Literature: କବିତା ବରଫ: କବି ବସନ୍ତ ବେହେରାଙ୍କ କଲମରୁ ନିଃସୃତ...
ବରଫ ବସନ୍ତ ବେହେରା ନିଆଁ ନୁହଁ ରକ୍ତରେ ଏବେ ହିମପ୍ରବାହ!
ଜଳିପୋଡ଼ି ଛାରଖାର ହେବା ଅପେକ୍ଷା ଜମି ଜମି ବରଫ ପାଲଟିଯିବାର ଯନ୍ତ୍ରଣା ବଡ଼ ଆରାମଦାୟକ!
ଆହୁରି ପଢ଼ନ୍ତୁ- 🔴Odisha Cyclone Update: ପୁଣି ବିପଦରେ କଳିଙ୍ଗା ଘାଟି!
୬ ଘଣ୍ଟାର ସଂଘର୍ଷ ପରେ ସ୍ଥଳଭାଗ ଅତିକ୍ରମ କଲା ବାତ୍ୟା 'ଅର୍ଣ୍ଣବ' Advertisment ନିଆଁ ତ କେବଳ ପୋଡ଼ିଜାଣେ ହେଲେ ଲୁହରେ ଲୁହରେ ପଥର ହେବାର କଳା ମୁଁ ଶିଖିଲି ବରଫଠୁ।
ବିଶ୍ୱାସର ବାଲିଘର ଭୁଶୁଡ଼ିଗଲେ ଆଉ କି ଆବଶ୍ୟକ କୋଉ ଆକାଶ ର!
ଏବେ ମୁଁ ଏକତ୍ର କରୁଛି ସହିଷ୍ଣୁତାର ଅର୍ବୁଦ ଜଳକଣା ମୋ ଭିତରେ, ମୁଁ ଜାଣେ ଗୋଟେ ହିମଶିଳା ହେବାକୁ କେତେ କଳ୍ପ ଲାଗିଯାଏ ଏ ଦହନଶୀଳ ଦେହକୁ।
ହେ ଜ୍ୱଳନ୍ତ ଅଭିମାନମାନେ!
ଯାଅ, ଶୋଇପଡ଼ ଏଥର ଶୀତନିଦ୍ରାରେ ଆଉ ଖୋଜନି କାହାର ଉଷ୍ଣ ନିଃଶ୍ୱାସ କି ବିଗଳିତ ହୁଅନି କୋଉ ନୂତନ ସୂର୍ଯ୍ୟୋଦୟ ରେ।
ଶୁଣିଛି ମୃତ୍ୟୁ ବି କୁଆଡ଼େ ବରଫ ପରି ବଡ଼ ଶୀତଳ!
ଏହି ଶାଶ୍ୱତ ଶୀତଳତାକୁ ସ୍ବଦେହରେ ଭୋଗିବା ବି କମ୍ ସୌଭାଗ୍ୟର କଥା!
ଆହୁରି ପଢ଼ନ୍ତୁ- Allahabad High Court: ଆହ୍ଲାବାଦ ହାଇକୋର୍ଟରେ ହଙ୍ଗାମା: ବିଚାରପତିଙ୍କ ଆସନ ଆଡ଼କୁ ଚେୟାର ଫିଙ୍ଗିଲେ ଓକିଲ ପ୍ରେମରେ ପ୍ରତାରଣା ଥାଉ କି ନଥାଉ ପ୍ରତିହିଂସା ତ ନଥାଏ!
ପ୍ରିୟ ହତାଶ ଓ ବିଫଳତାମାନେ!
ଦେଖ, ତୁମର ବ୍ୟର୍ଥ ଉତ୍ତେଜନାକୁ ଆତ୍ମ- ମର୍ଯ୍ୟାଦା ଦେବା ପାଇଁ ମୁଁ ପିନ୍ଧିସାରିଛି ଏକ ସୁନ୍ଦର ତୁଷାର କବଚ, କ୍ଷତର ଶେଷ ରକ୍ତକ୍ଷରଣକୁ ଜମେଇଦେଇଛି ତିତିକ୍ଷାର ହିମକୁଣ୍ଡରେ ଅବଗାହନ କର।
ବରଫ ତଳେ ବି ନିଆଁ ଥାଏ ଯେ ସାବଧାନ!
ମୋ: ୮୧୧୭୮୩୭୮୭୯ ଅଧିକ ଦେଖନ୍ତୁ-
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
