ED: ମନିଲଣ୍ଡରିଂ ମାମଲା: ଧରମକୋଟ୍‌ର ଆପ୍‌ ବିଧାୟକଙ୍କୁ ଇଡିର ସମନ

Nov 23, 2026 - 22:19
ED: ମନିଲଣ୍ଡରିଂ ମାମଲା: ଧରମକୋଟ୍‌ର ଆପ୍‌ ବିଧାୟକଙ୍କୁ ଇଡିର ସମନ

ଚଣ୍ଡୀଗଡ଼: ପଞ୍ଜାବର ମୋଗା ବିଧାନସଭା ଆସନର ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ବିଧାୟିକା ଅମନଦୀପ କୌର ଆରୋଡ଼ାଙ୍କ ବିରୋଧରେ ଚାଲିଥିବା ମନିଲଣ୍ଡରିଂ ତଦନ୍ତରେ ଧରମକୋଟ୍‌ର ଆପ୍‌ ବିଧାୟକ ଦେବିନ୍ଦରଜିତ୍‌ ସିଂହ ଲାଡ୍ଡି ଧୋସେଙ୍କୁ ସମନ୍‌ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)।

ଏଥିସହ ଅମନଦୀପଙ୍କ ସ୍ୱାମୀ, ବାପା, ଭାଇ ଓ ମାମୁଙ୍କ ସମେତ ପଞ୍ଜାବ ସରକାରଙ୍କ କେତେକ ବର୍ତ୍ତମାନ ଓ ପୂର୍ବତନ ଅଧିକାରୀଙ୍କୁ ମଧ୍ୟ ପଚରାଉଚରା ପାଇଁ ଡକାଯାଇଛି।

ଧରମକୋଟ୍‌ର ବିଧାୟକ ଧୋସେଙ୍କୁ ନଭେମ୍ବର ୨୭ରେ ଚଣ୍ଡୀଗଡ଼ସ୍ଥିତ ଇଡିର ଜୋନାଲ୍‌ କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି।

ମୋଗା ବିଧାୟିକା ଅମନଦୀପଙ୍କ ସ୍ୱାମୀ ରାକେଶ ଆରୋଡ଼ାଙ୍କୁ ନଭେମ୍ବର ୨୫ ଓ ଅମନଦୀପଙ୍କୁ ନଭେମ୍ବର ୨୬ରେ ହାଜର ହେବାକୁ ସମନ ଜାରି ହୋଇଛି।

ତାଙ୍କ ବାପା ଜସପାଲ ସିଂହଙ୍କୁ ନଭେମ୍ବର ୨୭, ଭାଇ ଭାଲଜିନ୍ଦର ସିଂହଙ୍କୁ ନଭେମ୍ବର ୩୦ ଏବଂ ମାମୁ ହରମିନ୍ଦର ସିଂହଙ୍କୁ ଡିସେମ୍ବର ୨ରେ ହାଜର ହେବାକୁ କୁହାଯାଇଛି।

ଏହି ମାମଲାରେ ମୋଗା ଜିଲ୍ଲା ରାଜସ୍ୱ ଅଧିକାରୀ ଗୁରଦେବ ସିଂହ ଧାମ, ସ୍ଥାନୀୟ ପଟୱାରୀ ନିରୱୈର ସିଂହ ଏବଂ ପୂର୍ବତନ ତହସିଲଦାର ଲଖୱିନ୍ଦର ସିଂହ ଗିଲ୍‌ଙ୍କୁ ମଧ୍ୟ ଇଡି ସମନ କରିଛି।

ବିଧାୟିକାଙ୍କ ସ୍ୱାମୀଙ୍କ ସହ ଜଡ଼ିତ ଏକ ହସ୍ପିଟାଲ୍‌ ଓ ନିଶାମୁକ୍ତି କେନ୍ଦ୍ରର ଜଣେ ଅଂଶୀଦାର ତଥା ନିର୍ଦ୍ଦେଶକ ଲଖୱିନ୍ଦରଙ୍କୁ ମଧ୍ୟ ପଚରାଉଚରା ପାଇଁ ଡକାଯାଇଛି।

Advertisment ଆହୁରି ପଢନ୍ତୁ: Elnino: ଏଲ୍‌ନିନୋ ପ୍ରଭାବ: ହିନ୍ଦୁକୁଶ ହିମାଳୟରେ ବନ୍ୟା, ଭୂସ୍ଖଳନ ଓ ତୁଷାରପାତ ଜନିତ ବିପର୍ଯ୍ୟୟ ଆଶଙ୍କା ଜାତୀୟ ରାଜପଥ ୭୫୪-ଏ ନିର୍ମାଣ ପାଇଁ ମୋଗା ଜିଲ୍ଲାରେ ଅଧିଗ୍ରହଣ ହୋଇଥିବା ଜମିର କ୍ଷତିପୂରଣ ଅର୍ଥ ହଡ଼ପ ଅଭିଯୋଗକୁ ନେଇ ଏହି ତଦନ୍ତ ଚାଲିଛି।

ମୋଗା ଜିଲ୍ଲାର ଆଧ୍ରମାନ ଗାଁରେ ଥିବା ସରକାରୀ ଜମିର ରାଜସ୍ୱ ରେକର୍ଡରେ ଜାଲିଆତି କରାଯାଇଥିବା ଅଭିଯୋଗରେ ଧରମକୋଟ୍‌ ଥାନାରେ ୨୦୨୪ ଜୁନ୍‌ରେ ପୁଲିସ ଏଫ୍‌ଆଇଆର୍‌ ରୁଜୁ କରିଥିଲା।

ଏହାଦ୍ୱାରା ୧ କୋଟିରୁ ଅଧିକ ଟଙ୍କାର କ୍ଷତିପୂରଣ ଅନଧିକୃତ ଭାବେ ପ୍ରଦାନ କରାଯାଇଥିବା ଇଡିର ଅଭିଯୋଗ।

ଚଳିତ ମାସ ୪ ତାରିଖରେ ଇଡି ଅମନଦୀପ, ତାଙ୍କ ପରିବାର ଓ ସହଯୋଗୀଙ୍କ ସହ ଜଡ଼ିତ ୭ଟି ସ୍ଥାନରେ ଚଢ଼ଉ କରିଥିଲା।

ତଦନ୍ତକାରୀ ସଂସ୍ଥାର ଅଭିଯୋଗ ଅନୁଯାୟୀ, କ୍ଷତିପୂରଣ ଅର୍ଥ ଅନ୍ୟତ୍ର ସ୍ଥାନାନ୍ତର କରିବାରେ ବିଧାୟିକା ଓ ତାଙ୍କ ସ୍ୱାମୀଙ୍କ ଭୂମିକା ରହିଛି।

ତେବେ ଅମନଦୀପ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଚଢ଼ଉକୁ ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ବୋଲି କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)