22 JULY 2026

Welcome!

Unlock your personalized experience.
Sign Up

Donald Trump: ହର୍ମୁଜ୍ ଉପରେ ଇରାନର ନୁହେଁ, ଆମେରିକାର ନିୟନ୍ତ୍ରଣ: ଟ୍ରମ୍ପ

Jun 11, 2026 - 15:03
Donald Trump: ହର୍ମୁଜ୍ ଉପରେ ଇରାନର ନୁହେଁ, ଆମେରିକାର ନିୟନ୍ତ୍ରଣ: ଟ୍ରମ୍ପ

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ, ତାଙ୍କ ଦେଶର ସେନା ୨୦୦ ବାଣିଜ୍ୟିକ ଜାହାଜ ଏବଂ ୧୦୦ ନିୟୁତ ବ୍ୟାରେଲରୁ ଅଧିକ ତେଲ ସୁରକ୍ଷିତ ଭାବରେ ହର୍ମୁଜ୍ ପ୍ରଣାଳୀ ଦେଇ ପାର କରିବାରେ ସାହାଯ୍ୟ କରିଛି। ଟ୍ରମ୍ପ କହିଛନ୍ତି ଯେ, ଆମେରିକା ସେନା ଏକ ଗୁପ୍ତ ଅଭିଯାନରେ ଏଭଳି କରିଛି। ତେଣୁ ହର୍ମୁଜ୍ ପ୍ରଣାଳୀ ଉପରେ ଇରାନ ନୁହେଁ ଆମେରିକାର ନିୟନ୍ତ୍ରଣ ଅଛି।

ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବା ସମୟରେ ଟ୍ରମ୍ପଙ୍କ ଏହି ଦାବି ଆସିଛି। ହର୍ମୁଜ୍ ପ୍ରଣାଳୀ ଚାରିପାଖରେ ଲଗାତାର ଗୁଳିଚାଳନା ଜାରି ରହିଛି। ଇରାନ ସମୁଦ୍ର ପଥକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଘୋଷଣା କରିଛି। ଡୋନାଲ୍ଡ ଟ୍ରମ୍ପ ଏକ ଟ୍ରୁଥ୍ ସୋସିଆଲ ପୋଷ୍ଟରେ ଲେଖିଛନ୍ତି ଯେ, ଆମେରିକା ସେନା ଏବେ ଜାହାଜଗୁଡ଼ିକୁ ହର୍ମୁଜ୍ ପ୍ରଣାଳୀ ଦେଇ ଯିବାକୁ ଅନୁମତି ଦେଉଛି। ଇରାନର ସେନା ସମ୍ପୂର୍ଣ୍ଣ ପରାଜିତ ହୋଇଛି ଏବଂ ଦେଶର ଅର୍ଥନୀତି ଧ୍ୱଂସ ପାଇଛି।

ଆହୁରି ପଢ଼ନ୍ତୁ: War: ‘ହର୍ମୁଜ’କୁ ସଂପୂର୍ଣ୍ଣ ବନ୍ଦ କରି ଇରାନ କହିଲା- 'ପ୍ରତ୍ୟେକ ଜାହାଜ ଉପରେ ଗୁଳି  ମାରିବୁ

ଆମେରିକାର ସହାୟତାରେ ହର୍ମୁଜ୍ ପ୍ରଣାଳୀ ଦେଇ ଜାହାଜଗୁଡ଼ିକର ଗତିବିଧି ଜାରି ରହିବା ଯୋଗୁଁ ତୈଳ ମୂଲ୍ୟ ପ୍ରତି ବ୍ୟାରେଲ ୨୦୦ ଡଲାର ଉପରକୁ ଯିବା ପରିବର୍ତ୍ତେ ପ୍ରାୟ ୯୦ ଡଲାର ରହିଥିବା ଟ୍ରମ୍ପ ଦାବି କରିଛନ୍ତି। ଜଣେ ଆମେରିକୀୟ ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ, ଆମେରିକୀୟ ସେନା ଜାହାଜଗୁଡ଼ିକୁ ଏସ୍କର୍ଟ କରୁନାହିଁ। ଏହା କେବଳ ଜାହାଜ ସହିତ ସମନ୍ୱୟ କରୁଛି।ଆମେରିକୀୟ ସେନା ଏହା ମଧ୍ୟ କହିଛି ଯେ, ଇରାନର ହର୍ମୁଜ୍ ପ୍ରଣାଳୀ ବନ୍ଦ କରିବାର ଦାବି ଠିକ୍ ନୁହେଁ। ଆମେରିକୀୟ ସେନା କହିଛି, ବାଣିଜ୍ୟିକ ଜାହାଜଗୁଡ଼ିକ ହର୍ମୁଜ୍ ପ୍ରଣାଳୀ ଦେଇ ଯିବା ଜାରି ରହିଛି। ଆମେରିକୀୟ ସେନା ସୋସିଆଲ ମିଡିଆ ଏକ୍ସରେ କହିଛି ହର୍ମୁଜ୍ ଦେଇ ଜାହାଜର ଗତିବିଧି ଜାରି ରହିଛି । ଇରାନର ଧମକର ଏହି ସମୁଦ୍ର କରିଡର ଉପରେ କୌଣସି ପ୍ରଭାବ ପଡ଼ି ନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।