Editorial: ପ୍ରଶାସକ ନିଯୁକ୍ତିର ଇତିବୃତ୍ତ

Sep 07, 2026 - 05:36
Editorial: ପ୍ରଶାସକ ନିଯୁକ୍ତିର ଇତିବୃତ୍ତ

"ମିହିର ପ୍ରତାପ ଦାସ ପ୍ରତି ବର୍ଷ ସର୍ବଭାରତୀୟ ପ୍ରଶାସନିକ ସେବା ଓ ଓଡ଼ିଶା ରାଜ୍ୟ ପ୍ରଶାସନିକ ସେବାର ଫଳାଫଳକୁ ଆମ ରାଜ୍ୟର ଅସଂଖ୍ୟ ଲୋକେ ଚାହିଁ ବସିଥାଆନ୍ତି।

ସେଥିରେ ସଫଳତା ପାଇବାର ଅର୍ଥ ଅନେକ ବିଦ୍ୟାର୍ଥୀଙ୍କ ଲାଗି ତପସ୍ୟାର ଫଳ ପ୍ରାପ୍ତି ଭଳି ହୋଇଥାଏ।

ଭାରତ ସ୍ୱାଧୀନ ହେବା ପୂର୍ବରୁ ଭାରତୀୟ ପ୍ରଶାସନିକ ସେବା ରହିଥିଲା।

ଏହାକୁ କୁହାଯାଉଥିଲା ଆଇ.ସି.ଏସ.।

କେତେକ ଅତି ବିଚକ୍ଷଣ ଭାରତୀୟ ତୀବ୍ର ପ୍ରତିଦ୍ବନ୍ଦ୍ବିତାମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଏହି ଚାକିରି ପାଇଥିଲେ।

ସେମାନେ ଥିଲେ ଗୋରା ସାହବଙ୍କ ତରଫରୁ ଭାରତୀୟଙ୍କୁ ଶାସନ କରିବା ଲାଗି ପ୍ରସ୍ତୁତ ବ୍ରାଉନ ସାହିବ ବା ବାଦାମୀ ସାହେବ।

ତେବେ, ପ୍ରଶାସନିକ ସେବାର ଇତିହାସ ବହୁ ପୁରୁଣା।

ନୀଳ ନଦୀ ଅବବାହିକାସ୍ଥ ଇଜିପ୍‌ଟରେ ପ୍ରଥମେ ସୁବ୍ୟବସ୍ଥିତ ଢଙ୍ଗରେ ପ୍ରଶାସନିକ ସେବା ଆରମ୍ଭ ହୋଇଥିଲା।

ଏହି ସେବାରେ ଥିଲେ ଉଜୀର ବା ପ୍ରଧାନମନ୍ତ୍ରୀ, ତାଙ୍କ ଅଧୀନରେ ଏ ସଂକ୍ରାନ୍ତ ଲେଖାଲେଖି ଆଦି କରିବା ପାଇଁ ସ୍କ୍ରାଇବର ବା ଲିପିକାର।

ସେହି ସମୟରେ ସ୍କ୍ରାଇବରମାନେ ଉଚ୍ଚ ସମ୍ମାନର ଅଧିକାରୀ ହେଉଥିଲେ।

ଇଜିପ୍‌ଟର ପ୍ରାଚୀନ ପୋଥିରେ ଲେଖା ଅଛି ଯେ କୁମ୍ଭାର, କମାର, କାଠୁରିଆଙ୍କର ଜୀବନ କଷ୍ଟସାଧ୍ୟ ହୋଇଥିବାରୁ ପିଲାମାନଙ୍କୁ ସେମାନଙ୍କ ବାପାମା"ମାନେ ସ୍କ୍ରାଇବର ହେବାକୁ ଉପଦେଶ ଦେଉଥିଲେ।

ଏହାର ଅର୍ଥ ପାଞ୍ଚ ହଜାର ବର୍ଷ ପୂର୍ବରୁ ଏଭଳି ରାଜକୀୟ ନିଯୁକ୍ତି ବେଶ୍‌ ଆକର୍ଷଣୀୟ ହୋଇ ସାରିଥିଲା।

Advertisment Pradhan Mantri Fasal Bima Yojana: ବାଲେଶ୍ବରରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପ୍ରହସନ: ୩ ବର୍ଷରେ ନେଲେ ୧୦୧କୋଟି, ଦେଲେ ୧୯କୋଟି ରୋମରେ ଖ୍ରୀଷ୍ଟପୂର୍ବ ୨୦୦ ବେଳକୁ ପ୍ରଶାସନିକ ସେବା ଆରମ୍ଭ ହୋଇସାରିଥିଲା।

ସେଠାକାର ମନୋନୟନ ପ୍ରଣାଳୀ ଥିଲା ସ୍ବତନ୍ତ୍ର।

ଜଣେ ସମ୍ଭ୍ରାନ୍ତ ପରିବାରର ବ୍ୟକ୍ତି ଦଶ ବର୍ଷ ସେନାବାହିନୀରେ କାର୍ଯ୍ୟ କରିବା ପରେ ହିଁ ତାକୁ ପ୍ରଶାସନିକ କାର୍ଯ୍ୟକୁ ପଦୋନ୍ନତି ଦିଆଯାଉଥିଲା।

ତେବେ, ସମ୍ରାଟ ଅଗଷ୍ଟସ ସିଜରଙ୍କର ଅମଳରେ ଏହି ନିୟମ ବଦଳିଲା, ସୈନ୍ୟବାହିନୀରେ କାମ କରିବା ଆଉ ବାଧ୍ୟତାମୂଳକ ହେଲା ନାହିଁ।

ଯୋଗ୍ୟ ଯୁବକଙ୍କୁ ଦକ୍ଷତା ଆଧାରରେ ସିଧାସଳଖ ପ୍ରଶାସନିକ ସେବା ଲାଗି ଚୟନ କରାଗଲା।

ଚୀନର ପ୍ରଶାସନିକ ବ୍ୟବସ୍ଥା ରୋମର ସମସାମୟିକ ହେଲେ ମଧ୍ୟ ଅଧିକ ଶୃଙ୍ଖଳିତ ଓ ବ୍ୟାପକ ଥିଲା।

ମହାନ ଦାର୍ଶନିକ କନଫୁସିଅସ କହୁଥିଲେ ଯେ ପ୍ରଶାସନିକ ସେବା ପାଇଁ ଯୋଗ୍ୟତା ଓ ଦକ୍ଷତା ଭିତ୍ତିରେ ପ୍ରାର୍ଥୀ ବାଛିବା ଉଚିତ।

ରାଜ ବଂଶଜଙ୍କୁ ଜନ୍ମଗତ ଅଧିକାର ଭାବେ ପ୍ରଶାସନିକ ସେବାରେ ପୂରାଇବାକୁ ସେ ବିରୋଧ କରୁଥିଲେ।

ଖ୍ରୀ.ଅ.

୬୦୫ ଠାରୁ ସୁଇ ରାଜବଂଶ ଆନୁଷ୍ଠାନିକ ଭାବରେ ପ୍ରଶାସନ ଅଧିକାରୀ ନିଯୁକ୍ତି ପାଇଁ ପରୀକ୍ଷା ବ୍ୟବସ୍ଥା "କେଜୁ"ର ଆରମ୍ଭ କରିଥିଲେ।

ପରୀକ୍ଷା ଥିଲା ଅତ୍ୟନ୍ତ କଠିନ।

ତହିଁରେ ସନ୍ନିହିତ ଆହ୍ବାନର ମୁକାବିଲା କଲାବେଳେ କେତେକ ପରୀକ୍ଷାର୍ଥୀ ମୃତ୍ୟୁ ମୁଖରେ ମଧ୍ୟ ପଡୁଥିଲେ।

ପ୍ରାଚୀନ ଭାରତରେ ମୌର୍ଯ୍ୟ ଶାସନ ସମୟ‌େର ବିଚକ୍ଷଣ ମନ୍ତ୍ରୀ ଚାଣକ୍ୟଙ୍କ ଦ୍ବାରା ଉପଯୁକ୍ତ ପ୍ରାର୍ଥୀ ବାଛିବା ସକାଶେ ଉପଧା ପରୀକ୍ଷାର ଆରମ୍ଭ କରାଯାଇଥିଲା।

ସେ ସମୟ ଥିଲା ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀ।

ଆଧୁନିକ ପ୍ରଶାସନିକ ପରୀକ୍ଷାର ପ୍ରାରମ୍ଭ ହୋଇଥିଲା ବ୍ରିଟେନରେ।

ଅଷ୍ଟାଦଶ ଶତାବ୍ଦୀ ପୂର୍ବରୁ ସେଠାକାର ରାଜ ବଂଶଜମାନଙ୍କୁ ଏହି ସେବାରେ ନିଯୁକ୍ତି ଦିଆଯାଉଥିଲା।

୧୮୫୪ ମସିହାରେ ପ୍ରଶାସନିକ ସେବା ସକାଶେ ମନୋନୟନରେ ସୁଧାର ଆଣିବା ପାଇଁ ଷ୍ଟାପୋର୍ଡ ନର୍ଥକୋଟ ଓ ଟେଭେଲିଆନ ଗୋଟିଏ ଖସଡ଼ା ପ୍ରସ୍ତୁତ କରିଥିଲେ।

ସେମାନେ ଉଚ୍ଚ ସେବା ଓ ନିମ୍ନ ସେବା ଭାବେ ପ୍ରଶାସନକୁ ଦୁଇ ଭାଗରେ ବିଭାଜିତ କରିଥିଲେ।

ତେବେ ସେ ସମୟର ଜଣେ ଦକ୍ଷ ପ୍ରଶାସକ ସାମୁଏଲ ପେଅରଙ୍କ ଡାଏରିରୁ ଜଣାଯାଏ ଯେ ସେ ସମୟର ଅଧିକାଂଶ ଅଧିକାରୀ ଲାଞ୍ଚ ନେଉଥିଲେ।

ରାଜକାର୍ଯ୍ୟ ପ୍ରତି ସେମାନଙ୍କର ଆନ୍ତରିକତା ନ ଥିଲା।

Pradhan Mantri Fasal Bima Yojana: ବାଲେଶ୍ବରରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପ୍ରହସନ: ୩ ବର୍ଷରେ ନେଲେ ୧୦୧କୋଟି, ଦେଲେ ୧୯କୋଟି ଇଷ୍ଟ ଇଣ୍ଡିଆ କଂପାନି ପକ୍ଷରୁ ହେଉଥିବା ପ୍ରଶାସନିକ ପରୀକ୍ଷାରେ ସଂସ୍କାର ଆଣିଥିଲେ ଲର୍ଡ କର୍ନୱାଲିସ।

ମେକଲେ କମିଟିର ପରାମର୍ଶକ୍ରମେ ୧୮୫୫ ମସିହାଠାରୁ ଲଣ୍ଡନରେ ପରୀକ୍ଷା ଆରମ୍ଭ କରାଗଲା।

ସେତବେଳେ ଏହାର ନାମ "ଇଣ୍ଡିଆନ ସିଭିଲ ସର୍ଭିସ" ବା ଆଇ.ସି.ଏସ.

ଥିଲା।

୧୮୮୩ ମସିହାରେ ବିଶ୍ୱକବି ରବୀନ୍ଦ୍ର ନାଥ ଟାଗୋରଙ୍କ ଭାଇ ସତ୍ୟେନ୍ଦ୍ର ନାଥ ହୋଇଥିଲେ ପ୍ରଥମ ଭାରତୀୟ ଆଇ.ସି.ଏସ.।

ଭାରତ ସ୍ବାଧୀନ ହେବା ପରେ ପରେ ଯଦିଓ ବ୍ରିଟିସ ଢାଞ୍ଚାର ପ୍ରଶାସନିକ ସେବାକୁ ବନ୍ଦ କରିବା ଲାଗି ଯୁକ୍ତି ଉପସ୍ଥାପନ କରାଯାଇଥିଲା, ତତ୍କାଳୀନ ଗୃହମନ୍ତ୍ରୀ ସର୍ଦାର ବଲ୍ଲଭଭାଇ ପଟେଲ ପ୍ରଶାସନିକ ସେବାକୁ "ଷ୍ଟିଲ ଫ୍ରେମ" ବା "ଇସ୍ପାତୀ ଛାଞ୍ଚ" ବୋଲି ଆଖ୍ୟା ଦେଇ ଏହାର ନିରନ୍ତରତା ସପକ୍ଷରେ ମତ ଦେଇଥିଲେ।

ସେହି ଧାରା ଏ ଯାବତ୍‌ ଅବ୍ୟାହତ ରହିଛି। (ମତାମତ ଲେଖକଙ୍କ ନିଜସ୍ବ)ମୋ: ୯୯୩୭୮୬୩୫୨୮"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)