BJD in Mayurbhanj: ମୟୂରଭଞ୍ଜରେ ବିଜେଡି ପାଇଁ ଆଶ୍ବାସନା: ପରାଜୟ ସତ୍ତ୍ବେ ଭାଙ୍ଗିନି ବିଜେଡି ଗଡ଼
"ବାରିପଦା: ୨୦୨୪ ସାଧାରଣ ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାରେ ବିଜେଡି ସିନା ହାରିଛି, ହେଲେ ଏବେ ବି ଦଳର ଦବ୍ଦବା ରହିଛି।
ରାଜ୍ୟରେ ବିଜେପି କ୍ଷମତାକୁ ଆସିବାର ଅଢ଼େଇ ବର୍ଷ ବିତିଲାଣି।
ତଥାପି ମୟୂରଭଞ୍ଜ ଜିଲ୍ଲାରେ ବିଜେପି ସଂଗଠନ ସଜାଡ଼ିବାରେ ସକ୍ଷମ ହୋଇ ପାରିନାହିଁ।
ପରାଜୟ ସତ୍ତ୍ବେ ବିଜେଡିର ସଂଗଠନ ଏବେ ବି ସୁଦୃଢ଼ ରହିଥିବା ଦେଖିବାକୁ ମିଳିଛି।
ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଅନ୍ୟ ଜିଲ୍ଲାରେ ବିଜେଡି ନେତା ବିଜେପି ଶିବିରରେ ଯୋଗ ଦେଉଥିବା ବେଳେ ମୟୂରଭଞ୍ଜରେ ଏଯାଏଁ ସେମିତି କିଛି ଘଟିନାହିଁ।
Advertisment Cannabis seized: ଗଞ୍ଜେଇ ଚୋରା ଚାଲାଣ, ୪ ଅଭିଯୁକ୍ତ ଗିରଫ ଜିଲ୍ଲାରେ ଜଣେ ବିଜେପି ସାଂସଦ, ୨ ଜଣ ମନ୍ତ୍ରୀ, ୭ ଜଣ ବିଧାୟକ ଅଛନ୍ତି।
କୁହାଯାଉଛି, ବିଜେପି ନେତୃବୃନ୍ଦ କ୍ଷମତା ପାଇଁ ଅଧିକ ତତ୍ପର ଥିବାବେଳେ ସଂଗଠନ ପାଇଁ ଯେତିକି ଦୃଷ୍ଟି ଦେବା କଥା ଦେଉନାହାନ୍ତି।
ଏଥିପାଇଁ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେପିକୁ ବହୁମୂଲ୍ୟ ଦେବାକୁ ପଡ଼ିପାରେ ବୋଲି ରାଜନୀତି ସମୀକ୍ଷକ ମହଲରେ ଆଲୋଚନା ହେଉଛି।
୨୦୧୭ ପଞ୍ଚାୟତ ନିର୍ବାଚନରେ ଉତ୍ତମ ପ୍ରଦର୍ଶନ କରିଥିଲା ବିଜେପି।
ମୋଟ ୫୬ଟି ଜିଲ୍ଲା ପରିଷଦ ସଭ୍ୟ ଆସନରୁ ବିଜେପି ୪୯ଟିରେ ବିଜୟୀ ହୋଇଥିଲା।
ଅପରପକ୍ଷେ ବିଜେଡି ମାତ୍ର ୫ଟି, ଜେଏମ୍ଏମ୍ ଓ ସ୍ବାଧୀନ ଗୋଟିଏ ଲେଖାଏଁ ଜୋନ୍ରେ ବିଜୟ ହାସଲ କରିଥିଲା।
ବିଜେପିର ସୁଜାତା ମୁର୍ମୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ହୋଇଥିଲେ।
କିନ୍ତୁ ୨୦୨୨ ପଞ୍ଚାୟତ ନିର୍ବାଚନରେ ରାଜନୈତିକ ପରିସ୍ଥିତି ଗୋଳମାଳ ହୋଇଗଲା।
ପରାଜୟ ସତ୍ତ୍ବେ ଭାଙ୍ଗିନି ବିଜେଡି ଗଡ଼ସଂଗଠନ ପ୍ରତି ଗୁରୁତ୍ବ ଦେଉନି କି ବିଜେପି?ପଞ୍ଚାୟତ ନିର୍ବାଚନରେ ହେବ ଅସଲ ପରୀକ୍ଷା ବିଜେଡିର ଗୋଟିଚାଳନାରେ ବିଜେପି ସମ୍ପୂର୍ଣ୍ଣ ଧରାଶାୟୀ ହୋଇ ପଡ଼ିଥିଲା।
୫୬ଟି ଜିଲ୍ଲା ପରିଷଦ ଆସନରୁ ୫୩ଟିରେ ବିଜେଡି ବିଜୟୀ ହୋଇ ଜିଲ୍ଲା ପରିଷଦ ଗଠନ କରିଥିଲା।
ଭାରତୀ ହାଁସଦା ଅଧ୍ୟକ୍ଷା ହୋଇଥିଲେ।
ବିଜେପି ଖାତା ଖୋଲି ପାରି ନଥିଲା ଏବଂ ଜେଏମ୍ଏମ୍ ୩ଟି ଆସନ ଅକ୍ତିଆର କରିଥିଲା।
ଦଳୀୟ ନେତା ଓ କର୍ମୀଙ୍କୁ ଅଣଦେଖା କରିବା ଓ ଗୋଷ୍ଠୀ କନ୍ଦଳ ପାଇଁ ବିଜେପି ପରାସ୍ତ ହେଲା ବୋଲି ସେତେବେଳେ କର୍ମୀଙ୍କ ମହଲରେ ଚର୍ଚ୍ଚା ଜୋର ଧରିଥିଲା।
୨୦୨୪ ସାଧାରଣ ନିର୍ବାଚନରେ ମୟୂରଭଞ୍ଜରେ ବିଜେପି ଭଲ ପ୍ରଦର୍ଶନ କରିଛି।
ଲୋକସଭା ସହ ସବୁ ବିଧାନସଭା ଆସନରେ ବିଜେପି ଜିତିଛି।
ବିଜେଡି ଖାତା ଖୋଲି ପାରି ନଥିଲେ ବି ଏବେବି ମୟୂରଭଞ୍ଜରେ ସଙ୍ଗଠନ ମଜଭୁତ ରହିଛି ବୋଲି ଆଲୋଚନା ହେଉଛି।
ପ୍ରଶ୍ନ ଉଠୁଛି, ଆଗାମୀ ପଞ୍ଚାୟତ ନିର୍ବାଚନରେ ୨୦୧୭ ମସିହା ଫଳାଫଳକୁ ବିଜେପି ଦୋହରାଇବ ନା ୨୦୨୨ ମସିହା ନିର୍ବାଚନ ଫଳାଫଳକୁ ବିଜେଡି ବଜାୟ ରଖିବ?
Horoscope 2026 August 27: ଜାଣନ୍ତୁ ଆଜିର ରାଶିଫଳ...
ଏନେଇ ବିଜେପି ଜିଲ୍ଲା ସଭାପତି ନିହାର ରଞ୍ଜନ ମୋଦି କହିଛନ୍ତି, ଏଥର ପଞ୍ଚାୟତ ଓ ପୌର ନିର୍ବାଚନରେ ମୟୂରଭଞ୍ଜରେ ବିଜେପି ଭଲ ପ୍ରଦର୍ଶନ କରିବ।
ଏଥି ନିମନ୍ତେ ନେତା ଓ କର୍ମୀ ପ୍ରସ୍ତୁତ ଅଛନ୍ତି।
ଅପରପକ୍ଷରେ ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି, ଏବେ ବି ମୟୂରଭଞ୍ଜରେ ବିଜେଡି ୧ ନମ୍ବର ଦଳ।
ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡି ବାଜିମାତ୍ କରିବ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
