Droupadi Murmu Odisha visit: ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ କ୍ଷେତ୍ର ପରିଦର୍ଶନ କଲେ ମୟୂରଭଂଜ ଜିଲ୍ଲାପାଳ
ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ବାତ୍ୟା ଅର୍ଣ୍ଣବର ପ୍ରଭାବ ସତ୍ତ୍ୱେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ପାଇଁ ତତ୍ପର ମୟୂରଭଞ୍ଜଜିଲ୍ଲା ପ୍ରଶାସନ। ଆସନ୍ତା ନଭେମ୍ବର ୪ ଓ ୫ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୁଇଦିନିଆ ରାଇରଙ୍ଗପୁର ଗସ୍ତକୁ ନେଇ ପ୍ରସ୍ତୁତି ଜୋରଦାର ହୋଇଛି। ଏନେଇ ଜିଲ୍ଲାପାଳ ହେମକାନ୍ତ ସୋୟଙ୍କ ସମେତ ବରିଷ୍ଠ ପ୍ରଶାସନିକ ଓ ପୁଲିସ ଅଧିକାରୀମାନେ ବିଭିନ୍ନ ସ୍ଥାନ ପରିଦର୍ଶନ କରି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।
ରାଷ୍ଟ୍ରପତିଙ୍କ ପ୍ରସ୍ତାବିତ ଗସ୍ତ ପୂର୍ବରୁ ଜିଲ୍ଲାପାଳ, ମୟୂରଭଞ୍ଜ ଏସ୍ପି ବରୁଣ ଗୁଣ୍ଟୁପଲ୍ଲୀ, ରାଇରଙ୍ଗପୁର ପୁଲିସ ଜିଲ୍ଲା ଏସ୍ପି ସୁରେଶ ଚନ୍ଦ୍ର ପାତ୍ର,ବାମନଘାଟି ଅତିରିକ୍ତ ଜିଲ୍ଲାପାଳ ଅଜିତ କୁମାର, ଉପଜିଲ୍ଲାପାଳ ଓ ପିଏଆଇଟିଡିଏ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ କ୍ଷେତ୍ର ପରିଦର୍ଶନ କରିଥିଲେ। ଏହି ସମୟରେ ବହଳଦାସ୍ଥ ମା’ କିଚକେଶ୍ୱରୀ ମନ୍ଦିର, ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ, ଗୋରୁମହିଷାଣୀର ମଲ୍ଟି ସ୍କିଲ୍ ଡେଭଲପମେଣ୍ଟ ସେଣ୍ଟର, ରାଇରଙ୍ଗପୁର ଓ ବାଦାମପାହାଡ଼ ଅମୃତ ରେଳ ଷ୍ଟେସନ ଏବଂ କଚେରୀ ପଡ଼ିଆରେ ପ୍ରସ୍ତାବିତ ସାଧାରଣ ସଭାସ୍ଥଳ ପରିଦର୍ଶନ କରାଯାଇଥିଲା।
Droupadi Murmu: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ଗଞ୍ଜାମର ୯୧ ଜଣ କଳାକାର
ଗସ୍ତ ସମୟରେ ସୁରକ୍ଷା, ଯାତାୟାତ, ସଭାସ୍ଥଳ ପ୍ରସ୍ତୁତି ଓ ଆନୁଷଙ୍ଗିକ ବ୍ୟବସ୍ଥାର ସମୀକ୍ଷା କରାଯାଇଛି। ବାତ୍ୟାର ପ୍ରଭାବ ସତ୍ତ୍ୱେ ରାଷ୍ଟ୍ରପତିଙ୍କ ଗସ୍ତକୁ ସୁରୁଖୁରୁରେ ସମ୍ପନ୍ନ କରିବାକୁ ପ୍ରଶାସନ ପକ୍ଷରୁ ତତ୍ପରତା ଜାରି ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
