Yogi Adityanath: ୟୁପି ଭୋଟର ତାଲିକାରୁ ୧.୨୭ କୋଟି ହିନ୍ଦୁଙ୍କ ନାଁ ଗାଏବ

Oct 31, 2026 - 23:46
Yogi Adityanath: ୟୁପି ଭୋଟର ତାଲିକାରୁ ୧.୨୭ କୋଟି ହିନ୍ଦୁଙ୍କ ନାଁ ଗାଏବ

ଲକ୍ଷ୍ନୌ : ଭୋଟ ର ତାଲିକାଗୁଡ଼ିକର ଏସ୍‌ଆଇଆର୍‌ ( ସ୍ବତନ୍ତ୍ର ସଘନ ସଂଶୋଧନ)କୁ ନେଇ ସତର୍କ ରହିବାପାଇଁ ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦଳୀୟ କର୍ମୀମାନଙ୍କୁ ଅନୁରୋଧ କରିଛନ୍ତି।

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ କମିଟି ବୈଠକରେ ଯୋଗ ଦେଇ ଯୋଗୀ ଦାବି କରିଛନ୍ତି ଯେ ଉତ୍ତରପ୍ରଦେଶରେ ଭୋଟର ତାଲିକାରୁ ୧.୨୭ କୋଟି ହିନ୍ଦୁଙ୍କ ନାଁ ଗାଏବ ହୋଇଯାଇଛି।

ଯୋଗୀ କହିଛନ୍ତି, ଭୋଟର ତାଲିକାରୁ ଏଭଳି ଭାବେ ନାଁ କଟିବା ଦ୍ବାରା ୨୮ଟି ସ୍ଥାନୀୟ ନିର୍ବାଚନମଣ୍ଡଳୀରେ ଦଳର ସ୍ଥିତି ଦୁର୍ବଳ ହୋଇଯାଇଛି।

Advertisment ଜନସଂଖ୍ୟାକୁ ଦର୍ଶାଇ ଯୋଗୀ ଯୁକ୍ତି ବାଢ଼ିଛନ୍ତି ଯେ ଉତ୍ତରପ୍ରଦେଶ ରେ ଜନସଂଖ୍ୟା ବର୍ତ୍ତମାନ ପ୍ରାୟ ୧୩ କୋଟି ରହିଛି।

କିନ୍ତୁ ବାସ୍ତବରେ ରାଜ୍ୟରେ ଜନସଂଖ୍ୟା ୧୬ କୋଟିରୁ ଅଧିକ ହେବା ଉଚିତ।

ସେ କହିଛନ୍ତି, ପଞ୍ଚାୟତ ନିର୍ବାଚନ ପାଇଁ ଜାରି ଭୋଟର ତାଲିକାରେ ଥିବା ପ୍ରାୟ ୬୬ ଲକ୍ଷ ଲୋକଙ୍କ ନାଁ ବିଧାନସଭା ନିର୍ବାଚନମଣ୍ଡଳୀ ଭୋଟର ତାଲିକାରେ ନଥିଲା।

ସେହିପରି ସରକାରୀ କଲ୍ୟାଣକାରୀ ଯୋଜନାରେ ପ୍ରାୟ ୫୫ ଲକ୍ଷ ହିତାଧିକାରୀଙ୍କ ନାଁ ମଧ୍ୟ ଭୋଟର ତାଲିକାରେ ନଥିବା ଯୋଗୀ ଦାବି କରିଛନ୍ତି।

୧୮ରୁ ୧୯ ବର୍ଷ ମଧ୍ୟରେ ପ୍ରାୟ ୪.୫ ଲକ୍ଷ ଲୋକ ମଧ୍ୟ ତାଲିକାରୁ ବାଦ୍‌ ପଡ଼ିଥିବା ଯୋଗୀ କହିଛନ୍ତି।

ପୂର୍ବ ଏସ୍‌ଆଇଆର ପ୍ରକ୍ରିୟା ସମୟରେ ରାଜ୍ୟର ଭୋଟର ତାଲିକାରେ କେବଳ ୪ ଲକ୍ଷ ନାଁ ଯୋଡ଼ି ହେବା ଘଟଣାକୁ ନେଇ ଯୋଗୀ ଚିନ୍ତା ପ୍ରକଟ କରିଛନ୍ତି।

ତାଲିକାରେ ସମସ୍ତ ଯୋଗ୍ୟ ଭୋଟର ଅଛନ୍ତି ତାଲିକାରେ ସମସ୍ତ ଯୋଗ୍ୟ ଭୋଟର ଅଛନ୍ତି ବୋଲି ସୁନିଶ୍ଚିତ କରିବାପାଇଁ ସେ ବିଜେପି କର୍ମୀମାନଙ୍କୁ ବୁଥ୍‌ସ୍ତରୀୟ ଅଫିସର୍‌ମାନଙ୍କ ସହ ସମନ୍ବୟ ରକ୍ଷା କରି କାମ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହ ପ୍ରକ୍ରିୟାର ନିୟମିତ ସମୀକ୍ଷା କରିବାପାଇଁ ମଧ୍ୟ କହିଛନ୍ତି।

ସେହିପରି ତାଲିକାରେ ହିନ୍ଦୁ ଭୋଟରଙ୍କୁ ସାମିଲ କରାଯାଇଛି ବୋଲି ନିଶ୍ଚିତ କରିବାପାଇଁ ସାଂସଦ, ବିଧାୟକ ଏବଂ ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କୁ କୁହାଯାଇଛି।

ଇତିମଧ୍ୟରେ ଏସ୍‌ଆଇଆର ପ୍ରକ୍ରିୟା ପରେ ଉତ୍ତରପ୍ରଦେଶ ଭୋଟର ତାଲିକାରୁ ୨.୦୪ କୋଟିରୁ ଅଧିକ ଭୋଟରଙ୍କ ନାଁ କଟିଛି।

ମୁଖ୍ୟତଃ ସହରାଞ୍ଚଳରେ ଅଧିକାଂଶ ଭୋଟର କଟିଛନ୍ତି ଏବଂ ବହୁ ସଂଖ୍ୟାରେ ମହିଳା ଭୋଟର ଏଥିଯୋଗୁ ପ୍ରଭାବିତ ହୋଇଛନ୍ତି।

ତାଲିକାରେ ୮୪ ଲକ୍ଷରୁ ଅଧିକ ନୂଆ ଭୋଟର ଯୋଡ଼ି ହୋଇଛନ୍ତି।

ନିର୍ବାଚନ କମିସନତଥ୍ୟ ଅନୁଯାୟୀ ରାଜ୍ୟରେ ଏବେ ମୋଟ୍‌ ଭୋଟର୍‌ଙ୍କ ସଂଖ୍ୟା ୧୩,୩୯, ୮୪,୭୯୨।

ଉଲ୍ଲେଖଯୋଗ୍ୟ, ଭୋଟର ତାଲିକାରୁ ହିନ୍ଦୁ ଭୋଟରଙ୍କ ନାଁ କଟିବାକୁ ନେଇ ଯୋଗୀ ପୂର୍ବରୁ ମଧ୍ୟ ଚିନ୍ତା ପ୍ରକଟ କରିଥିଲେ।

୩୦ ବର୍ଷର ନିଷ୍ଠାପର ସେବା ପରେ ନେଲେ ଅବସର, ତଥାପି ମିଳିଲାନି ସରକାରୀ ସ୍ୱୀକୃତି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)