Earthquake: ଭୂକମ୍ପ ଆସିବା ପୂର୍ବରୁ ଆଲର୍ଟ ପଠାଇଲା ଗୁଗଲ୍‌

Jun 25, 2026 - 21:05
Earthquake: ଭୂକମ୍ପ ଆସିବା ପୂର୍ବରୁ ଆଲର୍ଟ ପଠାଇଲା ଗୁଗଲ୍‌

"କାରାକାସ୍‌: ଭେନେଜୁଏଲାରେ ଆସିଥିବା ଶତାବ୍ଦୀର ସବୁଠାରୁ ଭୟଙ୍କର ଯୁଗ୍ମ ଭୂକମ୍ପ (ତୀବ୍ରତା ୭.୧ ଓ ୭.୫) ଅନେକ ଅଟ୍ଟାଳିକାକୁ ମାଟିରେ ମିଶାଇ ଦେଇଛି।

ମାତ୍ର ଏହି ମହାବିପର୍ଯ୍ୟୟ ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ "ଏକ୍ସ" ରେ ବ୍ୟାପକ ଚର୍ଚ୍ଚା ଚାଲିଛି।Advertisment କେତେକ ବ୍ୟବହାରକାରୀ ସ୍କ୍ରିନସଟ୍ ସେୟାର କରି ଦର୍ଶାଇଛନ୍ତି ଯେ, ଭୂକମ୍ପର ପ୍ରକୃତ ଝଟକା ଅନୁଭୂତ ହେବାର କିଛି ସେକେଣ୍ଡ ପୂର୍ବରୁ ହିଁ ଗୁଗଲ୍ ସେମାନଙ୍କ ଆଣ୍ଡ୍ରଏଡ୍ ମୋବାଇଲକୁ ସତର୍କ ସୂଚନା ବା "ଆଲର୍ଟ" ପଠାଇ ସାରିଥିଲା।

ଜଣେ ୟୁଜରଙ୍କ ପାଖକୁ ଆସିଥିବା ନୋଟିଫିକେସନ୍‌ରେ ପ୍ରାୟ ୩୪୧ କିଲୋମିଟର (୨୧୨.୩ ମାଇଲ୍) ଦୂରରେ ୬.୨ ତୀବ୍ରତାର ଭୂକମ୍ପ ଚିହ୍ନଟ ହୋଇଥିବା ଲେଖାଥିଲା।

Earthquakes: କିଛି ଘଣ୍ଟା ମଧ୍ୟରେ ୩ଟି ମହାଦେଶକୁ ଦୋହଲାଇ ଦେଇଥିଲା ୩ଟି ଶକ୍ତିଶାଳୀ ଭୂମିକମ୍ପ ସୂଚନାଯୋଗ୍ୟ, ଆଧୁନିକ ସ୍ମାର୍ଟଫୋନ୍‌ରେ "ଆକ୍ସେଲେରୋମିଟର" ନାମକ ଏକ ସେନ୍ସର ଥାଏ, ଯାହା ସାଧାରଣତଃ ମୋବାଇଲ୍ ସ୍କ୍ରିନ୍‌କୁ ସ୍ୱୟଂଚାଳିତ ଭାବେ ଘୂରାଇବାରେ ସାହାଯ୍ୟ କରେ।

ମାତ୍ର ଏହାର ଅନ୍ୟ ଏକ ବଡ଼ କାମ ହେଉଛି, ଏହା ଯେକୌଣସି ସୂକ୍ଷ୍ମ କମ୍ପନକୁ ମଧ୍ୟ ଚିହ୍ନଟ କରିପାରେ।

ଯେତେବେଳେ କୌଣସି ଅଞ୍ଚଳରେ ଭୂକମ୍ପଜନିତ କମ୍ପନ ସୃଷ୍ଟି ହୁଏ, ସେତେବେଳେ ସ୍ମାର୍ଟଫୋନ୍ ତାହାକୁ ତୁରନ୍ତ ରେକର୍ଡ କରି ଗୁଗଲ୍‌ର "ଆଣ୍ଡ୍ରଏଡ୍ ଭୂକମ୍ପ ଆଲର୍ଟ ସିଷ୍ଟମ୍"ର ସର୍ଭରକୁ ଏକ ସିଗନାଲ୍ ଏବଂ ଆନୁମାନିକ ଲୋକେସନ୍ ପଠାଇଥାଏ।

ଗୁଗଲ୍‌ର ସର୍ଭର ସେହି ନିର୍ଦ୍ଦିଷ୍ଟ ଅଞ୍ଚଳର ଅନ୍ୟାନ୍ୟ ଶତାଧିକ ଫୋନ୍‌ରୁ ମିଳିଥିବା ସୂଚନାକୁ ଏକତ୍ର ଯାଞ୍ଚ କରେ।

ଯଦି ଅଧିକାଂଶ ଫୋନ୍‌ରେ ଏକାଭଳି କମ୍ପନ ଚିହ୍ନଟ ହୁଏ, ତେବେ ଗୁଗଲ୍ ନିଶ୍ଚିତ ହୁଏ ଯେ ଭୂକମ୍ପ ଆସୁଛି।

ବିଶ୍ୱବ୍ୟାପୀ ପ୍ରାୟ ୨୦୦ କୋଟିରୁ ଅଧିକ ଆଣ୍ଡ୍ରଏଡ୍ ଫୋନ୍ ଏହି ନେଟୱର୍କ ସହ ଜଡ଼ିତ ଥିବାରୁ ଏହା ପୃଥିବୀର ସବୁଠାରୁ ବଡ଼ ଭୂକମ୍ପ ଚିହ୍ନଟ ବ୍ୟବସ୍ଥା ପାଲଟିଛି।

"