Earrings: ୧.୩୫ କୋଟିର କାନଫୁଲ ଚୋରି
"ଚଳଚ୍ଚିତ୍ର ପ୍ରଯୋଜିକା ଓ ଫ୍ୟାସନ୍ ଡିଜାଇନର୍ ରିୟା କପୁରଙ୍କ ପାଖରୁ ଦୁଇହଳ ହୀରାଖଚିତ କାନଫୁଲ ଚୋରି ହୋଇଯାଇଛି।
ମୁମ୍ବାଇ ପୁଲିସ ପାଖରେ ରିୟା ଦାଖଲ କରିଥିବା ଅଭିଯୋଗ ଅନୁସାରେ ସେ ଏପ୍ରିଲ ୨୭ରେ ତାଙ୍କ ଟିମ୍ ସହିତ ନ୍ୟୁୟର୍କ ଯାଉଥିଲେ।
ଦୁଇଟି ଭିନ୍ନ ଭିନ୍ନ ଅଳଙ୍କାର ଦୋକାନରୁ ସେ ଭଡ଼ା ସୂତ୍ରରେ ଆଣିଥିବା ହୀରାଖଚିତ କାନଫୁଲଗୁଡ଼ିକ ତାଙ୍କ ମେକ୍ଅପ୍ ଆର୍ଟିଷ୍ଟଙ୍କ ବ୍ୟାଗ୍ରେ ରଖାଯାଇଥିଲା।
ସେଥିରୁ ଗୋଟିଏ ହଳ ୬୬ ଲକ୍ଷ ଟଙ୍କାର ହୋଇଥିବାବେଳେ ଅନ୍ୟ ହଳକର ମୂଲ୍ୟ ୬୯ ଲକ୍ଷ ଟଙ୍କା।Advertisment Weekly Horoscope 2026 June 21 to 27: ଜାଣନ୍ତୁ ଏ ସପ୍ତାହର ରାଶିଫଳ ଏହି କାନଫୁଲଗୁଡ଼ିକୁ ନ୍ୟୁୟର୍କର ଏକ ହାଇ ପ୍ରୋଫାଇଲ୍ କାର୍ଯ୍ୟକ୍ରମରେ ବ୍ୟବହାର କରିବାର ଯୋଜନା ଥିଲା।
ତେବେ ମୁମ୍ବାଇରୁ ଯାଇ ନ୍ୟୁୟର୍କ ପହଞ୍ଚିବା ପରେ ରିୟାଙ୍କ ସହଯୋଗୀଙ୍କ ବ୍ୟାଗରୁ କାନଫୁଲଗୁଡ଼ିକ ମିଳି ନଥିଲା।
ସେମାନେ ମୁମ୍ବାଇ ଫେରିବା ପରେ ପୁଲିସ ପାଖରେ ଅଭିଯୋଗ କରିଛନ୍ତି।
ଏବେ ପୁଲିସ ଏହା ଜାଣିବାକୁ ଚେଷ୍ଟା କରୁଛି ଯେ ଚୋରି ମୁମ୍ବାଇ ବିମାନବନ୍ଦରରୁ ହୋଇଥିଲା ନା ନ୍ୟୁୟର୍କ ପହଞ୍ଚିବା ପରେ ହୋଇଥିଲା।
ଉଲ୍ଲେଖଯୋଗ୍ୟ ଯେ ରିୟା ହେଉଛନ୍ତି ଅଭିନେତା ଅନିଲ କପୁରଙ୍କ ଝିଅ ତଥା ସୋନମ କପୁରଙ୍କ ସାନ ଭଉଣୀ।
ସେ ଅତୀତରେ "ବୀରେ ଦି ୱେଡିଂ" ଓ "କ୍ରୁ" ପରି ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି।
Letter: ଚଳନ୍ତିକା: ଏଇଠୁ ଲେଖାଯାଏ ନିଜ ଠିକଣାରେ ନିଜକୁ ଚିଠି"