Donald Trump: ‘ନୋବେଲ ହାତରୁ ଖସିଲା ଏବେ ପୁଲିଜର୍ ବି ଗଲା’: ପୁଣି ନିଜକୁ ଶ୍ରେୟ ଦେଲେ ଟ୍ରମ୍ପ
"ୱାସିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାରମ୍ବାର ଅନେକ ଯୁଦ୍ଧ ବନ୍ଦ କରିଥିବାର ଦାବି କରିବା ସତ୍ତ୍ୱେ ନୋବେଲ ଶାନ୍ତି ପୁରସ୍କାର ପାଇବାରୁ ବଞ୍ଚିତ ହୋଇଥିବାରୁ ଅସନ୍ତୁଷ୍ଟ ରହିଛନ୍ତି।
ଏବେ ଆଉ ଏକ ଲୋଭନୀୟ ସମ୍ମାନ ପୁଲିଜର୍ ପୁରସ୍କାର ଉପରେ ତାଙ୍କର ନଜର ରହିଛି।
ଦକ୍ଷିଣ କାରୋଲିନାରେ ଏକ ରାଲିରେ ଟ୍ରମ୍ପ ଅଭିଯୋଗ କରିଛନ୍ତି, ତାଙ୍କୁ ଉଭୟ ପୁରସ୍କାର ପାଇବାରୁ ବଞ୍ଚିତ କରାଯାଇଛି।
ମୋ ଲେଖା ପାଇଁ ମଧ୍ୟ ସ୍ୱୀକୃତି ପାଇବାକୁ ମୁଁ ଯୋଗ୍ୟ ବୋଲି କହିଛନ୍ତି।Advertisment ସାମ୍ବାଦିକତା, ସାହିତ୍ୟ ଏବଂ ସଙ୍ଗୀତ କ୍ଷେତ୍ର ଆଦି ୨୧ରୁ ଅଧିକ ବର୍ଗରେ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ପୁଲିଜର୍ ପୁରସ୍କାର ରୁଷ ତଦନ୍ତର କଭରେଜ୍ ପାଇଁ ଜିତିଥିବା ସାମ୍ବାଦିକଙ୍କୁ ଟାର୍ଗେଟ କରି ଟ୍ରମ୍ପ ଦାବି କରିଛନ୍ତି, ସେମାନଙ୍କର ରିପୋର୍ଟିଂ ଭୁଲ୍ ଥିଲା।
ଅଭିଯୋଗରେ ସେ ଆଉ ଏକ ନୂଆ ଅଧ୍ୟାୟ ମୁଁ ନୋବେଲ ପୁରସ୍କାର ପାଇଲି ନାହିଁ।
ମୁଁ ପୁଲିଜର୍ ବି ପାଇଲି ନାହିଁ।
ମୋତେ ମୋ ଲେଖା ପାଇଁ ପୁଲିଜର୍ ମିଳିବା ଉଚିତ୍ ଥିଲା।
ଯେଉଁମାନେ ଏହା ପାଇଥିଲେ, ସେମାନେ ଏହା ପାଇବା ଉଚିତ୍ ନଥିଲା।
ସେମାନେ ରୁଷ ବିଷୟରେ ସଠିକ୍ ଏବଂ ଚମତ୍କାର ଲେଖା ପାଇଁ ପୁଲିଜର୍ ପୁରସ୍କାର ପାଇଲେ।
କିନ୍ତୁ ସେମାନଙ୍କର ରିପୋର୍ଟ ଭୁଲ୍ ଥିଲା।
ଅନେକ ଯୁଦ୍ଧ ବନ୍ଦ କରିଥିବାରୁ ମୁଁ ନୋବେଲ ଶାନ୍ତି ସମ୍ମାନ ପାଇଁ ମଧ୍ୟ ଯୋଗ୍ୟ ଥିଲି।
ନୋବେଲ ନ ପାଇବା ସମ୍ପର୍କରେ ତାଙ୍କର ବାରମ୍ବାର ଅଭିଯୋଗରେ ସେ ଆଉ ଏକ ନୂଆ ଅଧ୍ୟାୟ ଯୋଡିଛନ୍ତି।
ରାଷ୍ଟ୍ରପତି ଏବେ ଯୁକ୍ତି ଦେଉଛନ୍ତି ଯେ, ତାଙ୍କ ଲେଖା ମଧ୍ୟ ସାମ୍ବାଦିକତାର ସବୁଠାରୁ ମର୍ଯ୍ୟାଦାଜନକ ପୁରସ୍କାର ପାଇବାକୁ ଯୋଗ୍ୟ।
ସୋସିଆଲ ମିଡିଆରେ ଉପହାସ ପୁଲିଜର୍ ପାଇଁ ଟ୍ରମ୍ପଙ୍କ ଦାବିକୁ ସୋସିଆଲ ମିଡିଆରେ ଉପହାସ କରାଯାଉଛି।
ୟୁଜର ତାଙ୍କ ଲେଖାର ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇ ସାମ୍ବାଦିକଙ୍କ ପ୍ରତି ତାଙ୍କର ସମାଲୋଚନାକୁ କଟାକ୍ଷ କରିଛନ୍ତି।
ୟୁଜର ଲେଖିଛନ୍ତି,ଶିଶୁ ପୁସ୍ତକ ଲେଖିପାରି ନଥିବା ବ୍ୟକ୍ତି ଭାବୁଛନ୍ତି ସେ ପୁଲିଜର୍ ପୁରସ୍କାର ପାଇବାକୁ ଯୋଗ୍ୟ।
ୟୁଜର ଟ୍ରମ୍ପଙ୍କ କଥାବାର୍ତ୍ତା ଶୈଳୀକୁ ଟାର୍ଗେଟ କରି କହିଛନ୍ତି, ଟ୍ରମ୍ପ ଲେଖିବା ପାଇଁ ପୁଲିଜର୍ ଚାହୁଁଛନ୍ତି, ପ୍ରକୃତରେ ସେ ଇଂରାଜୀ ଭାଷାକୁ ବନ୍ଧକ ଭଳି ବ୍ୟବହାର କରନ୍ତି।
ତାଙ୍କର ଦାବି ହାସ୍ୟାସ୍ପଦ।
UN: ଜାତିସଂଘର ସ୍ୱତନ୍ତ୍ର ପ୍ରତିନିଧିଙ୍କୁ ସମାଲୋଚନା କରି ବିଶ୍ୱ ମଞ୍ଚରେ ଅସନ୍ତୋଷ ପ୍ରକାଶ କଲା ଭାରତ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
