Double Gold for India: ଭାରତକୁ ଯୁଗଳ ସ୍ବର୍ଣ୍ଣ

Nov 01, 2026 - 00:02
Double Gold for India: ଭାରତକୁ ଯୁଗଳ ସ୍ବର୍ଣ୍ଣ

ଅହମଦାବାଦ: ପ୍ରଥମ ରାଜ୍ୟଗୋଷ୍ଠୀ କବାଡ଼ି ପ୍ରତିଯୋଗିତାରେ ଭାରତ ଦ୍ବିମୁକୁଟ ଅର୍ଜନ କରିଛି।

ଘରୋଇ ଭାରତୀୟ ଦଳ ଉଭୟ ମହିଳା ଓ ପୁରୁଷ ବର୍ଗରେ ବିଜେତା ହୋଇଛି।

ଏଥି ସହିତ ଗତ ମାସରେ ଏସୀୟ କ୍ରୀଡ଼ାରେ ଯୁଗଳ ସ୍ବର୍ଣ୍ଣ ପଦକ ଜିତିଥିବା ଭାରତୀୟ ଦଳର ଦବ୍‌ଦବା ଜାରି ରହିଛି।

Advertisment ଶୁକ୍ରବାର ମହିଳା ବିଭାଗ ଫାଇନାଲ୍‌ରେ ଭାରତ ୩୫-୧୫ରେ ଏକତରଫା ଭାବେ ଉଗାଣ୍ଡାକୁ ପରାସ୍ତ କରିଥିଲା।

ପୂର୍ବରୁ ସେମିଫାଇନାଲ୍‌ରେ ଭାରତୀୟ ମହିଳା ଦଳ ଶ୍ରୀଲଙ୍କାକୁ ୩୯-୧୪ରେ ହରାଇଥିଲା।

ସେମିଫାଇନାଲ୍‌ରେ ସାକ୍ଷୀ ସର୍ବାଧିକ ୧୧ ପଏଣ୍ଟ ଏବଂ ଅଧିନାୟିକା ନିଧି ଶର୍ମା ୧୦ ପଏଣ୍ଟ ହାସଲ କରିଥିଲେ।

ସେହିଭଳି ଉଗାଣ୍ଡା ରୋମାଞ୍ଚକ ସେମିଫାଇନାଲ୍‌ରେ କେନିଆକୁ ୨୩-୨୧ରେ ପରାସ୍ତ କରିଥିଲା।

ଦୁଇ ପରାଜିତ ସେମିଫାଇନାଲିଷ୍ଟ୍‌ କେନିୟା ଓ ଶ୍ରୀଲଙ୍କା କାଂସ୍ୟ ପଦକ ହାସଲ କରିଥିଲେ।

ମହିଳା ଫାଇନାଲ୍‌ ପରେ ଖେଳାଯାଇଥିବା ପୁରୁଷ ବିଭାଗ ଫାଇନାଲ୍‌ରେ ଭାରତୀୟ ଦଳ ଶ୍ରୀଲଙ୍କା କୁ ୫୪-୨୦ ପଏଣ୍ଟରେ ପରାସ୍ତ କରି ଟାଇଟଲ୍‌ ହାସଲ କରିଛି।

ପଙ୍କଜ ମୋହିତେ ଓ ନବୀନ କୁମାରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତ ପ୍ରଥମାର୍ଦ୍ଧ ସୁଦ୍ଧା ୩୦-୧୦ ପଏଣ୍ଟରେ ଆଗୁଆ ରହିଥିଲା।

ଫଳରେ ଭାରତର ବିଜୟ ପ୍ରାୟ ନିଶ୍ଚିତ ହୋଇଯାଇଥିଲା।

ଶ୍ରୀଲଙ୍କା ଦଳ ବାରମ୍ବାର ଅଲ୍‌ଆଉଟ୍‌ ହେବାରୁ ମ୍ୟାଚ୍‌କୁ ଫେରିବାର ସୁଯୋଗ ପାଇନଥିଲା।

ଏହା ପୂର୍ବରୁ ସେମିଫାଇନାଲ୍‌ରେ ଭାରତୀୟ ପୁରୁଷ ଦଳ ବାଂଲାଦେଶକୁ ୫୬-୨୭ ପଏଣ୍ଟରେ ପରାସ୍ତ କରି ଫାଇନାଲ୍‌ରେ ପ୍ରବେଶ କରିଥିଲା।

ଏହି ମ୍ୟାଚ୍‌ରେ ଭରତ ହୁଡ୍ଡା ସର୍ବାଧିକ ୧୩ ପଏଣ୍ଟ ହାସଲ କରିଥିବାବେଳେ ଶିବମ ପଟାରେ ୧୧ ଓ ନୀରଜ ନରୱାଲ ୯ ପଏଣ୍ଟ ଯୋଡ଼ିଥିଲେ।

ଅନ୍ୟପକ୍ଷରେ ଦ୍ୱିତୀୟ ସେମିଫାଇନାଲ୍‌ରେ ଶ୍ରୀଲଙ୍କା ଦଳ କଡ଼ା ସଂଘର୍ଷ ପରେ କେନିଆକୁ ୨୮-୨୪ ପଏଣ୍ଟରେ ହରାଇ ଫାଇନାଲ୍‌ରେ ପହଞ୍ଚିଥିଲା।

ତେବେ ସେମିଫାଇନାଲ୍‌ରେ ପରାସ୍ତ ହୋଇଥିବା କେନିଆ ଓ ବାଂଲାଦେଶ ବ୍ରୋଞ୍ଜ ପଦକ ହାସଲ କରିଥିଲେ।

ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ୱାକାଥନ୍

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)