Dumper new rules: ଟିପର ଓ ଡମ୍ପର ପାଇଁ କଡ଼ା ନିୟମ ଜାରି କଲା କେନ୍ଦ୍ର
"ନୂଆଦିଲ୍ଲୀ: ରାସ୍ତାରେ ଟିପର ଓ ଡମ୍ପର ପଛରେ ଯାତ୍ରା କରୁଥିବା ସମୟରେ ଗାଡ଼ିରୁ ମାଟି, ବାଲି, ଗୋଡ଼ି କିମ୍ବା ଅନ୍ୟ ସାମଗ୍ରୀ ଖସିପଡ଼ିବା ଆଶଙ୍କା ଆଉ ରହିବ ନାହିଁ।
ଏହି ଯାନଗୁଡ଼ିକରେ ପରିବହନ ହେଉଥିବା ସାମଗ୍ରୀକୁ ଢାଙ୍କିବା ବ୍ୟବସ୍ଥା ବାଧ୍ୟତାମୂଳକ କରିଛି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ।
୧ ଏପ୍ରିଲ ୨୦୨୭ରୁ ଦେଶର ସମସ୍ତ ଟିପର ଓ ଡମ୍ପରରେ ଏହି ବ୍ୟବସ୍ଥା ଲାଗୁ ହେବ।Advertisment ମନ୍ତ୍ରଣାଳୟ ୨୮ ଜୁଲାଇ ୨୦୨୬ରେ କେନ୍ଦ୍ରୀୟ ମୋଟର ଯାନ (ଦ୍ୱାଦଶ ସଂଶୋଧନ) ନିୟମ, ୨୦୨୬ ଅଧୀନରେ ଏ ସମ୍ପର୍କିତ ବିଜ୍ଞପ୍ତି ଜାରି କରିଥିଲା।
ଏହା ୭ ଅଗଷ୍ଟରେ ଭାରତ ସରକାରଙ୍କ ଗେଜେଟ୍ରେ ପ୍ରକାଶ ପାଇଛି।
ଏହା ମାଧ୍ୟମରେ ୧୯୮୯ର କେନ୍ଦ୍ରୀୟ ମୋଟର ଯାନ ନିୟମରେ ସଂଶୋଧନ କରାଯାଇଛି।
Maoists Surrender: ମାଓ ଡମ୍ପରୁ ୭କିଲୋ ସୁନା ସମେତ ୧୪ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଜବତ ନୂଆ ବ୍ୟବସ୍ଥା ଅନୁସାରେ ଟିପର ଓ ଡମ୍ପରର ପଛପଟେ ଥିବା ମାଲ୍ ରଖିବା ସ୍ଥାନକୁ ଉପରୁ ସମ୍ପୂର୍ଣ୍ଣ ଢାଙ୍କିବା ପାଇଁ ଏକ ସ୍ଥାୟୀ ବ୍ୟବସ୍ଥା ରହିବ।
ଗାଡ଼ି ରାସ୍ତାରେ ଚାଲିବା ସମୟରେ ମାଲ୍ ରଖିବା ସ୍ଥାନ ସମ୍ପୂର୍ଣ୍ଣ ବନ୍ଦ ରହିବା ଦରକାର।
ଏହା ସହ ଚାଳକଙ୍କ ପାଇଁ ଏକ ଶବ୍ଦ ଓ ଆଲୋକ ସଙ୍କେତ ବ୍ୟବସ୍ଥା ମଧ୍ୟ ବାଧ୍ୟତାମୂଳକ ହେବ।
ଗାଡ଼ି ଚାଲିବା ସମୟରେ ମାଲ୍ ଢାଙ୍କିବା ବ୍ୟବସ୍ଥା ଖୋଲା ଥିଲେ କିମ୍ବା ଠିକ୍ ଭାବେ ବନ୍ଦ ହୋଇନଥିଲେ କ୍ୟାବିନ୍ ଭିତରେ ଚାଳକଙ୍କୁ ଶବ୍ଦ ଓ ଆଲୋକ ମାଧ୍ୟମରେ ସତର୍କ କରାଯିବ।
ଏହା ଦ୍ୱାରା ମାଲ୍ ରାସ୍ତାରେ ଖସିବା ଓ ତାହା ଯୋଗୁଁ ଦୁର୍ଘଟଣା ଘଟିବା ଆଶଙ୍କା କମିବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
