E100 fuel: ଇ୧୦୦ ତେଲକୁ ମିଳିଲା ଅନୁମତି: ସମ୍ପୂର୍ଣ୍ଣ ଇଥାନଲ୍‌ରେ ଚାଲିବ କାର

Oct 27, 2026 - 07:17
E100 fuel: ଇ୧୦୦ ତେଲକୁ ମିଳିଲା ଅନୁମତି: ସମ୍ପୂର୍ଣ୍ଣ ଇଥାନଲ୍‌ରେ ଚାଲିବ କାର

ନୂଆଦିଲ୍ଲୀ: ପେଟ୍ରୋଲ୍‌ର ବିକଳ୍ପ ଇନ୍ଧନ ଭାବେ ଇଥାନଲ୍‌ର ବ୍ୟବହାର ବଢ଼ାଇବା ଦିଗରେ କେନ୍ଦ୍ର ସରକାର ଆଉ ଏକ ପଦକ୍ଷେପ ନେଇଛନ୍ତି।

ସମ୍ପୂର୍ଣ୍ଣ ଇଥାନଲ୍‌ରେ ଚାଲିପାରୁଥିବା ଗାଡ଼ି ପାଇଁ ଇ୧୦୦ ତେଲ କୁ ମୋଟର ଯାନ ଅଧିନିୟମରେ ସାମିଲ କରାଯାଇଛି।

ଏଥିପାଇଁ କେନ୍ଦ୍ର ସରକାର କେନ୍ଦ୍ରୀୟ ମୋଟର ଯାନ ଅଧିନିୟମ ୧୯୮୯ରେ ସଂଶୋଧନ କରିଛନ୍ତି।

ଏହା ଦ୍ୱାରା ଇଥାନଲ୍‌ ଆଧାରିତ ଫ୍ଲେକ୍ସ ଫୁଏଲ୍‌ ଗାଡ଼ିର ବ୍ୟବହାର ଓ ଉତ୍ପାଦନ ପାଇଁ ନିୟାମକ ବ୍ୟବସ୍ଥା ଅଧିକ ସ୍ପଷ୍ଟ ହୋଇଛି।

ଇଥାନଲ୍‌ ସହିତ ବାୟୋଡିଜେଲ୍‌ ସମ୍ପର୍କିତ ଅଧିନିୟମରେ ମଧ୍ୟ ସଂଶୋଧନ କରାଯାଇଛି।

ନିୟମରେ ପୂର୍ବରୁ ଥିବା ବି୧୦କୁ ବି୧୦୦ କରାଯାଇଛି।

ବି୧୦ରେ ୧୦ ପ୍ରତିଶତ ବାୟୋଡିଜେଲ୍‌ ମିଶ୍ରଣ କରାଯାଉଥିଲା।

କିନ୍ତୁ ବି୧୦୦ ହେଉଛି ଶୁଦ୍ଧ ବାୟୋଡିଜେଲ୍‌।

ଏହା ସହିତ ନିର୍ଦ୍ଦିଷ୍ଟ ଯାନ ବର୍ଗ ପାଇଁ ମୋଟ ଓଜନ ସୀମାକୁ ୩,୦୦୦ କିଲୋଗ୍ରାମ୍‌ରୁ ୩,୫୦୦ କିଲୋଗ୍ରାମ୍‌କୁ ବୃଦ୍ଧି କରାଯାଇଛି।

Advertisment National Lawn Bowls: ଜାତୀୟ ଲନ୍‌ବଲ୍‌ରେ ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ ସମ୍ପୂର୍ଣ୍ଣ ଇଥାନଲ୍‌ରେ ଚାଲିବ କାର ମୋଟର ଯାନ ଅଧିନିୟମରେ ସଂଶୋଧନ ବର୍ତ୍ତମାନ ପେଟ୍ରୋଲ୍‌ ପମ୍ପ୍‌ରେ ମିଳୁଥିବା ଇ୨୦ ପେଟ୍ରୋଲ୍‌ରେ ୨୦ ପ୍ରତିଶତ ଇଥାନଲ୍‌ ଓ ୮୦ ପ୍ରତିଶତ ପେଟ୍ରୋଲ୍‌ ରହୁଛି।

କିନ୍ତୁ ଇ୧୦୦ ହେଉଛି ସମ୍ପୂର୍ଣ୍ଣ ଶୁଦ୍ଧ ଇଥାନଲ୍‌।

ସେଥିରେ କୌଣସି ପେଟ୍ରୋଲ୍‌ ମିଶିବ ନାହିଁ।

ଏହି ଇନ୍ଧନରେ ଗାଡ଼ି ଚଲାଇବା ପାଇଁ ସ୍ୱତନ୍ତ୍ର ଇଞ୍ଜିନ୍‌ ଆବଶ୍ୟକ।

ଏଥିପାଇଁ ଫ୍ଲେକ୍ସ ଫୁଏଲ୍‌ ଭେଇକିଲ୍‌ ପ୍ରଯୁକ୍ତି ବ୍ୟବହାର କରାଯାଇଥାଏ।

ଇ୧୦୦ ଇନ୍ଧନକୁ ଅନୁମତି ଦିଆଯିବାର ଅର୍ଥ ନୁହେଁ, ଏହା ପେଟ୍ରୋଲ ପମ୍ପଗୁଡ଼ିକରେ ମିଳିବା ଆରମ୍ଭ ହୋଇଯିବ।

ଏହା ଏକ ନିୟମ ସମ୍ପର୍କିତ ପ୍ରକ୍ରିୟା।

ଆଗାମୀ ଦିନରେ ଏହି ଇନ୍ଧନରେ ଚାଲିପାରୁଥିବା ଗାଡ଼ି ନିର୍ମାଣ କରିବା ପାଇଁ କମ୍ପାନିଗୁଡ଼ିକ ପ୍ରସ୍ତୁତ ହେବେ।

ଇ୧୦୦ ଜରିଆରେ ଅଶୋଧିତ ତୈଳ ଆମଦାନି ଖର୍ଚ୍ଚ କମ୍‌ କରିବା ଓ ବିଦେଶୀ ମୁଦ୍ରା ସଞ୍ଚୟ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ତେବେ ଇ୧୦୦ ଇନ୍ଧନର ବ୍ୟବହାର ବ୍ୟାପକ ହେବା ପାଇଁ ଏହାର ଉପଲବ୍ଧତା, ଇନ୍ଧନ ଯୋଗାଣ ବ୍ୟବସ୍ଥା ଓ ଉପଯୁକ୍ତ ଗାଡ଼ିର ଉତ୍ପାଦନ ଗୁରୁତ୍ୱପୂର୍ଣ୍ଣ।

ନୂଆ ନିୟମ ଦ୍ୱାରା ଏହି ପ୍ରଯୁକ୍ତିର ବ୍ୟବହାର ପାଇଁ ଆଇନଗତ ଓ ବୈଷୟିକ ଢାଞ୍ଚା ସ୍ପଷ୍ଟ ହୋଇଛି।

କିନ୍ତୁ ଏହାଦ୍ୱାରା ଦେଶର ସବୁ ପେଟ୍ରୋଲ୍‌ ପମ୍ପ୍‌ରେ ଇ୧୦୦ ଉପଲବ୍ଧ ହେବା କିମ୍ବା ସମସ୍ତ ଗାଡ଼ି ମାଲିକଙ୍କୁ ଏହି ଇନ୍ଧନ ବ୍ୟବହାର କରିବା ବାଧ୍ୟତାମୂଳକ ହୋଇନାହିଁ।

Tata Communications: ଟାଟା ବିଛାଇବ ଏଆଇ ଫାଇବର୍‌ ନେଟ୍‌ୱର୍କ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)