E20 petrol: ମାଇଲେଜ୍ ହ୍ରାସର ଏକମାତ୍ର କାରଣ ଇ୨୦ ପେଟ୍ରୋଲ ନୁହେଁ

Aug 16, 2026 - 18:57
E20 petrol: ମାଇଲେଜ୍ ହ୍ରାସର ଏକମାତ୍ର କାରଣ ଇ୨୦ ପେଟ୍ରୋଲ ନୁହେଁ

"ନୂଆଦିଲ୍ଲୀ: ଇ୨୦ ପେଟ୍ରୋଲ ଏବଂ ଗାଡ଼ିର ମାଇଲେଜ୍‌କୁ ନେଇ ବିତର୍କ ଚାଲିଥିବାବେଳେ ସରକାର ଆଉ ଏକ ସ୍ପଷ୍ଟୀକରଣ ଶନିବାର ରଖିଛନ୍ତି।

ଇଥାନଲ ମିଶ୍ରିତ ପେଟ୍ରୋଲକୁ ମାଇଲେଜ୍‌ ହ୍ରାସର ଏକମାତ୍ର କାରଣ ଭାବେ ବିବେଚନା କରାଯାଇ ପାରିବ ନାହିଁ।

ଗାଡ଼ିର ମାଇଲେଜ ଅନେକଗୁଡ଼ିଏ ବିଷୟ ଉପରେ ନିର୍ଭର କରେ।

ଟ୍ରାଫିକ୍‌, ଡ୍ରାଇଭିଂ ଷ୍ଟାଇଲ, ଟାୟାର ପ୍ରେସର, ଗାଡ଼ିର ରକ୍ଷଣାବେକ୍ଷଣ ଏବଂ ଏୟାର କଣ୍ଡିସନର ବ୍ୟବହାର ଭଳି ଅନେକ ବିଷୟ ଉପରେ ଏହା ନିର୍ଭର କରେ ବୋଲି ପେଟ୍ରୋଲିୟମ ମନ୍ତ୍ରାଳୟ ପକ୍ଷରୁ ସାମାଜିକ ଗଣମାଧ୍ୟମ ଏକ୍ସରେ କୁହାଯାଇଛି।

Advertisment ଇ୨୦ ପେଟ୍ରୋଲର ବ୍ୟାପକ ପରୀକ୍ଷଣ ହୋଇଛି।

ବାସ୍ତବ ମାଇଲେଜ୍‌ ଗାଡ଼ିର ସ୍ଥିତି ଏବଂ କେଉଁ ପରିସ୍ଥିତିରେ ଚଳାଯାଉଛି ତାହା ଉପରେ ନିର୍ଭର କରେ ବୋଲି କୁହାଯାଇଛି।

ଇ୨୦ ପେଟ୍ରୋଲ ବ୍ୟବହାର ଦ୍ବାରା ଗାଡ଼ିର ମାଇଲେଜ୍‌ ଏବଂ ପ୍ରଦର୍ଶନ ପ୍ରଭାବିତ ହେଉଛି ବୋଲି ଗାଡ଼ିଚାଳକମାନେ ଅଭିଯୋଗ କରିଆସୁଛନ୍ତି।

ଏଭଳି ସ୍ଥିତିରେ ସରକାର ନୂଆ ସ୍ପଷ୍ଟୀକରଣ ଦେଇଛନ୍ତି।

Petrol And Diesel Price: ପ୍ରିମିୟମ ପେଟ୍ରୋଲ ଦର ଲିଟର ପିଛା ହେଲା ୧୧୪ ଟଙ୍କା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media