Editorial: ସଂଘୀୟ ଶୋଚନା
" ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବହୁଚର୍ଚ୍ଚିତ "କୋଅପରେଟିଭ୍ ଫେଡେରାଲିଜ୍ମ" ("ସହଯୋଗିତାମୂଳକ ସଂଘୀୟ ବ୍ୟବସ୍ଥା")କୁ ଅନୁକରଣ କରି ଏହାର ନାମକରଣ କରାଯାଇପାରେ "କୋଅପରେଟିଭ୍ ଷ୍ଟାଣ୍ଡାର୍ଡାଇଜେସନ୍" ("ସହଯୋଗିତାମୂଳକ ମାନକୀକରଣ")।
ଏହା ଯେ ସମ୍ଭବ, ତାହା "ଜିଏସ୍ଟି"ର ସଫଳ ପ୍ରବର୍ତ୍ତନରୁ ପ୍ରମାଣିତ ହୋଇଛି।
ଆଶ କରାଯାଏ ସରକାର ସଂଘାତର ରାସ୍ତା ପରିତ୍ୟାଗ କରି ଏଭଳି ଏକ ସହଯୋଗର ରାସ୍ତା ଅନୁସରଣ କରିବାକୁ ଆଗେଇ ଆସିବେ।Advertisment Deras: ଡେରାସ୍ ସିଫୁଡ୍ ପାର୍କରେ ମୁଖ୍ୟ ଶାସନ ସଚିବ ବର୍ତ୍ତମାନ ଦେଶର କେତେକ ଖଣିଜ ସଂପଦବହୁଳ ରାଜ୍ୟରେ ତୀବ୍ର ବିରୋଧ ଉଦ୍ରେକ କରିଥିବା "ମାଇନ୍ସ ଆଣ୍ଡ୍ ମିନେରାଲ୍ସ (ଡେଭେଲପ୍ମେଣ୍ଟ ଆଣ୍ଡ୍ ରେଗୁଲେସନ୍) ଆକ୍ଟ, ୧୯୫୭"ରେ ଘଟାଯାଇଥିବା ସଦ୍ୟ ସଂଶୋଧନ ସମ୍ବନ୍ଧରେ ମତାମତ ଦେବାକୁ ହେଲେ ଏହାକୁ କେବଳ ଏକ ଖଣିଜ ସଂସ୍କାର ଉଦ୍ୟମ ରୂପେ ଅନୁଶୀଳନ ନ କରି, ଭାରତର ସଂଘୀୟ ବ୍ୟବସ୍ଥା ପାଇଁ ଏକ ପରୀକ୍ଷା ରୂପେ ମଧ୍ୟ ବିଚାର କରିବା ଯୁକ୍ତିଯୁକ୍ତ ମନେ ହୋଇଥାଏ।
ଏଇ ସଂଶୋଧନକୁ ପାରିତ କରି ପାର୍ଲିଆମେଣ୍ଟ ବର୍ତ୍ତମାନ ଖଣି ଓ ଖଣିଜ ପଦାର୍ଥ ବହନକାରୀ ଭୂମି ଉପରେ ନୂତନ ଟିକସ କିମ୍ବା ମାହାସୁଲ ବସାଇବା ନିମିତ୍ତ ରାଜ୍ୟମାନଙ୍କର ଅଧିକାରକୁ ସଂକୁଚିତ କରିଦେଇଛି, ଯାହା ଏଣିକି କେନ୍ଦ୍ର ସରକାରଙ୍କ ଦ୍ବାରା ନିୟନ୍ତ୍ରିତ ହେବ।କେନ୍ଦ୍ର ସରକାରଙ୍କର କହିବା ଅନୁଯାୟୀ ତାଙ୍କର ଏଇ ପଦକ୍ଷେପ ପଛରେ ନିହିତ ଥିବା ଉଦ୍ଦେଶ୍ୟ ହେଲା ରାଜ୍ୟମାନେ ଲାଗୁ କରୁଥିବା ଟିକସ ବା ମାହାସୁଲ ଆଦିରେ ପରିଦୃଷ୍ଟ ବିବିଧତା ଓ ଅନିଶ୍ଚିତତା ହଟାଇବାରେ ସହାୟକ ହୋଇ ଏଇ ସଂଶୋଧିତ ଆଇନ ଖଣି କ୍ଷେତ୍ରରେ ନିବେଶ ଓ ବ୍ୟବସାୟକୁ ସୁଗମ ତଥା ତ୍ବରାନ୍ବିତ କରିବ।ଅର୍ଥନୈତିକ ଦୃଷ୍ଟିକୋଣରୁ ଏହା ଯଥାର୍ଥ ମନେ ହୋଇଥାଏ।
କିନ୍ତୁ ଆମର ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରବର୍ତ୍ତନ କରାଯାଉଥିବା ଏଭଳି ଆଇନ ମଧ୍ୟ ରାଜ୍ୟମାନଙ୍କ ପାଇଁ ଗ୍ରହଣୀୟ ହେବା ଆବଶ୍ୟକ।
ଝାଡ଼ଖଣ୍ଡ, କେରଳ, କର୍ଣ୍ଣାଟକ ଆଦି ରାଜ୍ୟରେ ଶାସକ ଦଳମାନଙ୍କ ପକ୍ଷରୁ ଏବଂ ଓଡ଼ିଶା, ଛତିଶଗଡ଼, ମଧ୍ୟପ୍ରଦେଶ ଆଦି ରାଜ୍ୟରେ ବିରୋଧୀ ଦଳମାନଙ୍କ ପକ୍ଷରୁ ବିଧାନସଭାରେ ଏଇ ସଂଶୋଧିତ ଆଇନ ପ୍ରତି ପ୍ରଦର୍ଶନ କରାଯାଉଥିବା ତୀବ୍ର ବିରୋଧ ସୂଚାଇଥାଏ ଯେ ଏହା ରାଜ୍ୟମାନଙ୍କ ପାଇଁ ଗ୍ରହଣୀୟ ନୁହେଁ।
ସେମାନେ ଏହାକୁ ରାଜ୍ୟର ସ୍ବାର୍ଥ ହାନି ଘଟାଇବା ପାଇଁ ଏକ ପଦକ୍ଷେପ ରୂପେ ବିଚାର କରୁଛନ୍ତି।
କାରଣ ଏହାଦ୍ବାରା ରାଜ୍ୟର ଇଲାକା ମଧ୍ୟରେ ଉପସ୍ଥିତ ସମ୍ବଳରୁ ରାଜସ୍ବ ସଂଗ୍ରହ ପାଇଁ ରାଜ୍ୟର ଅଧିକାର ହରଣ କରାଯିବ।
ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼ ଭଳି ରାଜ୍ୟମାନଙ୍କର ଅଣ-ଟିକସ ରାଜସ୍ବର ପ୍ରାୟ ୮୦ ଶତାଂଶ ଏଇ କ୍ଷେତ୍ରରୁ ସଂଗୃହୀତ ହେଉଥିବାରୁ, ଏଇ ରାଜ୍ୟମାନେ ଏଥିଯୋଗୁଁ ଗୁରୁତର ଆର୍ଥିକ ସଂକଟର ସମ୍ମୁଖୀନ ହେବାର ଦୃଢ଼ ସମ୍ଭାବନା ରହିଛି।କେନ୍ଦ୍ର ସରକାରଙ୍କର ଏଇ ଆଇନଗତ ସଂସ୍କାରରେ ନିହିତ ଥିବା ଏକ ମୌଳିକ ଅନ୍ୟାୟ ଦିବାଲୋକ ପରି ସ୍ପଷ୍ଟ।
ଭୂଇଁ ତଳେ ଥିବା ଖଣିଜ ପଦାର୍ଥ ଆପେ ଆପେ ସମ୍ବଳରେ ପରିଣତ ହୋଇଯାଏ ନାହିଁ; ଖନନ, ପ୍ରକ୍ରିୟାକରଣ, ପରିବହନ ଆଦି ସ୍ତର ଦେଇ ଏଇ ରୂପାନ୍ତର ସଂଘଟିତ ହୋଇଥାଏ, ଯାହାର ଅନେକ ବାସ୍ତବ ବୋଝ ସଂପୃକ୍ତ ରାଜ୍ୟକୁ ହିଁ ବହନ କରିବାକୁ ପଡ଼ିଥାଏ।
ଉଦାହରଣ ସ୍ବରୂପ ଖଣି ଖନନ ଜନିତ ବିସ୍ଥାପିତମାନଙ୍କର ପୁନର୍ବାସ ଓ ଥଇଥାନ ଦାୟିତ୍ବ ରାଜ୍ୟକୁ ନିର୍ବାହ କରିବାକୁ େହାଇଥାଏ; ପରିବେଶର ଅବକ୍ଷୟ ରାଜ୍ୟକୁ ସହନ କରିବାକୁ ପଡ଼ିଥାଏ; ଜଳକଷ୍ଟ ରାଜ୍ୟକୁ ଭୋଗିବାକୁ ପଡ଼ିଥାଏ; ଜନସ୍ବାସ୍ଥ୍ୟ କ୍ଷତିର ମୁକାବିଲା ରାଜ୍ୟକୁ କରିବାକୁ ପଡ଼ିଥାଏ; ରାସ୍ତାଘାଟ ଉପରେ ଚାପ ରାଜ୍ୟବାସୀଙ୍କୁ ସମ୍ଭାଳିବାକୁ ପଡ଼ିଥାଏ ଏବଂ ସର୍ବୋପରି ଖଣି ବ୍ୟବସାୟର ପାର୍ଶ୍ବଫଳ ସ୍ବରୂପ ଅାବିର୍ଭୂତ ସାମାଜିକ ଅବକ୍ଷୟ ସେଇ ରାଜ୍ୟବାସୀଙ୍କୁ ହନ୍ତସନ୍ତ କରିଥାଏ।
ଏ ସମସ୍ତ ସମସ୍ୟାର ମୁକାବିଲା କରିବା ହେଉଛି ରାଜ୍ୟର ଦାୟିତ୍ବ, ଯେଉଁଥିପାଇଁ ଯଥେଷ୍ଟ ସମ୍ବଳ ଲୋଡ଼ା ହୋଇଥାଏ।
କିନ୍ତୁ ଏକ ନିଷ୍ଠୁର ବିଡ଼ମ୍ବନା ସ୍ବରୂପ ଯେଉଁ ଖଣି କ୍ଷେତ୍ରରୁ ରାଜ୍ୟ ସରକାର ଏଥିପାଇଁ ଆବଶ୍ୟକ ସମ୍ବଳ ସଂଗ୍ରହ କରିଥାନ୍ତି, ତାହା ଏବେ ଆଉ ତାଙ୍କ ପାଇଁ ପୂର୍ବଭଳି ଉପଲବ୍ଧ ହେବ ନାହିଁ।ଭାରତୀୟ ସଂବିଧାନ ଯେଉଁ ସଂଘୀୟ ବ୍ୟବସ୍ଥାର ପରିକଳ୍ପନା କରିଛି, ସେଥିରେ ରାଜ୍ୟମାନେ କେବଳ କେନ୍ଦ୍ରର କାର୍ଯ୍ୟ ନିର୍ବାହକର ଭୂମିକା ନିର୍ବାହ କରିବା ପାଇଁ ଉଦ୍ଦିଷ୍ଟ ନୁହନ୍ତି।
ଏଥିରେ ରାଜ୍ୟମାନଙ୍କୁ ନିର୍ଦ୍ଦିଷ୍ଟ ଇଲାକାରେ ଆଇନ ପ୍ରଣୟନର ଅଧିକାର ପ୍ରଦାନ କରାଯିବା ସହିତ, ନିର୍ଦ୍ଦେଶିତ ଇଲାକାରେ କାର୍ଯ୍ୟ କରିବା ପାଇଁ ସେମାନଙ୍କୁ ଆବଶ୍ୟକ ସମ୍ବଳ ସଂଗ୍ରହର ଅଧିକାର ମଧ୍ୟ ପ୍ରଦାନ କରାଯାଇଛି।
ସୁପ୍ରିମ୍ କୋର୍ଟ ମଧ୍ୟ ନିୟମିତ ଭାବରେ ଭାରତର ସଂଘୀୟ ଚରିତ୍ର ପ୍ରତି ଦୃଷ୍ଟି ଆକର୍ଷଣ କରି ଏହାର ଗୁରୁତ୍ବ ସମ୍ବନ୍ଧରେ ଆମକୁ ସଚେତନ କରି ଆସିଛନ୍ତି।
ସଂଶୋଧିତ ଖଣି ଆଇନ ରାଷ୍ଟ୍ରର ଏଇ ଚରିତ୍ର ସହିତ ଖାପ ଖାଇ ନ ଥାଏ।ସଂଶୋଧନର ସମର୍ଥକମାନେ କିନ୍ତୁ ଯୁକ୍ତି କରିଥାନ୍ତି ଯେ ଏହା ରାଜ୍ୟର ଖଣି ରାଜସ୍ବର ଉଚ୍ଛେଦ ସାଧନ କରି ନ ଥାଏ; କେବଳ ସେମାନଙ୍କୁ ନୂତନ ବା ଅତିରିକ୍ତ ଟିକସ ବା ମାହାସୁଲ ଲାଗୁ କରିବାକୁ ଦେଇ ନ ଥାଏ, ଯାହା ଖଣି ବ୍ୟବସାୟକୁ ଜଟିଳ ଓ ପୁଞ୍ଜି ନିବେଶକୁ ନିରୁତ୍ସାହିତ କରିଥାଏ।
ଏହି ଯୁକ୍ତିରେ ଯେ କିଛିମାତ୍ରାରେ ଯଥାର୍ଥତା ରହିଛି, ତାହା ଅନସ୍ବୀକାର୍ଯ୍ୟ।
ଏକାଧିକ ଟିକସ ଓ ସେସ୍ର ରାଜୁତି ବାସ୍ତବରେ ନିବେଶକୁ ନିରୁତ୍ସାହିତ କରିବା ସଙ୍ଗେ ସଙ୍ଗେ ଉତ୍ପାଦନ ବ୍ୟୟରେ ବୃଦ୍ଧି ଘଟାଏ ଏବଂ ଭାରତର ଖଣିଜ ବଜାରକୁ ଖଣ୍ଡବିଖଣ୍ଡିତ କରିଥାଏ।
ଜାତୀୟ ଅର୍ଥନୀତିର ଅଭିବୃଦ୍ଧି ପାଇଁ ଏକ ବିଖଣ୍ଡିତ ବ୍ୟବସ୍ଥା ଅପେକ୍ଷା ଏକ ସମାନ ବା ଅଭିନ୍ନ ସର୍ବଭାରତୀୟ ବ୍ୟବସ୍ଥା ଅଧିକ ଅନୁକୂଳ ହୋଇଥାଏ।
କିନ୍ତୁ ଅଭିନ୍ନତା ଓ କେନ୍ଦ୍ରୀକରଣ ଏକା କଥା ନୁହନ୍ତି।
କେନ୍ଦ୍ର ଚାହିଁଲେ ଏକ ଅଭିନ୍ନ ସର୍ବଭାରତୀୟ ମାନ ସ୍ଥାପନ କରିବା ସହିତ ରାଜ୍ୟମାନଙ୍କୁ ସେମାନଙ୍କର ବିଶେଷ ଆବଶ୍ୟକତା ପୂରଣ ନିମିତ୍ତ ଯଥେଷ୍ଟ ବିତ୍ତୀୟ ସ୍ବାଧୀନତା ପ୍ରଦାନ କରିପାରିବ।
Indel Money: ଇଣ୍ଡେଲ ମନିର ୫୦୦ କୋଟି ଏନ୍ଏସ୍ଡି ଜାରି ଏକ ପ୍ରାକୃତିକ ବିଡ଼ମ୍ବନା ସ୍ବରୂପ ଦେଶର ଅଧିକାଂଶ ଖଣିଜ ସଂପଦଭରା ରାଜ୍ୟମାନ ମଧ୍ୟ ହେଉଛନ୍ତି ଦେଶର ଦରିଦ୍ରତମ।
ବିଶେଷ କରି ଖଣିଜ ସଂପଦ ମହଜୁଦ ଥିବା ଭୌଗୋଳିକ ଅଞ୍ଚଳର ଜନଜାତି ଅଧିବାସୀମାନେ ଅର୍ଥନୈତିକ ଅନଗ୍ରସର ଶ୍ରେଣୀର ହୋଇଥାନ୍ତି।
ସତେ ଯେମିତି ଦେଶର ଅନ୍ୟ ଅଞ୍ଚଳର ଉନ୍ନତି ପାଇଁ ଆବଶ୍ୟକ ସମ୍ବଳର ସେମାନେ ହୋଇଥାନ୍ତି ଅବୈତନିକ ଜଗୁଆଳି।
ସେମାନଙ୍କର ହିତ ସାଧନ ପାଇଁ ଖଣିଜ ସଂପଦ ଏକ ପୁଣ୍ୟଚକ୍ରର ଘୂର୍ଣ୍ଣନ ଆରମ୍ଭ କରିବା ଉଚିତ: ଖନନ→ ରାଜସ୍ବ→ ଭିତ୍ତିଭୂମି→ ମାନବ ବିକାଶ→ ବିବିଧୀକରଣ।
ଯଦି ରାଜ୍ୟ ସରକାରଙ୍କର ସମ୍ବଳ ସଂଗ୍ରହ କ୍ଷମତା ଅଧିକରୁ ଅଧିକ ସଂକୁଚିତ ହୋଇଚାଲେ, ତାଙ୍କର ଏ ସଂପର୍କିତ ଉତ୍ତରଦାୟିତ୍ବ ଶୃଙ୍ଖଳ ମଧ୍ୟ ଦୁର୍ବଳ ହୋଇ ଚାଲିବ।
ସରକାରଙ୍କ ପାଖରେ ଯଦି ମୂଳରୁ ସମ୍ବଳ ଉପଲବ୍ଧ ନ ଥାଏ, ତେବେ ନାଗରିକମାନେ ସମ୍ବଳର ସଦୁପଯୋଗ ଦାବି କରିବେ କେମିତି?କେନ୍ଦ୍ର ଯଦି ରାଜ୍ୟମାନଙ୍କ ଠାରୁ ଟିକସ ବସାଇବାର ଅଧିକାର କାଢ଼ି ନ ଦେଇ ସେଥିରେ ଅଭିନ୍ନତା ନିଶ୍ଚିତ କରିବା ପାଇଁ ଏକ ସର୍ବଭାରତୀୟ ମାନ ନିର୍ଦ୍ଧାରଣ ବ୍ୟବସ୍ଥାର ପରିକଳ୍ପନା କରନ୍ତା ଓ ତାହାକୁ କାର୍ଯ୍ୟକାରୀ କରନ୍ତା, ତେବେ ସମସ୍ୟାର ଏକ ସନ୍ତୋଷଜନକ ସମାଧାନ ହୋଇପାରନ୍ତା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବହୁଚର୍ଚ୍ଚିତ "କୋଅପରେଟିଭ୍ ଫେଡେରାଲିଜ୍ମ" ("ସହଯୋଗିତାମୂଳକ ସଂଘୀୟ ବ୍ୟବସ୍ଥା")କୁ ଅନୁକରଣ କରି ଏହାର ନାମକରଣ କରାଯାଇପାରେ "କୋଅପରେଟିଭ୍ ଷ୍ଟାଣ୍ଡାର୍ଡାଇଜେସନ୍" ("ସହଯୋଗିତାମୂଳକ ମାନକୀକରଣ")।
ଏହା ଯେ ସମ୍ଭବ, ତାହା "ଜିଏସ୍ଟି"ର ସଫଳ ପ୍ରବର୍ତ୍ତନରୁ ପ୍ରମାଣିତ ହୋଇଛି।
ଆଶ କରାଯାଏ ସରକାର ସଂଘାତର ରାସ୍ତା ପରିତ୍ୟାଗ କରି ଏଭଳି ଏକ ସହଯୋଗର ରାସ୍ତା ଅନୁସରଣ କରିବାକୁ ଆଗେଇ ଆସିବେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
