Literature: Book Review: ଭଳିକିି ଭଳି ପୁସ୍ତକଗୁଡ଼ିକର ସମୀକ୍ଷା ପଢ଼ନ୍ତୁ ବହି ଚର୍ଚ୍ଚାରେ...

Oct 22, 2026 - 18:36
Literature: Book Review: ଭଳିକିି ଭଳି ପୁସ୍ତକଗୁଡ଼ିକର ସମୀକ୍ଷା ପଢ଼ନ୍ତୁ ବହି ଚର୍ଚ୍ଚାରେ...

କଥା Katha Photograph: (Sambad) ସମ୍ପାଦକ: ତନୟା ପଟ୍ଟନାୟକ ଯୋଗାଯୋଗ: ସମ୍ବାଦ ଭବନ ବି-୨୭, ରସୁଲଗଡ଼ ଶିଳ୍ପାଞ୍ଚଳ, ଭୁବନେଶ୍ବର ମୂଲ୍ୟ: ୩୦ ଟଙ୍କା, ପୃଷ୍ଠା: ୯୮ Advertisment 'କଥା'ର ଏହି ଅକ୍ଟୋବର ସଂଖ୍ୟାଟି ନବପ୍ରତିଭା ବିଶେ‌ଷାଙ୍କ ଭାବେ ପ୍ରକାଶ ପାଇଛି।

ଏଥିରେ ନୂଆପିଢ଼ିର ଦଶଜଣ ଗାଳ୍ପିକ ଗାଳ୍ପିକାଙ୍କ ଦଶଟି ବଛା ଯାଇଥିବା ଗଳ୍ପ ସ୍ଥାନ ପାଇଛି।

ସ୍ଥାନ ପାଇଥିବା ନବପ୍ରତିଭାମାନେ ହେଲେ ତନ୍ମୟଜ୍ୟୋତି ନାୟକ, ସୋନାଲି ଗଡ଼ନାୟକ, ସୁଜ୍ଞାନ ବେଣ୍ଟକାର, ରାଖେଲ ଦାଶ, ଅନ୍ନଦା ମିଶ୍ର, ପ୍ରତିଭା ବେହେରା, ରୁନି ମହାରଣା, ରାକେଶ ମହାନ୍ତି, ଲିଙ୍କି ବାରିକ ଓ ରଞ୍ଜନ କୁମାର ମହାନ୍ତି।

ପ୍ରତ୍ୟେକ ଗଳ୍ପକୁ ଜଣେ ଜଣେ ବରିଷ୍ଠ ଗାଳ୍ପିକଙ୍କ ଦ୍ବାରା ସମୀକ୍ଷା କରାଯାଇଛି।

ଗପ ଗୁଡ଼ିକ ସାଂପ୍ରତିକ ସମୟର ସ୍ବର ସହ ପରିଚିତ କରାଇବ ବୋଲି ଆଶା କରାଯାଏ।

ଏହାବାଦ୍‌ ମିୟୋଗ ପାତ୍ର ଓ ଲୋପାମୁଦ୍ରା ମିଶ୍ରଙ୍କ ଦୁଇଟି ଦୀର୍ଘଗପ ସ୍ଥାନ ପାଇଛି।

ରେବତୀ Rebati Photograph: (Sambad) ସମ୍ପାଦିକା: ସୁବାସିନୀ ଜେନା ଯୋଗାଯୋଗ: ଓ.ଟି.

ରୋଡ୍‌, ବାଲେଶ୍ବର-୧ ମୂଲ୍ୟ: ୭୦ ଟଙ୍କା, ପୃଷ୍ଠା: ୧୦୬ ପରିଚ୍ଛନ୍ନ ପରିପାଟୀରେ ପ୍ରକାଶ ପାଇଛି 'ରେବତୀ'ର ଅକ୍‌ଟୋବର ସଂଖ୍ୟା।

'ନାରୀ ଦେବୀ ନା ମଣିଷ!' ସଂପାଦକୀୟ ରୁ ଆରମ୍ଭକରି ଦେବୀଙ୍କୁ ନେଇ ଏକାଧିକ ପ୍ରସଙ୍ଗ ଏଥିରେ ସ୍ଥାନ ପାଇଛି।

ଏହି ସଂଖ୍ୟାରେ ଗଳ୍ପ ଲେଖିଛନ୍ତି ଶ୍ୟାମାପ୍ରସାଦ ଚୌଧୁରୀ, ଉଦୟ ନାରାୟଣ ଦାସ ଓ ଅଞ୍ଜନ ଚାନ୍ଦ; କବିତାରେ ଅଛନ୍ତି ଗିରିଜାକୁମାର ବଳୀୟାରସିଂହ, ମାନସ ରଂଜନ ମହାପାତ୍ର, ସମରେନ୍ଦ୍ରନାଥ ମହାପାତ୍ର, ଜୟନ୍ତିକା, ଅଜୟ ପ୍ରଧାନ, ଦୀନବନ୍ଧୁ ସାହୁ, ସେନାପତି ପ୍ରଦ୍ୟୁମ୍ନକେଶରୀ, ପ୍ରବାସିନୀ ମହାକୁଡ଼ ଏବଂ ଆହୁରି ଅନେକ।

ଏଥିରେ କଥାକାର ରାମଚନ୍ଦ୍ର ବେହେରା ଲେଖିଛନ୍ତି ତାଙ୍କ 'ନିଖୋଜ ଅପରାଧୀ' ଉପନ୍ୟାସ ପଛର କାହାଣୀ।

'ରେବତୀ'ର ଏହି ସଂଖ୍ୟାରୁ ମଧ୍ୟ ପାଇହେବ ଭ୍ରମଣ କାହାଣୀ, ପର୍ବପର୍ବାଣି ଓ ରୋଷେଇଶାଳର କଥା।

ଆହୁରି ପଢ଼ନ୍ତୁ- Houthi Rebels: ହୁତି ବିଦ୍ରୋହୀଙ୍କ ଦାବି, ୧୪ ଭାରତୀୟ ଥିବା ଜାହାଜ ଉପରେ ସାଉଦି ଆରବ ଆକ୍ରମଣ କରିଛି ଅର୍ପିତା Arpita Photograph: (Sambad) ସମ୍ପାଦକ: ସୁବାସ ଷଡ଼ଙ୍ଗୀ ଯୋଗାଯୋଗ: ବ୍ରିଟ୍‌ କଲୋନି ଲକ୍ଷ୍ମୀସାଗର, ଭୁବନେଶ୍ବର ମୂଲ୍ୟ: ୧୩୦ ଟଙ୍କା, ପୃଷ୍ଠା: ୨୦୮ ଚଉତିରିଶଟି ଗଳ୍ପ, ଅଠତିରିଶଟି କବିତା ସହ 'ଅର୍ପିତା'ର ଏହି ପୂଜାସଂଖ୍ୟା ରେ ସ୍ଥାନ ପାଇଛି ସ୍ମରଣୀୟ ଗଳ୍ପ, ଅନୁବାଦ ଓ ପୁସ୍ତକ ସମୀକ୍ଷା।

ପ୍ରକାଶ ମହାପାତ୍ର, ଅରବିନ୍ଦ ରାୟ, ସହଦେବ ସାହୁ ପ୍ରମୁଖଙ୍କ ଗଳ୍ପ ଏହି ସଂଖ୍ୟାରେ ସ୍ଥାନ ପାଇଥିବା ବେଳେ ସରୋଜ ବଳ, ଅନ୍ନପୂର୍ଣ୍ଣା ମହାନ୍ତି, ପ୍ରବୋଧ କୁମାର ହୋତା, ସୁଧୀର ମେହେର ଏବଂ ଆହୁରି ଅନେକ କବିଙ୍କ ମନୋଜ୍ଞ କବିତା ଏଥିରେ ରହିଛି।

ଆଲୋଚନାରେ ସ୍ଥାନ ପାଇଛନ୍ତି ସର୍ବେଶ୍ବର ସେଣ ଓ ରୁଦ୍ର ପ୍ରସନ୍ନ ରଥ।

ଗାଳ୍ପିକ ଶ୍ରୀପ୍ରସାଦ ମହାନ୍ତିଙ୍କ ସହ ଏକ ସାକ୍ଷାତ୍‌କାର ଏଥିରେ ରହିଛି। ‌ଲେଖାଲେଖି LekhaLekhi Photograph: (Sambad) ସମ୍ପାଦକ: ପ୍ରଦୀପ୍ତ କୁମାର ବେହୁରା ଯୋଗାଯୋଗ: ଭି.ଏସ୍‌.ଏସ୍‌.

ନଗର, ଭୁବନେଶ୍ବର ମୂଲ୍ୟ: ୧୩୫ ଟଙ୍କା, ପୃଷ୍ଠା: ୧୫୪ 'ଲେଖାଲେଖି'ର ଶାରଦୀୟ ସଂଖ୍ୟାରେ ପନ୍ଦରଟି ଗଳ୍ପ ଓ ଅନୁବାଦ ଗଳ୍ପ, କୋଡ଼ିଏଟି କବିତା ଓ ଗୀତିକବିତା ସମେତ ଫିଚର୍‌, ଭ୍ରମଣ କାହାଣୀ, ବହିକଥା ଏବଂ ଆଉକିଛି ରୁଚିସଂପନ୍ନ ଲେଖା ଏଥିରେ ସ୍ଥାନ ପାଇଛି।

ଯେମିତିକି ନିଜର ଘରକୁ ନେଇ ଅର୍ଚ୍ଚନା ନାୟକ ଲେଖିଛନ୍ତି 'ଘରର ନାମ ଅଭୀପ୍‌ସା' ଆଉ ରୁମ୍‌ଝୁମ୍‌ ନାୟକ ଲେଖିଛନ୍ତି 'ମଣି ନିଳୟର ମଣି'।

ଅନେକ ଲୋକପ୍ରିୟ ହିନ୍ଦୀ ଗୀତ ପଛରେ ଥିବା କାହାଣୀକୁ ନେଇ ଏଥିରେ ରହିଛି ଏକ ସ୍ବତନ୍ତ୍ର ଫିଚର 'ଗୀତ ପଛର ଗପ'।

ତେବେ ଏହି ସଂଖ୍ୟାର ବିଶେଷ ଆକର୍ଷଣ ହେଉଛି ସଂଯୁକ୍ତା ମହାନ୍ତିଙ୍କ ଉପନ୍ୟାସ 'ସାୟାହ୍ନର ସ୍ବର'।

ଆମ ପଞ୍ଚବଟୀ Ama Panchabati Photograph: (Sambad) ସମ୍ପାଦକ: ସୁଶାନ୍ତ କୁମାର ନାୟକ ଯୋଗାଯୋଗ: ପଞ୍ଚବଟୀ ନଗର, ରାୟଗଡ଼ ମୂଲ୍ୟ: ୩୫୦ ଟଙ୍କା, ପୃଷ୍ଠା: ୪୨୪ ପଚାଶ ସରିକି ଗଳ୍ପ ଓ ଅନୁବାଦ ଗଳ୍ପ, ଶତାଧିକ କବିତା ଓ ଗୀତିକବିତା, କୋଡ଼ିଏରୁ ଊର୍ଦ୍ଧ୍ବ ପ୍ରବନ୍ଧ ସମେତ 'ଆମ ପଞ୍ଚବଟୀ'ର ଏହି ଶାରଦୀୟ ସଂଖ୍ୟାରେ ରହିଛି କବି ପ୍ରଦୀପ କୁମାର ମିଶ୍ର ଓ ଅଶ୍ବିନୀ କୁମାର ମିଶ୍ରଙ୍କ ସହ ସାକ୍ଷାତ୍‌କାର, ରମ୍ୟରଚନା, ଗଦ୍ୟ କବିତା, ଦେଶିଆ କବିତା ପରି ଆହୁରି ଅନେକ ଆକର୍ଷଣୀୟ ସୃ‌ଷ୍ଟି।

' ପଞ୍ଚବଟୀ ' ନିଜ ପରିପୁ‌ଷ୍ଟ କଳେବରରେ ଉଭୟ ପ୍ରବୀଣ ଓ ନବୀନ ଲେଖକଙ୍କୁ ସ୍ଥାନ ଦେଇଛି।

ଏଥିରେ ବିଭୂତି ପଟ୍ଟନାୟକ, ଗୌରହରି ଦାସ, କୃପାସାଗର ସାହୁ, ରବି ପଣ୍ଡା, କାଶୀନାଥ ନନ୍ଦୀ ପ୍ରମୁଖଙ୍କ ଗଳ୍ପ ସ୍ଥାନ ପାଇଥିବା ବେଳେ ବାବାଜୀ ଚରଣ ପଟ୍ଟନାୟକ, ବିଜୟାନନ୍ଦ ସିଂହ, ଅଧ୍ୟାପକ ବିଶ୍ବରଂଜନ, ସୌଭାଗ୍ୟବନ୍ତ ମହାରଣା, ଫଣୀନ୍ଦ୍ର ଭୂଷଣ ନନ୍ଦ ପ୍ରମୁଖଙ୍କ ପ୍ରବନ୍ଧ ସ୍ଥାନ ପାଇଛି।

କବିତା ବିଭାଗଟି ମଧ୍ୟ ସମୃଦ୍ଧ ମନେହୁଏ।

ଅଧିକ ଦେଖନ୍ତୁ-

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)