Donald Trump: ହମାସ ସହ ଚୁକ୍ତି ପାଇଁ ଟ୍ରମ୍ପଙ୍କ ବଡ଼ ପଦକ୍ଷେପ,  ଜ୍ବାଇଁ କୁଶନର୍ ମିଶରରେ କଲେ ପ୍ରଥମ ବୈଠକ

Aug 17, 2026 - 08:09
Donald Trump: ହମାସ ସହ ଚୁକ୍ତି ପାଇଁ ଟ୍ରମ୍ପଙ୍କ ବଡ଼ ପଦକ୍ଷେପ,  ଜ୍ବାଇଁ କୁଶନର୍ ମିଶରରେ କଲେ ପ୍ରଥମ ବୈଠକ

"ନୂଆଦିଲ୍ଲୀ: ଗାଜାରେ ଅସ୍ତ୍ରବିରତି ଚୁକ୍ତି ନେଇ ଲମ୍ବା ସମୟ ଧରି ଚାଲିଥିବା ଅଚଳାବସ୍ଥା ଭାଙ୍ଗିବାକୁ ଆମେରିକା ଏବେ ନୂଆ ଚାଲ୍ ଚଳାଇଛି।

ଏହି କୂଟନୈତିକ ମିଶନର ଦାୟିତ୍ୱ ନେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜ୍ୱାଇଁ ତଥା ଆମେରିକୀୟ ବାର୍ତ୍ତାକାର ଜେରେଡ୍ କୁଶନର୍।

ମିଶରରେ କୁଶନର୍ ହାମାସ ନେତା ଖଲିଲ୍ ଅଲ୍-ହୟାଙ୍କ ସହ ବୈଠକ କରିଛନ୍ତି।

ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ଏହି ଆଲୋଚନାକୁ ଗାଜା ଯୁଦ୍ଧ ଶେଷ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।Advertisment ବୈଠକରେ ମିଶର, କତାର ଓ ତୁର୍କୀର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ଆଲୋଚନାର କେନ୍ଦ୍ରବିନ୍ଦୁ ଥିଲା ଟ୍ରମ୍ପଙ୍କ ପ୍ରସ୍ତାବିତ ୧୫-ସୂତ୍ରୀ ଗାଜା ରୋଡମ୍ୟାପ୍।

ଏହି ଯୋଜନାରେ ହାମାସର ନିରସ୍ତ୍ରୀକରଣ, ଗାଜାରୁ ଇସ୍ରାଏଲ୍ ସେନା ପ୍ରତ୍ୟାହାର ଏବଂ ଯୁଦ୍ଧବିଧ୍ୱସ୍ତ ଅଞ୍ଚଳର ପୁନଃନିର୍ମାଣ ଭଳି ପ୍ରସଙ୍ଗ ସାମିଲ ରହିଛି।ତେବେ ଏହି ରୋଡମ୍ୟାପ୍‌କୁ ନେଇ ଇସ୍ରାଏଲ୍ ଓ ହାମାସ ମଧ୍ୟରେ ମତଭେଦ ଏବେ ବି ରହିଛି।

ହାମାସ ଆଲୋଚନା ପାଇଁ ଆଗ୍ରହ ଦେଖାଉଥିବାବେଳେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଆଭିମୁଖ୍ୟ କଠୋର ରହିଛି।

ତାଙ୍କ ମତରେ ହାମାସ ସମ୍ପୂର୍ଣ୍ଣ ନିରସ୍ତ୍ର ନହେବା ପର୍ଯ୍ୟନ୍ତ ଇସ୍ରାଏଲ୍ ସେନା ଗାଜାରୁ ପଛକୁ ହଟିବ ନାହିଁ।

Amit Shah: ସୋନିଆଙ୍କ ପାପକୁ ଦେଶବାସୀ କ୍ଷମା କରିବେନି: ଅମିତ ଶାହ ଅନ୍ୟପଟେ ହାମାସର ମଧ୍ୟ ନିଜସ୍ୱ ସର୍ତ୍ତ ରହିଛି।

ଯୋଜନା ଲାଗୁ ହେବା ପୂର୍ବରୁ ଇସ୍ରାଏଲ୍ ଗାଜାରେ ଆକ୍ରମଣ ବନ୍ଦ କରିବା ସହ "ୟେଲୋ ଲାଇନ୍" ପର୍ଯ୍ୟନ୍ତ ସେନା ପଛକୁ ହଟାଇବାକୁ ହାମାସ ଦାବି କରିଛି।

ଏହା ପରେ ୧୪ ଦିନିଆ ଆଲୋଚନା ମାଧ୍ୟମରେ ଚୁକ୍ତିର କାର୍ଯ୍ୟକାରିତା ଓ ସମୟସୀମା ନିର୍ଦ୍ଧାରଣ କରାଯିବ ବୋଲି କୁହାଯାଉଛି।କୁଶନର୍-ହାମାସ ବୈଠକ ପରେ ଏବେ ତାଙ୍କର ଇସ୍ରାଏଲ୍ ଗସ୍ତ ଉପରେ ନଜର ରହିଛି।

ସେ ନେତାନ୍ୟାହୁଙ୍କ ସହ ଆଲୋଚନା କରିବେ।

ଏହି ବୈଠକରେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର ମଧ୍ୟ ଉପସ୍ଥିତ ରହିବେ।

ସାଉଦି ଆରବ, ୟୁଏଇ, ଜର୍ଡାନ, ପାକିସ୍ତାନ, ଇଣ୍ଡୋନେସିଆ, ମିଶର, କତାର ଓ ତୁର୍କୀ ସମେତ ଅନେକ ଦେଶ ରୋଡମ୍ୟାପ୍‌କୁ ସମର୍ଥନ କରି ଇସ୍ରାଏଲକୁ ଏହା ଗ୍ରହଣ କରିବାକୁ ଆହ୍ୱାନ କରିଛନ୍ତି।

ଗାଜାର ପ୍ରାୟ ୬୦ ପ୍ରତିଶତ ଅଞ୍ଚଳ ଇସ୍ରାଏଲ୍ ସେନା ନିୟନ୍ତ୍ରଣରେ ଥିବା ଦାବି ମଧ୍ୟ ଏହି ଆଲୋଚନାକୁ ଆହୁରି ଜଟିଳ କରିଛି।ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି କୁଶନର୍ କି ଦୁଇ ପକ୍ଷ ମଧ୍ୟରେ ଥିବା ଗଭୀର ମତଭେଦ ଦୂର କରି ଅସ୍ତ୍ରବିରତି ଚୁକ୍ତିର ରାସ୍ତା ଖୋଲିପାରିବେ?

ମିଶରର ଏହି ବୈଠକ ପରେ ଗାଜାରେ ଶାନ୍ତି ଫେରିବା ଆଶା ଏବେ ପୁଣି ଚର୍ଚ୍ଚାରେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media