Duleep Trophy Final: ଦଲୀପ ଟ୍ରଫି ଫାଇନାଲ୍‌: ଈଶାନଙ୍କ ଦ୍ବିଶତକ; ପୂର୍ବାଞ୍ଚଳ ୭୦୮

Sep 08, 2026 - 07:06
Duleep Trophy Final: ଦଲୀପ ଟ୍ରଫି ଫାଇନାଲ୍‌: ଈଶାନଙ୍କ ଦ୍ବିଶତକ; ପୂର୍ବାଞ୍ଚଳ ୭୦୮

"ଚେନ୍ନାଇ: ସ୍ଥାନୀୟ ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଚାଲିଥିବା ଦକ୍ଷିଣାଞ୍ଚଳ ବିପକ୍ଷ ଦଲୀପ ଟ୍ରଫି ଫାଇନାଲ୍‌ରେ ପୂର୍ବାଞ୍ଚଳ ଦ୍ବିତୀୟ ଦିନରେ ମଧ୍ୟ ଆଧିପତ୍ୟ ଜାରି ରଖିଛି।

ପୂର୍ବାଞ୍ଚଳ ନିଜ ପ୍ରଥମ ପାଳିକୁ ବିଶାଳ  ୭୦୮ ରନ୍‌ରେ ଶେଷ କରିଛି।

ଫଳରେ ଦଲୀପ ଟ୍ରଫି ଫାଇନାଲ୍‌ରେ ଚତୁର୍ଥ ଥର ଲାଗି ୭୦୦ରୁ ଊର୍ଦ୍ଧ୍ବ ରନ୍‌ ଦେଖିବାକୁ ମିଳିଛି।

ପୂର୍ବରୁ ୧୯୮୬ରେ ଦକ୍ଷିଣାଞ୍ଚଳ, ୧୯୮୭ ଓ ୧୯୯୧ ଉତ୍ତରାଞ୍ଚଳ ୭୦୦ ରନ୍‌ ପାର୍‌ କରିଥିଲେ।

ସର୍ବୋଚ୍ଚ ସ୍କୋର୍‌ ରେକର୍ଡ ଦକ୍ଷିଣାଞ୍ଚଳ (୮୬୮ ରନ୍‌) ନାଁରେ ରହିଛି।

୧୯୮୭ ଫାଇନାଲ୍‌ରେ ପଶ୍ଚିମାଞ୍ଚଳ ବିପକ୍ଷରେ ଏହି ସ୍କୋର୍‌ ହୋଇଥିଲା।

Advertisment Nabarangpur: ଓସ୍ବାସ ଫାଇଲ୍ ପ୍ରକ୍ରିୟାକରଣରେ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରାଜ୍ୟରେ ପ୍ରଥମ ଅଧିନାୟକ ଈଶାନ କିଶନ ଦ୍ବିଶତକ (୨୭୦ ରନ୍‌, ୩୩୪ ବଲ୍‌, ୩୦ ଚୌକା, ୭ ଛକା) ଅର୍ଜନ କରି ପୂର୍ବାଞ୍ଚଳକୁ ଦୃଢ଼ ସ୍ଥିତିରେ ରଖିଛନ୍ତି।

ଗତକାଲିର ସ୍କୋର୍‌ ୧୧୧ରୁ ସୋମବାର ଏଥିରେ ୧୩୯ ରନ୍‌ ଯୋଡ଼ିବା ପରେ ଈଶାନ କ୍ଳାନ୍ତି ଅନୁଭବ କରିବାରୁ ରିଟାର୍ଡହର୍ଟ ହୋଇ ପ୍ୟାଭିଲିୟନ୍‌ ଫେରିଥିଲେ।

ସେତେବେଳକୁ ଦଳୀୟ ସ୍କୋର୍‌ ୬୧୧/୫ ଥିଲା।

ସ୍କୋର୍‌ ୬୮୦/୭ ଥିଲା ବେଳେ ସେ ପୁଣି ବ୍ୟାଟିଂକୁ ଆସିଥିଲେ।

Horoscope 2026 September 08: ଜାଣନ୍ତୁ ଆଜିର ରାଶିଫଳ...

ଶେଷରେ ତ୍ରିପୂରଣ ବିଜୟଙ୍କ ବଲ୍‌ରେ ଆଉଟ୍‌ ହୋଇ ନବମ ୱିକେଟ୍‌ ଭାବେ ପ୍ୟାଭିଲିୟନ୍‌ ଫେରିଥିଲେ।

ଏହି ଓଭରରେ ମୁକେଶ କୁମାର (୦)ଙ୍କୁ ପ୍ୟାଭିଲିଅନ୍‌ ପଠାଇ ବିଜୟ ପୂର୍ବାଞ୍ଚଳର ପାଳିର ସମାପ୍ତ କରିଥିଲେ।

ପୂର୍ବାଞ୍ଚଳ ପକ୍ଷରୁ ତୃତୀୟ ଖେଳାଳି ଭାବେ ଈଶାନ ଦ୍ବିଶତକ ଅର୍ଜନ କରିବାର ଗୌରବ ପାଇଛନ୍ତି।

ତାଙ୍କ ପୂର୍ବରୁ ଅରୁଣ ଲାଲ୍‌ (୧୯୮୬-୮୭) ଓ ସବା କରିମ (୧୯୯୫-୯୬) ଏହି ସଫଳତା ପାଇଥିଲେ।

ଦ୍ବିତୀୟ ଦିନରେ କୁମାର କୁଶାଗ୍ରା (୧୦୧) ଶତକ ଅର୍ଜନ କରିଥିଲା ବେଳେ ଅନୁକୂଳ ରୟ ୪୫, ମହମ୍ମଦ କୁନୈନ କୁରେସି ୪୦ ରନ୍‌ କରିଥିଲେ।

ଦକ୍ଷିଣାଞ୍ଚଳ ପକ୍ଷରୁ ବିଜୟ ସର୍ବାଧିକ ୪ ୱିକେଟ୍‌ ନେଇଥିଲା ବେଳେ ଚମା ମିଲିନ୍ଦ ଓ ଶ୍ରେୟସ ଗୋପାଳ ୨ ଲେଖାଏଁ ୱିକେଟ୍‌ ନେଇଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)