27 OCTOBER 2026

Welcome!

Unlock your personalized experience.
Sign Up

Asian Champions Trophy Hockey: ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ଆଜିଠୁ: ବାଂଲାଦେଶ ବିପକ୍ଷରେ ଭାରତର ପ୍ରଥମ ମ୍ୟାଚ୍‌

Oct 27, 2026 - 05:27
Asian Champions Trophy Hockey: ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ଆଜିଠୁ: ବାଂଲାଦେଶ ବିପକ୍ଷରେ ଭାରତର ପ୍ରଥମ ମ୍ୟାଚ୍‌

ଜଳନ୍ଧର: ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ମଙ୍ଗଳବାରଠାରୁ ଜଳନ୍ଧରର ଅଲିମ୍ପିଆନ ସୁରଜିତ ସିଂହ ହକି ଷ୍ଟାଡିୟମରେ ଆରମ୍ଭ ହେବ। ପାଞ୍ଚ ଥରର ଚାମ୍ପିଅନ୍‌ ତଥା ଗତ ଏସୀୟ କ୍ରୀଡ଼ାର ସ୍ୱର୍ଣ୍ଣପଦକ ବିଜେତା ଭାରତ ନିଜର ପ୍ରଥମ ମ୍ୟାଚ୍‌ରେ ମଙ୍ଗଳବାର ବାଂଲାଦେଶକୁ ଭେଟିବ। ପାକିସ୍ତାନ ସୁରକ୍ଷାଗତ କାରଣ ଦର୍ଶାଇ ଓହରିଯିବା ପରେ ଏହାର ସ୍ଥାନରେ ବାଂଲାଦେଶକୁ ସାମିଲ କରାଯାଇଛି। ଏହି ମ୍ୟାଚ୍‌ରେ ଆହତ ମନପ୍ରୀତ୍‌ ସିଂହ ଭାରତୀୟ ଦଳରୁ ବାଦ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ବିବେକ ସାଗର ପ୍ରସାଦଙ୍କୁ ଦଳରେ ସାମିଲ କରାଯାଇଛି। 

National Lawn Bowls: ଜାତୀୟ ଲନ୍‌ବଲ୍‌ରେ ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ

ବାଂଲାଦେଶ ବିପକ୍ଷରେ ଭାରତର ପ୍ରଥମ ମ୍ୟାଚ୍‌
ଆହତ ମନପ୍ରୀତ୍‌ଙ୍କ ସ୍ଥାନ ନେଲେ ବିବେକ

ମଙ୍ଗଳବାର ବାଂଲାଦେଶକୁ ଭେଟିବା ପରେ ଭାରତ ଅକ୍ଟୋବର ୨୯ରେ ଚୀନ୍‌, ୩୦ରେ ଜାପାନ, ନଭେମ୍ବର ୧ରେ ମାଲେସିଆ ଏବଂ ୨ରେ କୋରିଆ ସହ ଖେଳିବ। ଲିଗ୍‌ ପର୍ଯ୍ୟାୟର ଶ୍ରେଷ୍ଠ ଚାରିଟି ଦଳ ସେମିଫାଇନାଲ୍‌କୁ ଉନ୍ନୀତ ହେବେ। ନଭେମ୍ବର ୪ ଓ ୫ ତାରିଖରେ ମୋହାଲିରେ ସେମିଫାଇନାଲ୍‌ ଓ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ। ଭାରତ ଏହି ପ୍ରତିଯୋଗିତାର ୨୦୧୧, ୨୦୧୬, ୨୦୧୮, ୨୦୨୩ ଓ ୨୦୨୪ ସଂସ୍କରଣରେ ଟାଇଟଲ୍‌ ଜିତିଥିଲା।  ଏହି ପ୍ରତିଯୋଗିତା ସହିତ ଦୀର୍ଘ ୧୭ ବର୍ଷ ପରେ ପଞ୍ଜାବକୁ ଅନ୍ତର୍ଜାତୀୟ ହକି ଫେରିଛି। ୨୦୦୯ରେ ଏଠାରେ ଶେଷ ଥର ପାଇଁ ଅନ୍ତର୍ଜାତୀୟ ହକି ପ୍ରତିଯୋଗିତା ‘ଗୋଲ୍ଡ କପ୍‌’ ଆୟୋଜିତ ହୋଇଥିଲା।

Tata Communications: ଟାଟା ବିଛାଇବ ଏଆଇ ଫାଇବର୍‌ ନେଟ୍‌ୱର୍କ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)