜିଟାଲ ମାଧ୍ୟମରେ କରିବା ପାଇଁ ନିର୍ଦେଶ ଦିଆଯାଇଥିଲେ ମଧ୍ୟ ଏ ନେଇ  ଶିକ୍ଷକମାନଙ୍କ ଜ୍ଞାନ କମ ଥିବାରୁ ସେମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।