Editorial: ତୁ କିଏ?

Aug 29, 2026 - 03:40
Editorial: ତୁ କିଏ?

"ଆମ ଦେଶର ପ୍ରତିଷ୍ଠିତ ବିଚାର ଅନୁଯାୟୀ ଶିକ୍ଷାର ଏକମାତ୍ର ଲକ୍ଷ୍ୟ ହେଉଛି ଏକ ସମ୍ମାନଜନକ ବୃତ୍ତି ଲାଭ, ଯହିଁରୁ ସାମାଜିକ ପ୍ରତିଷ୍ଠାର ସୋପାନ ଆରୋହଣ କରିହୁଏ।

ଜଣେ ବେକାର ଯୁବକ ଠାରେ "ପରିଚୟ ସଂକଟ" କିଭଳି ତୀବ୍ର ଆଲୋଡ଼ନ ସୃଷ୍ଟି କରିପାରେ, ତା"ର ଦୃଷ୍ଟାନ୍ତ ମିଳିଥାଏ ସୁପ୍ରସିଦ୍ଧ ଓଡ଼ିଆ ଗାଳ୍ପିକ ରାମଚନ୍ଦ୍ର ବେହେରାଙ୍କ ଅନବଦ୍ୟ ଗଳ୍ପ "ଶୁଆ"ରେ।Advertisment Nepal flood: ୨୦୧୫ ଭୂକମ୍ପର ଅବ୍ୟବସ୍ଥାରୁ ଶିକ୍ଷା; ତେବେ ଆର୍ଥିକ ଓ ରିଲିଫ୍‌ ସହାୟତା ଗ୍ରହଣ କରିବ "ନିତି" ଆୟୋଗର ସଦ୍ୟ ପ୍ରକାଶିତ ରିପୋର୍ଟରେ ଯେଉଁ "ଏନ୍‌.ଇ.ଇ.ଟି." ବା "ନିଟ୍‌" ବିଷୟ ଉଲ୍ଲିଖିତ ହୋଇ ସଚେତନ ଭାରତୀୟମାନଙ୍କୁ ଉଦ୍‌ବିଗ୍ନ କରିଛି, ତାହା ଡାକ୍ତରୀ ଶିକ୍ଷା ଲାଗି ଉଦ୍ଦିଷ୍ଟ ପ୍ରବେଶିକା ପରୀକ୍ଷା ନୁହେଁ; ତାହା ହେଉଛି ଏକ ବର୍ଗ ବା ଗୋଷ୍ଠୀର ପରିଚୟ, ଯେଉଁମାନେ "ନଟ୍‌ ଇନ ଏମ୍ପ୍ଲଏମେଣ୍ଟ, ଏଡୁକେସନ ଏଣ୍ଡ୍‌ ଟ୍ରେନିଂ", ଅର୍ଥାତ୍‌ "ବୃତ୍ତି, ଶିକ୍ଷା ଓ ଦକ୍ଷତା ପ୍ରଶିକ୍ଷଣରେ ଯେଉଁମାନେ ନାହାନ୍ତି।

ଉଲ୍ଲେଖଯୋଗ୍ୟ ଯେ "ନିତି" ଆୟୋଗର ରିପୋର୍ଟ ଅନୁସାରେ ୧୫ରୁ ୨୯ ବର୍ଷ ବୟସ ବନ୍ଧନୀ ମଧ୍ୟରେ ବିଦ୍ୟମାନ ଏହି "ନିଟ୍‌" ଗୋଷ୍ଠୀର ଆକାର ହେଉଛି ୮.୭ କୋଟି, ଅର୍ଥାତ୍‌ ପ୍ରାୟ ୯ କୋଟି; ଯାହା ପୃଥିବୀର ସପ୍ତଦଶ ବୃହତ୍ତମ ଜନବହୁଳ ଦେଶ ଇରାନର ଜନସଂଖ୍ୟା ସହିତ ସମାନ।

ଏଭଳି ସ୍ଥଳେ, ବିଚଳିତକର ପ୍ରଶ୍ନଗୁଡ଼ିକ ହେଲେ "ତାରୁଣ୍ୟର ଲାଭ" ଉଠାଇବାର ସୁବର୍ଣ୍ଣ କ୍ଷଣ ଭାରତ ସକାଶେ ଉପନୀତ ବୋଲି କଳରବ ଶୁଣାଯାଉଥିବା ବେଳେ ଏ ବିରାଟ ଶୂନ୍ୟପ୍ରସୂ ବର୍ଗର ଭୂମିକା କ"ଣ?

ଦ୍ବିତୀୟଟି ହେଲା, କର୍ମକ୍ଷମ ମାନବ ସମ୍ବଳର ଏଭଳି ଏକ ଅତିକାୟ ଅଂଶ ନିଷ୍କ୍ରିୟ ଥିବା ସତ୍ତ୍ବେ ଭାରତରେ ନିଯୁକ୍ତିହୀନତାର ହାର ନିମ୍ନଗାମୀ ହୋଇ ମାତ୍ର ୩.୧%ରେ ପହଞ୍ଚିଲାଣି ବୋଲି ଦାବି କରାଯାଉଛି କିଭଳି?

ଏବଂ ତୃତୀୟଟି ହେଲା, ଏହାର ପରିଣାମ କ"ଣ ହେବାକୁ ଯାଉଛି?ପ୍ରକାଶ ଥାଉ କି ସରକାରୀ ପରିଭାଷାରେ କେବଳ ସେଇମାନେ "ନିଯୁକ୍ତିହୀନ", ଯେଉଁମାନେ "ଏକ୍‌ଟିଭ ଲେବର ଫୋର୍ସ"ରେ ଅନ୍ତର୍ଭୁକ୍ତ, ଅର୍ଥାତ୍‌ ଯେଉଁମାନେ ଏକ ବୃତ୍ତି ଖୋ‌ଜିବାର ଉଦ୍ୟମରେ ଚଳଚଞ୍ଚଳ ବା ସକ୍ରିୟ ଅଛନ୍ତି।

ଏହା ସୁବିଦିତ ଯେ ଆମ ଦେଶରେ ନିଯୁକ୍ତିହୀନତା ହ୍ରାସ ପାଇବାରେ ଲାଗିଛି ବୋଲି ସରକାର ଦାବି କରିଥାଆନ୍ତି, ଯହିଁରେ "ଅନଏମ୍ପ୍ଲଏଡ୍‌ ରେଟ୍‌" (ୟୁ.ଇ.ଆର.) ବା "ନିଯୁକ୍ତିହୀନତା ହାର"ରେ ଘଟି ଚାଲିଥିବା କ୍ରମାଗତ ସ୍ଖଳନକୁ ପ୍ରମାଣ ସ୍ବରୂପ ଦର୍ଶା ଯାଇଥାଏ। "ପିରିଅଡିକ ଲେବର ଫର୍ସ ସର୍ଭେ"ର ତଥ୍ୟ ଅନୁସାରେ ଦେଶରେ ନିଯୁକ୍ତିହୀନତାର ହାର, ୨୦୧୭ ମସିହାର ସର୍ବକାଳୀନ ଉଚ୍ଚା ୬.୭%ରୁ ଖସି ୨୦୨୫ ମସିହାରେ ୩.୧%ରେ ପହଞ୍ଚିଲାଣି; ଏହାର ଅର୍ଥ ବୃତ୍ତି ଅନ୍ବେଷଣରେ ଲିପ୍ତ ଯୁବ ବର୍ଗଙ୍କ ସଂଖ୍ୟା କମିବାରେ ଲାଗିଛି; ମାତ୍ର ଆଠ ବର୍ଷର ଅବଧିରେ ଯେଉଁ ଉପଲବ୍‌ଧି ଚମତ୍କାର ଶ୍ରେଣୀୟ।

କିନ୍ତୁ, ଏବେ ସେହି ବିତର୍କିତ ପ୍ରଶ୍ନଟି ଶିରୋତ୍ତୋଳନ କରିଥାଏ ଯେ ବାସ୍ତବରେ ବୃତ୍ତିପ୍ରାପ୍ତ ହୋଇ, ସ୍ବାଭାବିକ ଭାବେ, ଯୁବକଯୁବତୀମାନେ ନିଯୁକ୍ତି ଖୋଜିବାରେ ଉଦ୍ୟମଶୀଳ "ଏକ୍ଟିଭ ଲେବର ଫୋର୍ସ"ରୁ ବାହାରି ଯାଉଛନ୍ତି ନା ଖୋଜିବାରେ ନୟାନ୍ତ ହୋଇ ଗଭୀର ନୈରାଶ୍ୟବୋଧ ସହିତ ତହିଁରୁ ଓହରି ଯାଉଛନ୍ତି?

ଖୁବ୍‌ ସମ୍ଭବ ଦ୍ବିତୀୟଟି ଘଟୁଛି; ତା" ନ ହେଲେ ନିଯୁକ୍ତିହୀନତାର ହାରରେ ସଂକୋଚନ ଘଟୁଛି ବୋଲି ଆଭାସ ମିଳୁଥିବା ବେଳେ ସମାନ୍ତରାଳ ଭାବେ ଅତ୍ୟନ୍ତ ବିଶାଳ "ନିଟ୍‌" ଗୋଷ୍ଠୀଟିଏ ଗଢ଼ି ହୋଇଗଲାଣି କେମିତି?

ଏହା ହେଉଛି ଏକ କୌତୂହଳପ୍ରଦ ବିରୋଧାଭାସ, ଯାହା ପରିସଂଖ୍ୟାନର ପ୍ରହେଳିକା ତଳେ ଲୁଚି ରହିଛି।

Raksha bandhan: ପ୍ରତିବର୍ଷ ସହିଦ ବୀରମାନଙ୍କ ପ୍ରତିମୂର୍ତ୍ତିରେ ରାଖୀ ବାନ୍ଧିଥାଏ ଭଉଣୀ "ନିତି" ଆୟୋଗ ଦ୍ବାରା ପ୍ରସ୍ତୁତ ରିପୋର୍ଟର ଶୀର୍ଷକ ହେଉଛି "ରିଇମାଜିନିଂ ସ୍କିଲିଂ ଫର ବିକଶିତ ଭାରତ ଏଟ ୨୦୪୭", ଯହିଁରେ ଭାରତର "ଶିକ୍ଷା ଓ ପ୍ରଶିକ୍ଷଣ" ସମ୍ବନ୍ଧୀୟ ସ୍ଥିତି ତଥା ଯୁବ ବର୍ଗ ମଧ୍ୟରେ ନିଯୁକ୍ତି ଯୋଗ୍ୟତା ବୃଦ୍ଧି ବିଷୟରେ ଆଲୋଚନା କରାଯିବା ସହିତ ବିକଶିତ ଭାରତ (୨୦୪୭) ପରିପ୍ରେକ୍ଷୀରେ ନୀତିଗତ ପରାମର୍ଶମାନ ଦିଆଯାଇଛି।

ଏହି ପରିପ୍ରେକ୍ଷୀରେ ଅର୍ଥନୀତିଜ୍ଞ ରୋଜା ଆବ୍ରାହାମଙ୍କ ଦ୍ବାରା ଲିଖିତ ଗବେଷଣାଧର୍ମୀ ପୁସ୍ତକ "ଷ୍ଟେଟ ଅଫ ୱର୍କିଂ ଇଣ୍ଡିଆ ରିପୋର୍ଟସ" ମଧ୍ୟ ବିଶେଷ ପ୍ରଣିଧାନଯୋଗ୍ୟ, ଯହିଁରେ ନିଯୁକ୍ତି ଉଦ୍ୟମରେ ଥିବା ଉଚ୍ଚଶିକ୍ଷିତ ଭାରତୀୟ ଯୁବ ବର୍ଗ ସମ୍ମୁଖୀନ ହେଉଥିବା ସ୍ଥିତି, ସମସ୍ୟା, ବିରୋଧଭାସ ଓ ଦ୍ବନ୍ଦ୍ବ ବିଷୟରେ ଉଲ୍ଲେଖ ରହିଛି।

ଏ ସଂକ୍ରାନ୍ତ ବିଭିନ୍ନ ଆଲୋଚନାରୁ ବୁଝି ହୁଏ ଯେ ଆତ୍ମ ନିର୍ବାସନ ବରଣ କରି "ନିଟ୍‌" ଗୋଷ୍ଠୀକୁ ଅନ୍ତର୍ହିତ ହୋଇଯାଇଥିବା ଏହି ବିଶାଳ ବର୍ଗ ପ୍ରକୃତରେ ବୀତସ୍ଫୃହ ହୋଇ ଯାଆନ୍ତି ନାହିଁ, ବରଂ, ଏମାନଙ୍କ ଠାରେ ଅସନ୍ତୋଷ ପୁଞ୍ଜୀଭୂତ ହେବାରେ ଲାଗେ!

କାରଣ, ଆମ ଦେଶରେ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାରେ ସା‌ର୍ଟିଫିକେଟ ମିଳିଯାଏ ଓ ତା" ସହିତ ଉଚ୍ଚାକାଂକ୍ଷା ଓ ସ୍ବପ୍ନର ସଂଚାର ହୁଏ ସତ, କିନ୍ତୁ ନିଯୁକ୍ତି ମିଳି ପାରେନାହିଁ।

ଏକ ବିଶାଳ ସଂଖ୍ୟକ ଯୁବକଯୁବତୀ "ଅଣ୍ଡର ଏମ୍ପ୍ଲଏଡ" ଅର୍ଥାତ୍‌ ବୃତ୍ତି ବା ବେତନ ଦୃଷ୍ଟିରୁ ନିମ୍ନ ସ୍ତରରେ ରହିବାକୁ ବାଧ୍ୟ ହୁଅନ୍ତି।

ଏହି ପରିପ୍ରେକ୍ଷୀରେ, ବିଶେଷତଃ, ଝିଅମାନେ ସାମନା କରୁଥିବା ପରିସ୍ଥିତିର ଆଲୋଚନା କରି ରୋଜା ଆବ୍ରାହାମ କହିଥାଆନ୍ତି ଯେ ଏବେ ଅଧିକ ସଂଖ୍ୟକ ଝିଅ ଉଚ୍ଚଶିକ୍ଷାରେ ଦୃଶ୍ୟମାନ ହେଉଥିଲେ ହେଁ ବିଭିନ୍ନ ସାମାଜିକ କାରଣରୁ ସେମାନେ ନିଯୁକ୍ତି ଖୋଜିବାର ଅବକାଶ ବା ସୁଯୋଗ ମଧ୍ୟ ପାଆନ୍ତି ନାହିଁ, ଅର୍ଥାତ୍‌ ଅନିଚ୍ଛା ସତ୍ତ୍ବେ "ନିଟ୍‌" ବର୍ଗକୁ ଠେଲି ହୋଇ ଯାଆନ୍ତି।

ଏହି କାରଣରୁ "ନିଟ୍‌" ବର୍ଗରେ ଅସଂଖ୍ୟ ଯୁବକଯୁବତୀ ସ୍ବାଭାବିକ ଭାବେ ପ୍ରତିକ୍ରିୟାଶୀଳ ହୋଇ ଥାଆନ୍ତି, ଯଦିଓ, ଏହା ମଧ୍ୟ ସ୍ବୀକାର୍ଯ୍ୟ ଯେ ସେମାନଙ୍କ ମଧ୍ୟରୁ ଅସଂଖ୍ୟଙ୍କ ଠାରେ ବୃତ୍ତି ଉପଯୋଗୀ ଜ୍ଞାନ ଓ ଦକ୍ଷତାର ଅଭାବ ମଧ୍ୟ ରହିଥାଏ।

ଏଭଳି ଏକ ବିଚିତ୍ର ସ୍ଥିତିରେ, ପୃଥିବୀର ସର୍ବାଧିକ ସଂଖ୍ୟକ ତରୁଣଙ୍କୁ ଧାରଣ କରିଥିବା ଆମ ଦେଶରେ "ନିଟ୍‌" ବାହିନୀର ବିଶାଳତା ଯେ ଆଦୌ ଏକ ଶୁଭ ସଂକେତ ନୁହେଁ, ତହିଁରେ ଦ୍ବିରୁକ୍ତି ନାହିଁ।

Horoscope 2026 August 29: ଜାଣନ୍ତୁ ଆଜିର ରାଶିଫଳ...

କହିବା ଅନାବଶ୍ୟକ ଯେ ଭାରତ ଭଳି ଦେଶରେ "ନିଟ୍‌" ଅନ୍ତର୍ଭୁକ୍ତ ଯୁବକଯୁବତୀମାନେ ଚରମ "ପରିଚୟ ସଂକଟ"ର ସମ୍ମୁଖୀନ ହେଉଥିବେ।

ଆମ ଦେଶର ପ୍ରତିଷ୍ଠିତ ବିଚାର ଅନୁଯାୟୀ ଶିକ୍ଷାର ଏକମାତ୍ର ଲକ୍ଷ୍ୟ ହେଉଛି ଏକ ସମ୍ମାନଜନକ ବୃତ୍ତି ଲାଭ, ଯହିଁରୁ ସାମାଜିକ ପ୍ରତିଷ୍ଠାର ସୋପାନ ଆରୋହଣ କରିହୁଏ।

ଜଣେ ବେକାର ଯୁବକ ଠାରେ "ପରିଚୟ ସଂକଟ" କିଭଳି ତୀବ୍ର ଆଲୋଡ଼ନ ସୃଷ୍ଟି କରିପାରେ, ତା"ର ଦୃଷ୍ଟାନ୍ତ ମିଳିଥାଏ ସୁପ୍ରସିଦ୍ଧ ଓଡ଼ିଆ ଗାଳ୍ପିକ ରାମଚନ୍ଦ୍ର ବେହେରାଙ୍କ ଅନବଦ୍ୟ ଗଳ୍ପ "ଶୁଆ"ରେ।

କଥାବସ୍ତୁ ଅନୁସାରେ ଗଳ୍ପର ନାୟକ ହେଉଛି ଜଣେ ଉଚ୍ଚଶିକ୍ଷିତ ବେକାର ଯୁବକ, ଯିଏ ଚାକିରି ଖୋଜିବାର ଉଦ୍ୟମରେ ସଂଘର୍ଷରତ ରହି ଏକ ଅବସାଦଗ୍ରସ୍ତ ଜୀବନ ଜିଉଥାଏ; ତା" ସହିତ ଅନ୍ୟମାନଙ୍କ ଝିଙ୍ଗାସ ତାକୁ ଆହୁରି କ୍ଷୋଭ ଓ ବିଷାଦର ଆବର୍ତ୍ତ ମଧ୍ୟକୁ ଠେଲି ଦେଇଥାଏ।

ଏଭଳି ଏକ ଶୁଷ୍କ ଅସ୍ତିତ୍ବରେ ଯାହା ତା" ଜୀବନାରେ ଜଳ ସିଂଚନ କରୁଥାଏ, ତାହା ହେଲା ସେ ପୋଷିଥିବା ଗୋଟିଏ ଶୁଆ, ଯାହାକୁ ସେ କିଛି କଥା କୁହା ମଧ୍ୟ ଶିଖାଇଥାଏ।

ଶୁଆଟି ତାକୁ ଦେଖିବା ମାତ୍ରକେ ଅଭ୍ୟାସସୁଲଭ ଭାବେ ପଚାରୁଥାଏ "ତୁ କିଏ?" କିନ୍ତୁ, ଦିନେ ଅସଫଳ ନାୟକର ଏକ ଅତ୍ୟନ୍ତ ହତାଶା ଜର୍ଜର କ୍ଷଣରେ ଶୁଆଟି ତାକୁ ଦେଖି ଦେଇ ଯେତେବେଳେ ପଚାରିବାରେ ଲା‌ଗେ, ତୁ କିଏ?

...

ତୁ କିଏ?, ସେତିକି ବେଳେ "ପରିଚୟ ସଂକଟ"ର ଅସହ୍ୟ ଗ୍ଳାନିରେ ଦଗ୍‌ଧୀଭୂତ ନାୟକ, ଅତ୍ୟନ୍ତ ଉତ୍‌କ୍ଷିପ୍ତ ହୋଇ ହିତାହିତି ଜ୍ଞାନ ହରାଇ ଶୁଆଟିର ତଣ୍ଟି ଚିପି ତାକୁ ମାରି ଦିଏ ଏବଂ କହେ, “ଶେଷରେ ତୁ ବି ଥିଲୁ ପଚାରିବାକୁ "ମୁଁ କିଏ?"" ଗଳ୍ପଟି ଏଇଠି ସରିଯାଏ, କିନ୍ତୁ ଦେଖାଇ ଦେଇଯାଏ ଯେ ଭାରତରେ ଏକ ଉତ୍ତମ ନିଯୁକ୍ତି କିଭଳି ହୋଇଥାଏ ପରିଚୟ, ଏପରିକି ସମଗ୍ର ଅସ୍ତିତ୍ବର ଦ୍ୟୋତକ।

ଏଭଳି ସ୍ଥିତିରେ ହୃଦ୍‌ବୋଧ କରିହୁୁଏ ଯେ "ନିଟ୍‌" ଅନ୍ତର୍ଭୁକ୍ତ ବିଶାଳ ଭାରତୀୟ ତରୁଣ ବର୍ଗଙ୍କୁ "ତୁ କିଏ?" ଭଳି ପ୍ରଶ୍ନ, ଆକ୍ଷେପ ଓ ଇଙ୍ଗିତର ଝଡ଼ରୁ ମୁକ୍ତ ନ କଲା ଯାଏ ୨୦୪୭ ମସିହାରେ ପରିକଳ୍ପିତ ବିକଶିତ ଭାରତର ଲକ୍ଷ୍ୟ ପୂରଣ ହୋଇ ପାରିବ ନାହିଁ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)