Earth again: ଆର୍ଯ୍ୟପଲ୍ଲୀରେ ‘ପୁନଶ୍ଚ ପୃଥିବୀ’: ‘ସହଭାଗିତା ଓ ସମନ୍ୱୟ ରହିଲେ ସବୁ ସମ୍ଭବ’

Sep 09, 2026 - 05:54
Earth again: ଆର୍ଯ୍ୟପଲ୍ଲୀରେ ‘ପୁନଶ୍ଚ ପୃଥିବୀ’: ‘ସହଭାଗିତା ଓ ସମନ୍ୱୟ ରହିଲେ ସବୁ ସମ୍ଭବ’

"ଛତ୍ରପୁର: "ଗଞ୍ଜାମ ଉପକୂଳ ପ୍ରତି ବିପଦ ଦେଖାଦେଇଛି।

ଗତ କିଛି ବର୍ଷ ଧରି ଗୋଟିଏ ପରେ ଗୋଟିଏ ଗାଁକୁ ସମୁଦ୍ର ଗିଳି ଚାଲିଛି।

ଋଷିକୁଲ୍ୟା ମୁହାଣ ବି ପୋତି ହେଉଛି।

ଉପକୂଳ ସୁରକ୍ଷା ଏବେ କେବଳ ପ୍ରସଙ୍ଗ ନୁହେଁ, ପୂରା ସରକାରଙ୍କ ନିଦ ହଜେଇ ସାରିଲାଣି।

ତେଣୁ ଏ ଦିଗରେ ଶାସକ-ବିରୋଧୀ ଉଭୟ ଦଳର ନେତାଙ୍କୁ ଏକାଠି ବସିବାକୁ ହେବ।" ଆଜି ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍‌ର ଆର୍ଯ୍ୟପଲ୍ଲୀରେ "ସମ୍ବାଦ" ଓ "କନକ ନ୍ୟୁଜ୍" ପକ୍ଷରୁ ଆୟୋଜିତ "ପୁନଶ୍ଚ ପୃଥିବୀ" କାର୍ଯ୍ୟକ୍ରମରେ ଏଭଳି ମତପ୍ରକାଶ ପାଇଛି।

ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ।

ଜଳବାୟୁ ପରିବର୍ତ୍ତନ ଆଜିର ଦିନରେ ବଡ଼ ସମସ୍ୟା ହୋଇଥିଲା ବେଳେ ଗଞ୍ଜାମର ଉପକୂଳ ପ୍ରତି ବିପଦ ସୃଷ୍ଟି ହୋଇଛି।

ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଗଣଅଣ୍ଡାଦାନ ବାଧାପ୍ରାପ୍ତ ଠାରୁ ନେଇ ଆର୍ଯ୍ୟପଲ୍ଲୀରେ ଉପକୂଳ କ୍ଷୟ ଦ୍ୱାରା ପ୍ରକୃତି ଅନେକ ସଂକେତ ଦେଇସାରିଛି।

ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏହାକୁ ଗୁରୁତ୍ବର ସହ ନେଉଛନ୍ତି।

ଏନ୍‌ଆଇଓଟି ଦ୍ୱାରା ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି।

ଏପରିକି ବିସ୍ଥାପନ ନେଇ ସକାରାତ୍ମକ ଆଲୋଚନା ବି ହୋଇଥିବା ସେ କହିଥିଲେ।

କନକ ନ୍ୟୁଜ୍ ଉପସ୍ଥାପିକା ସ୍ବସ୍ତିକା ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେ "ସମ୍ବାଦ"ଓ "କନକ ନ୍ୟୁଜ୍‌"ର ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିଲେ। "ସମ୍ବାଦ"ଓ "କନକ ନ୍ୟୁଜ୍‌"ର ସଂପାଦକ ତନୟା ପଟ୍ଟନାୟକ ଜଳବାୟୁ ପରିବର୍ତ୍ତନର ଆହ୍ୱାନ ନେଇ ଅଭିଭାଷଣ ରଖିଥିଲେ।

Advertisment Workshop: ହରିପୁରରେ ୩ ଦିନିଆ ଗୁରୁଦିବସ କର୍ମଶାଳା ଅନୁମୋଦନ ଅପେକ୍ଷାରେ ୩୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପବିରୋଧୀ-ଶାସକ ନେତାଙ୍କୁ ଗୋଟିଏ ମଞ୍ଚରେ ବସିବାକୁ ପଡ଼ିବମୁଖ୍ୟମନ୍ତ୍ରୀଙ୍କ ସହ ଏକାଠି ବସିବେ ୫ ଉପକୂଳବର୍ତ୍ତୀ ବିଧାୟକ ଏହାପରେ ଗଞ୍ଜାମ ଉପକୂଳ ସୁରକ୍ଷାରେ ସରକାରଙ୍କ ଦୃଷ୍ଟିଭଙ୍ଗୀ ନେଇ ଆଲୋଚନା ହୋଇଥିଲା।

ଏଥିରେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରା ଓ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଅତିଥି ଭାବେ ଯୋଗଦେଇ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ।

ଶ୍ରୀ ନାୟକ କହିଥିଲେ, ୩୦୦ କୋଟିରୁ ଅଧିକ ଟଙ୍କାରେ ଉପକୂଳ ସୁରକ୍ଷା ପ୍ରକଳ୍ପ ଡିପିଆର୍‌ ସରକାରଙ୍କ ପାଖକୁ ଅନୁମୋଦନ  ପାଇଁ ଯାଇଛି।

ଆର୍ଯ୍ୟପଲ୍ଲୀ ସହ ଅନ୍ୟ ଉପକୂଳକୁ ବଞ୍ଚେଇବାକୁ ସେ ଜନପ୍ରତିନିଧି ଭାବେ ଲଢ଼େଇ ଜାରି ରଖିବେ ବୋଲି କହିଥିଲେ।

ସେହିପରି ସହଭାଗିତା ଓ ସମନ୍ୱୟ ଦ୍ୱାରା ହିଁ ଉପକୂଳ ସୁରକ୍ଷା କରାଯାଇପାରିବ ବୋଲି ବିଧାୟକ ଶ୍ରୀ ଦ୍ୟାନସାମନ୍ତରା କହିଥିଲେ।

ବିରୋଧୀ ଓ ଶାସକ ନେତା ଗୋଟିଏ ମଞ୍ଚରେ ଆଲୋଚନା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ସହ ଚିକିଟି, ଗୋପାଳପୁର, ବ୍ରହ୍ମପୁର, ଛତ୍ରପୁର ଓ ଖଲ୍ଲିକୋଟ ବିଧାୟକ ବସି ଆଲୋଚନା କରିବେ ବୋଲି କହିଥିଲେ। "ସମ୍ବାଦ" ଓ "କନକ ନ୍ୟୁଜ୍‌"ର ଗଞ୍ଜାମ ଜିଲ୍ଲା ପ୍ରତିନିଧି ରାକେଶ ରୋଶନ ମହାନ୍ତି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Horoscope 2026 September 09: ଜାଣନ୍ତୁ ଆଜିର ରାଶିଫଳ...

ଏହାବାଦ ଆଉ ଦୁଇଟି ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।

ଦ୍ୱିତୀୟ ଅଧିବେଶନରେ ପରିବେଶବିତ ମୀନା କୁମାରୀ ଟହଲ, ସାମାଜିକ କର୍ମୀ ସୀମାଞ୍ଚଳ ନାହାକ, ଦକ୍ଷିଣ ଫାଉଣ୍ଡେସନର ଚନ୍ଦ୍ରଗିରି ପ୍ରତିମା ଏବଂ ଓଡ଼ିଶା ପାରମ୍ପରିକ ମତ୍ସ୍ୟଜୀବୀ ସଂଘର କେ.ଏଲେୟା ଯୋଗ ଦେଇ ଗଞ୍ଜାମ ପ୍ରତି ଥିବା ଜଳବାୟୁ ବିପଦ ନେଇ ଆଲୋଚନା ହୋଇଥିଲା।

ଶେଷ ଅଧିବେଶନରେ ଗଞ୍ଜାମ ଉପକୂଳ, ଜୀବନଜୀବିକା ଓ ନୀଳ ଅର୍ଥନୀତି ସମ୍ପର୍କରେ ମାନସମନ୍ଥନ ହୋଇଥିଲା।

ଏଥିରେ ଛତ୍ରପୁର ଅତିରିକ୍ତ ଉପଜିଲ୍ଲାପାଳ ପାର୍ଥସାରଥି ହାଁସଦା, ଅତିରିକ୍ତ ମତ୍ସ୍ୟ ଅଧିକାରୀ (ସାମୁଦ୍ରିକ) ଦେବୀଦତ୍ତ ମହାନ୍ତି ଓ ଶିକ୍ଷାବିତ ରଞ୍ଜନ ମହାପାତ୍ର ଯୋଗଦେଇ ଆଲୋଚନା କରିଥିଲେ।

ପରିବେଶ ପ୍ରତି ସମର୍ପିତ ବ୍ରହ୍ମପୁରର ବିଶିଷ୍ଟ ପରିବେଶବିତ୍ ସୁବାସ ମହାରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)