Highest Grossing Sequels: ଚଳିତ ବର୍ଷ ବକ୍ସ ଅଫିସରେ ଅଧିକାଂଶ ସିକ୍ୱେଲ୍ ଫିଲ୍ମ ଆୟର ନୂଆ ରେକର୍ଡ ସୃଷ୍ଟି କରିଛି

Jun 25, 2026 - 22:22
Highest Grossing Sequels: ଚଳିତ ବର୍ଷ ବକ୍ସ ଅଫିସରେ ଅଧିକାଂଶ ସିକ୍ୱେଲ୍ ଫିଲ୍ମ ଆୟର ନୂଆ ରେକର୍ଡ ସୃଷ୍ଟି କରିଛି

"ନୂଆଦିଲ୍ଲୀ: ଚଳିତ ବର୍ଷ ବକ୍ସ ଅଫିସରେ ଅଧିକାଂଶ ସିକ୍ୱେଲ୍ ଫିଲ୍ମ ଆୟର ନୂଆ ରେକର୍ଡ ସୃଷ୍ଟି କରିଛି।

ଦର୍ଶକମାନେ ମଧ୍ୟ ଏହି ଲୋକପ୍ରିୟ ଫ୍ରାଞ୍ଚାଇଜ୍ ଫିଲ୍ମଗୁଡ଼ିକୁ ହୃଦୟର ସହ ଗ୍ରହଣ କରି ସେମାନଙ୍କ ଉପରେ ଭରପୂର ଭଲପାଇବା ବର୍ଷାଇଛନ୍ତି।

ଏହି ସିକ୍ୱେଲ୍ ଫିଲ୍ମଗୁଡ଼ିକ ମଧ୍ୟରୁ କେତେକର କାହାଣୀ ଦର୍ଶକଙ୍କୁ ଭାବପ୍ରବଣ କରି କାନ୍ଦାଇ ଦେଇଥିବାବେଳେ, ଆଉ କେତେକ ବକ୍ସ ଅଫିସରେ ଜବରଦସ୍ତ ଆୟ କରି ସଫଳତାର ନୂଆ ଇତିହାସ ରଚିଛି।Advertisment ଏହି ତାଲିକାର ପ୍ରଥମ ଫିଲ୍ମ ହେଉଛି ବରୁଣ ଧୱନଙ୍କ 'ବର୍ଡର ୨'।

ଏହି ଫିଲ୍ମକୁ ନେଇ ଦୀର୍ଘଦିନ ଧରି ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଥିଲା।

ଫିଲ୍ମରେ ସନ୍ନି ଦେଓଲ୍, ବରୁଣ ଧୱନ, ଦିଲଜିତ ଦୋସାଞ୍ଜ ଓ ଅହାନ ଶେଟ୍ଟୀ ମୁଖ୍ୟ ଭୂମିକାରେ ନଜର ଆସିଥିଲେ।୧୯୯୭ରେ ମୁକ୍ତିଲାଭ କରିଥିବା ସୁପରହିଟ୍ ଫିଲ୍ମ 'ବର୍ଡର'ର ସିକ୍ୱେଲ୍ 'ବର୍ଡର ୨' ମଧ୍ୟ ଦର୍ଶକଙ୍କ ଭରପୂର ପ୍ରଶଂସା ସାଉଁଟିଥିଲା।

ଫିଲ୍ମଟି ବକ୍ସ ଅଫିସରେ ୩୨୫ କୋଟି ଟଙ୍କାର ଆୟ କରିଥିଲା।

ତାଲିକାର ଦ୍ୱିତୀୟ ଫିଲ୍ମ ହେଉଛି ରାଣୀ ମୁଖାର୍ଜୀଙ୍କ 'ମର୍ଦାନୀ ୩'।

ଏହି ଫ୍ରାଞ୍ଚାଇଜ୍‌ର ପୂର୍ବରୁ ମୁକ୍ତିଲାଭ କରିଥିବା ସମସ୍ତ ଫିଲ୍ମ ସୁପରହିଟ୍ ସାବ୍ୟସ୍ତ ହୋଇଥିଲା। "ମର୍ଦାନୀ ୩'ରେ ମଧ୍ୟ ରାଣୀ ମୁଖାର୍ଜୀ ନିଜ ଦମଦାର ଅଭିନୟରେ ଦର୍ଶକଙ୍କ ହୃଦୟ ଜିତିବା ସହ ଫିଲ୍ମକୁ ସଫଳ କରିଥିଲେ।

ଫିଲ୍ମଟି ବକ୍ସ ଅଫିସରେ ମଧ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରି ୫୦ କୋଟି ଟଙ୍କାରୁ ଅଧିକ ବ୍ୟବସାୟ କରିଥିଲା।

ଭେନେଜୁଏଲାରେ ଦୁଇଟି ଶକ୍ତିଶାଳୀ ଭୂକମ୍ପ: ୧୬୪ ମୃତ, ୯୭୧ ଆହତ ତାଲିକାର ପରବର୍ତ୍ତୀ ଫିଲ୍ମ ହେଉଛି 'ଧୁରନ୍ଧର ୨'।

ଏହା ଚଳିତ ବର୍ଷର ସବୁଠାରୁ ବଡ଼ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା।

ଫିଲ୍ମଟି କେବଳ ରେକର୍ଡ ଆୟ କରି ନଥିଲା, ବରଂ ରଣବୀର ସିଂହଙ୍କ କ୍ୟାରିୟରକୁ ମଧ୍ୟ ଏକ ନୂଆ ଦିଗ ଦେଇଥିଲା।

ଫିଲ୍ମରେ ରଣବୀର ସିଂହ, ସଞ୍ଜୟ ଦତ୍ତ ଓ ଅର୍ଜୁନ ରାମପାଲ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। 'ଧୁରନ୍ଧର ୨' ଚଳିତ ବର୍ଷର ସର୍ବାଧିକ ଆୟକାରୀ ଫିଲ୍ମ ହୋଇ ବିଶ୍ୱବ୍ୟାପୀ ପ୍ରାୟ ୧,୩୭୫ କୋଟି ଟଙ୍କାର କଲେକ୍ସନ କରିଥିଲା।

ଧୁରନ୍ଧର ୨' ପରେ ମୁକ୍ତିଲାଭ କରିଥିବା କୌଣସି ଫିଲ୍ମ ଏହା ପରି ବକ୍ସ ଅଫିସରେ ରେକର୍ଡ ସୃଷ୍ଟି କରିପାରି ନଥିଲା।

ଫିଲ୍ମର ଗୀତଗୁଡ଼ିକ ମଧ୍ୟ ବେଶ୍ ଲୋକପ୍ରିୟ ହୋଇଥିଲା।

ଏହାଛଡ଼ା 'ଧୁରନ୍ଧର' ମଧ୍ୟ ବକ୍ସ ଅଫିସରେ ଉଲ୍ଲେଖନୀୟ ଆୟ କରିଥିଲା। 'ଧୁରନ୍ଧର' ଏବଂ 'ଧୁରନ୍ଧର ୨'—ଉଭୟ ଫିଲ୍ମ ମୋଟାଅଙ୍କର ଆୟ କରି ବକ୍ସ ଅଫିସକୁ ଦୋହଲାଇ ଦେଇଥିଲା।

ଶାହିଦ କପୁର, କୃତି ସାନନ ଓ ରଶ୍ମିକା ମନ୍ଦାନା ଅଭିନୀତ ନିକଟରେ ମୁକ୍ତିଲାଭ କରିଥିବା 'କକଟେଲ୍ ୨' ମଧ୍ୟ 'କକଟେଲ୍'* ସିକ୍ୱେଲ୍।

ଫିଲ୍ମଟି ପ୍ରେକ୍ଷାଳୟରେ ଭଲ ପ୍ରଦର୍ଶନ କରୁଛି।

ହୋମି ଅଦାଜାନିଆଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ମୁକ୍ତିଲାଭର ପ୍ରଥମ ଚାରି ଦିନ ମଧ୍ୟରେ ଘରୋଇ ବକ୍ସ ଅଫିସରେ ୫୩.୮୫ କୋଟି ଟଙ୍କାର ଆୟ କରିଛି।

ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି 'ୱେଲକମ୍ ଟୁ ଦ ଜଙ୍ଗଲ୍'।

ଏହି ଫିଲ୍ମକୁ ନେଇ ପ୍ରଶଂସକମାନେ ଉତ୍ସ‌ାହର ସହ ଅପେକ୍ଷା କରିଛନ୍ତି।

ଫିଲ୍ମରେ ଅକ୍ଷୟ କୁମାର, ରବୀନା ଟଣ୍ଡନ, ସୁନିଲ୍ ଶେଟ୍ଟୀ, ସଞ୍ଜୟ ଦତ୍ତ, ପରେଶ ରାୱଲ୍, ଦିଶା ପଟାନି, ଲାରା ଦତ୍ତା ଏବଂ ଜ୍ୟାକ୍ଲିନ୍ ଫର୍ଣ୍ଣାଡିଜଙ୍କ ସହିତ ଅନେକ କଳାକାର ନଜର ଆସିବେ।

ଏହି ଫିଲ୍ମଟି ଏହି ବର୍ଷ ଜୁନ ୨୬ରେ ମୁକ୍ତିଲାଭ କରିବ।

ଏହାଛଡ଼ା ଆଉ ଗୋଟିଏ ଫିଲ୍ମ ହେଉଛି 'ଧମାଲ ୪'।

ଇନ୍ଦ୍ର କୁମାରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ମଧ୍ୟ ମୁକ୍ତିଲାଭର ଦ୍ୱାରଦେଶରେ ଅଛି।

ଫିଲ୍ମରେ ଅଜୟ ଦେବଗନ, ଅରଶଦ୍ ୱାରସୀ, ରିତେଶ ଦେଶମୁଖ, ରବି କିଶନ, ଜାବେଦ ଜାଫରୀ ଏବଂ ସଞ୍ଜିଦା ଶେଖ ଭଳି ଅନେକ ତାରକା ନଜର ଆସିବେ।

ଏହି ଫିଲ୍ମଟି ଜୁଲାଇ ୧୦ ତାରିଖରେ ମୁକ୍ତିଲାଭ କରିବ।

"