UN: ଜାତିସଂଘର ସ୍ୱତନ୍ତ୍ର ପ୍ରତିନିଧିଙ୍କୁ ସମାଲୋଚନା କରି ବିଶ୍ୱ ମଞ୍ଚରେ ଅସନ୍ତୋଷ ପ୍ରକାଶ କଲା ଭାରତ

Oct 22, 2026 - 10:00
UN: ଜାତିସଂଘର ସ୍ୱତନ୍ତ୍ର ପ୍ରତିନିଧିଙ୍କୁ ସମାଲୋଚନା କରି ବିଶ୍ୱ ମଞ୍ଚରେ ଅସନ୍ତୋଷ ପ୍ରକାଶ କଲା ଭାରତ

"ନ୍ୟୁୟର୍କ: ଦାଉଦ ଇବ୍ରାହିମକୁ ପାକିସ୍ତାନରେ ଆଶ୍ରୟ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇବା ପାଇଁ ସ୍ୱାଧୀନତା ଦିଆଯିବା ନେଇ ଭାରତ ପୁଣି ଥରେ ବିଶ୍ୱ ମଞ୍ଚରେ ନିଜର ଅସନ୍ତୋଷ ପ୍ରକାଶ କରିଛି।

ଏହି ପ୍ରସଙ୍ଗରେ ଦୃଢ଼ ମତ ରଖି ଭାରତ ମାନବାଧିକାର ସୁରକ୍ଷା ପାଇଁ ଜାତିସଂଘର ସ୍ୱତନ୍ତ୍ର ପ୍ରତିନିଧିଙ୍କୁ ଟାର୍ଗେଟ କରିଛି।

ଭାରତ କହିଛି ଯେ, ଦାଉଦ ଇବ୍ରାହିମ ପାକିସ୍ତାନରୁ ଆତଙ୍କବାଦ ପ୍ରସାର କରୁଛନ୍ତି, କିନ୍ତୁ ଗୁରୁତ୍ୱପୂର୍ଣ୍ଣ ବିଶ୍ୱ ପ୍ରତିଷ୍ଠାନଗୁଡ଼ିକ ଏନେଇ ନୀରବ ରହିଛନ୍ତି ଏହା ଏକ ଉପଯୁକ୍ତ ମନୋଭାବ ନୁହେଁ।Advertisment ଦାଉଦ ଇବ୍ରାହିମଙ୍କ ପ୍ରସଙ୍ଗ ଉଠାଇ ଜାତିସଂଘରେ ଭାରତର ସ୍ଥାୟୀ ମିଶନର ଭାରତୀୟ କୂଟନୀତିଜ୍ଞ ରଘୁ ପୁରୀ ମାନବାଧିକାର ସୁରକ୍ଷା ପାଇଁ ଜାତିସଂଘର ସ୍ୱତନ୍ତ୍ର ପ୍ରତିନିଧି ବେନ୍ ସଲଙ୍କ ଅକ୍ଷମତା ଉପରେ ଟାର୍ଗେଟ କରିଛନ୍ତି।

ସେ କହିଛନ୍ତି ଯେ, ବେନ୍ ପାକିସ୍ତାନରେ ଦାଉଦ ଇବ୍ରାହିମର ଉପସ୍ଥିତିକୁ ଅଣଦେଖା କରୁଛନ୍ତି ।

ଆତଙ୍କବାଦ ପ୍ରସାରଣ ଏବଂ ଉଗ୍ରବାଦକୁ ପ୍ରୋତ୍ସାହିତ କରୁଥିବା ଲୋକଙ୍କୁ ସୁରକ୍ଷା ଦେବା ପାଇଁ ମାନବାଧିକାର ଢାଞ୍ଚା ବ୍ୟବହାର କରାଯାଇପାରିବ ନାହିଁ।

ବିଶ୍ୱ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବାର ଇତିହାସକୁ ଟାର୍ଗେଟ ସେ ପାକିସ୍ତାନକୁ ସମାଲୋଚନା କରି ଦେଶର ଶାସନ ବ୍ୟବସ୍ଥା ଏବଂ ବିଶ୍ୱ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବାର ଇତିହାସକୁ ଟାର୍ଗେଟ କରିବା ସହିତ ୧୯୯୩ ମୁମ୍ବାଇ ସିରିଏଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ଦାଉଦ ଇବ୍ରାହିମ ମଧ୍ୟ ସାମିଲ ଥିଲେ ବୋଲି ସୂଚିତ କରିଛନ୍ତି।ଡି-କମ୍ପାନି ଭାବରେ ଜଣାଶୁଣା ସଂଗଠିତ ଅପରାଧ ସିଣ୍ଡିକେଟର ମୁଖ୍ୟ ଦାଉଦ ଇବ୍ରାହିମ ଭାରତର ମୋଷ୍ଟ ୱାଣ୍ଟଡ ପଳାତକ।

ଭାରତକୁ ପ୍ରତ୍ୟର୍ପଣ ପାଇଁ ବାରମ୍ବାର ଅନ୍ତର୍ଜାତୀୟ ଦାବି ସତ୍ତ୍ୱେ ସେ ପାକିସ୍ତାନର କରାଚୀରେ କଡ଼ା ସୁରକ୍ଷା ମଧ୍ୟରେ ରହୁଛନ୍ତି ବୋଲି ଜଣାପଡ଼ିଛି।

ଭାରତ ବାରମ୍ବାର ତାଙ୍କ ପ୍ରତ୍ୟର୍ପଣ ପାଇଁ ଦାବି କରୁଛି।

ଦାଉଦ ଇବ୍ରାହିମ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଦାଉଦ ଇବ୍ରାହିମ ଭାରତର ଜଣେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଏବଂ ଚୋରା ଡ୍ରଗ୍ସ ବେପାରି ।

ସେ ୧୯୯୩ ମୁମ୍ବାଇ ବିସ୍ଫୋରଣ ସମେତ ହତ୍ୟା, ଦାଦାବଟି ଆଦାୟ ଏବଂ ଆତଙ୍କବାଦ ଭଳି ଅନେକ ମାମଲାରେ ଭାରତର ମୋଷ୍ଟ ୱାଣ୍ଟେଡ୍ ଅପରାଧୀ।

ଜାତିସଂଘ ଏବଂ ଭାରତ ଦ୍ୱାରା ତାଙ୍କୁ ବିଶ୍ୱ ଆତଙ୍କବାଦୀ ଭାବରେ ଘୋଷଣା କରାଯାଇଛି।୧୯୯୩ ମୁମ୍ବାଇ ଆକ୍ରମଣ ସମୟରେ ସେ ଭାରତରୁ ପଳୟନ କରି ପାକିସ୍ତାନର କରାଚୀରେ ଲୁଚି ରହିଥିବା କୁହାଯାଉଛି।

ତେବେ ପାକିସ୍ତାନ ଏନେଇ କୌଣସି ସ୍ପଷ୍ଟ ସୂଚନା ପ୍ରଦାନ କରିନାହିଁ।

Strait of Hormuz: ହର୍ମୁଜ୍‌ରେ ପୁଣି ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ: ୨୧ ଭାରତୀୟ ସୁରକ୍ଷିତ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)