Education: ମୂଲ୍ୟବୋଧ ପ୍ରତିଯୋଗିତାରେ ଓଡିଏମ୍ ପବ୍ଲିକ୍ ସ୍କୁଲର ସଫଳତା
ଭୁବନେଶ୍ବର: ଭଗବଦଗୀତା ଆଧାରିତ ଏକ ମୂଲ୍ୟବୋଧ ଶିକ୍ଷା ପ୍ରତିଯୋଗିତାରେ ପଟିଆ ଶିଶୁବିହାର ସ୍ଥିତ ଓଡିଏମ୍ ପବ୍ଲିକ ସ୍କୁଲ ସଫଳତା ହାସଲ କରିଛି। ଇସ୍କନ ପକ୍ଷରୁ ଇସ୍ରୋ ଓ ଆଇଆଇଟି ଦିଲ୍ଲୀ ସହଯୋଗରେ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ପ୍ରତିଯାଗିତାରେ ସ୍କୁଲରୁ ସର୍ବାଧିକ ସଂଖ୍ୟକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।
ମୂଲ୍ୟବୋଧ ଶିକ୍ଷା ପ୍ରତି ସ୍କୁଲର ନିଷ୍ଠା ପାଇଁ ବିଦ୍ୟାଳୟର ଅଧ୍ୟକ୍ଷା ଡ. ସନ୍ଧ୍ୟାରାଣୀ ସ୍ବାଇଁଙ୍କୁ ସମ୍ମାନିତ କରାଯାଇଥିଲା। ରାଜ୍ୟ ସ୍ତରରେ ଚତୁର୍ଥ ଶ୍ରେଣୀର ରିସନ୍ଥ ମହାନ୍ତି କନିଷ୍ଠ ବର୍ଗରେ ଓ ନବମ ଶ୍ରେଣୀ ଛାତ୍ରୀ ସାଇ ପ୍ରତିକ୍ଷା ବରିଷ୍ଠ ବର୍ଗରେ ଶ୍ରେଷ୍ଠ ସ୍ଥାନ ହାସଲ କରିଥିଲେ। ଉଭୟଙ୍କୁ ଟାବଲେଟ୍ ପୁରସ୍କାର ଦିଆଯାଇଥିଲା। ସଫଳ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ସତ୍ୟବ୍ରତ ମୀନକେତନ, ଭୁବନେଶ୍ବର ଇସ୍କନ ସୋସାଇଟିର ସଭାପତି ଶ୍ରୀଦାପ ସତ୍ବତପତି ଦାସ, ସିନିୟର ପ୍ରିନ୍ସିପାଲ୍ ଡ. ରାଜେଶ ପାଢ଼ୀ ପ୍ରମୁଖ ସମ୍ବର୍ଦ୍ଧିତ କରିଥିଲେ।