train accident in Spain: ସ୍ପେନରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା: ୩୯ ମୃତ, ଅନେକ ଗୁରୁତର

Oct 28, 2026 - 16:21
train accident in Spain: ସ୍ପେନରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା: ୩୯ ମୃତ, ଅନେକ ଗୁରୁତର

ମାଦ୍ରିଦ୍: ସ୍ପେନ ରେ ଦୁଇଟି ଦ୍ରୁତଗାମୀ ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୩୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁ ସଂଖ୍ୟାକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।

ବୁଧବାର ସକାଳେ ମାଦ୍ରିଦ୍-ଆଣ୍ଡାଲୁସିଆ ରେଳପଥରେ ଏହି ଅଘଟଣ ଘଟିବା ପରେ ଉକ୍ତ ରୁଟରେ ସମସ୍ତ ଟ୍ରେନ୍ ଚଳାଚଳ ବନ୍ଦ ରଖାଯାଇଥିବା ନେଇ ରେଳ ଚାଳନା ସଂସ୍ଥା ''ଆଡିଫ୍'' ପକ୍ଷରୁ ସୂଚନା ଦିଆଯାଇଛି।

Advertisment ଇରିଓ ଟ୍ରେନର ଦୁଇଟି ବଗି ଲାଇନଚ୍ୟୁତ ଟୋଲେଡୋ ପ୍ରଦେଶର ମୋରା ଏବଂ ଓର୍ଗାଜ୍ ସହର ନିକଟରେ ସ୍ଥାନୀୟ ସମୟ ସକାଳ ୯ଟାରେ ଏହି ଦୁର୍ଘଟଣା ଘଟିଥିଲା।

ମାଦ୍ରିଦ୍-ସେଭିଲ୍ ରୁଟରେ ଯାଉଥିବା ''ରେନଫେ'' ଏବଂ ''ଇରିଓ'' କମ୍ପାନୀର ଦୁଇଟି ହାଇ-ସ୍ପିଡ୍ ଟ୍ରେନ୍ ଧକ୍କା ହେବା ଫଳରେ ଇରିଓ ଟ୍ରେନର ଦୁଇଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା।

ଘଟଣାସ୍ଥଳରେ ତୁରନ୍ତ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।

ଆହତ ଯାତ୍ରୀମାନଙ୍କୁ ଆଶ୍ରୟ ଓ ଚିକିତ୍ସା ଯୋଗାଇଦେବା ପାଇଁ ନିକଟସ୍ଥ ଉର୍ଡା ସହରର ଏକ ଇନଡୋର୍ ଷ୍ଟାଡିୟମକୁ ଜରୁରୀକାଳୀନ କେନ୍ଦ୍ର ଭାବେ ବ୍ୟବହାର କରାଯାଉଛି।

ଏହି ଦୁର୍ଘଟଣାକୁ ନେଇ ସ୍ପେନ୍ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ ଗଭୀର ଶୋକ ପ୍ରକାଶ କରିଛନ୍ତି।

ସେ ମୃତାହତଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ନିଜର ସମସ୍ତ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ବାତିଲ କରିଛନ୍ତି।

ଏହାସହ ବିରୋଧୀ ପୀପୁଲ୍ସ ପାର୍ଟି ମଧ୍ୟ ସମସ୍ତ ନିର୍ବାଚନୀ କାର୍ଯ୍ୟକ୍ରମ ସ୍ଥଗିତ ରଖିଛି।

ଉଲ୍ଲେଖଯୋଗ୍ୟ ଯେ, ମାତ୍ର ୯ ମାସ ପୂର୍ବରୁ ଗତ ଜାନୁଆରୀ ମାସରେ ଏହି ରେଳପଥର ଆଦାମୁଜ୍ ନିକଟରେ ଏକ ସମାନ ଧରଣର ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟି ୪୬ ଜଣଙ୍କ ମୃତ୍ୟୁ ହୋଇଥିଲା।

ପୁନର୍ବାର ସେହି ରୁଟରେ ଏଭଳି ଦୁର୍ଘଟଣା ଘଟିବା ଫଳରେ ସ୍ପେନର ରେଳ ଭିତ୍ତିଭୂମି ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣି ଥରେ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବିଜେପି ୫ ଆସନରେ ବିଜୟୀ ଗୋଟିଏରେ ଆଗୁଆ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)