Donald Trump: ଇରାନ ପରେ କ୍ୟୁବା କଥା ବୁଝାଯିବ: ଚେତାବନୀ ଦେଇ ନାଲି ଆଖି ଦେଖାଇଲେ ଟ୍ରମ୍ପ
ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଇରାନ ଯୁଦ୍ଧରୁ ଫେରିବା ପରେ ଆମେରିକୀୟ ଯୁଦ୍ଧଜାହାଜ କ୍ୟୁବାର ଉପକୂଳ ନିକଟରେ ଅଟକିବ।
ଫ୍ଲୋରିଡାରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପାଇଁ ଏକ ପ୍ରଚାର କାର୍ଯ୍ୟକ୍ରମରେ ଟ୍ରମ୍ପ କ୍ୟୁବା ବିଷୟରେ ଏହି ମନ୍ତବ୍ୟ ଦେଇଛନ୍ତି।
କ୍ୟୁବାର ବୈଦେଶିକ ମନ୍ତ୍ରୀ ବ୍ରୁନୋ ରୋଡ୍ରିଗେଜ ତାଙ୍କ ବିବୃତିର ଜବାବ ଦେଇ ଆମେରିକାର ମହତ୍ତ୍ୱାକାଂକ୍ଷା ସହିତ ଜଡିତ ସମସ୍ତ ଧମକକୁ ଖଣ୍ଡନ କରିଛନ୍ତି।
Advertisment ଟ୍ରମ୍ପ କହିଛନ୍ତି, ଇରାନରୁ ଫେରିବା ବାଟରେ, ଆମେ କ୍ୟୁବା ଉପରେ ନଜର ରଖିବୁ।
ଯୁଦ୍ଧଜାହାଜଗୁଡ଼ିକ କ୍ୟୁବା ଦେଇ ଯିବ।
ସେଥିମଧ୍ୟରୁ ଗୋଟିଏକୁ ଆମେ ଉପକୂଳରୁ ପ୍ରାୟ ୫୦ ଗଜ ଦୂରରେ ଅଟକାଇବୁ।
ସେମାନେ ଆତ୍ମ ସମର୍ପଣ କରିବେ।
ତା'ପରେ ଆମେ ମାର୍କୋ ରୁବିଓଙ୍କୁ ପଠାଇବୁ।
ଟ୍ରମ୍ପଙ୍କ ମନ୍ତବ୍ୟ ପରେ, କ୍ୟୁବାର ବୈଦେଶିକ ମନ୍ତ୍ରୀ ବ୍ରୁନୋ ରୋଡ୍ରିଗେଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପ୍ରତିକ୍ରିୟା ଦେଇ କହିଛନ୍ତି, କ୍ୟୁବାର ଉପକୂଳ ସୁନ୍ଦର ବେଳାଭୂମିରେ ପରିପୂର୍ଣ୍ଣ, କିନ୍ତୁ ଏଥିରେ ତୀକ୍ଷଣ ଚୂନପଥର ପାହାଡ ଏବଂ ଏକ ଦୁର୍ଗମ ପରିବେଶ ମଧ୍ୟ ଅଛି।
ଏହା ଶତ୍ରୁତା ଉଦ୍ଦେଶ୍ୟ ତଥା ଦଖଲ କରିବା ମନୋଭାବ ନେଇ ଆସୁଥିବା ଲୋକଙ୍କ ପାଇଁ ଅନୁକୂଳ ନୁହେଁ।
କମ୍ପାନି ଉପରେ ନୂତନ କଟକଣା ପୂର୍ବରୁ, ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କ୍ୟୁବାର ଲୋକମାନଙ୍କୁ କେନ୍ଦ୍ରୀୟ ଗୁପ୍ତଚର ସଂସ୍ଥା (ସିଆଇଏ) ସହିତ ଏକ ଗୁପ୍ତ ସହଭାଗୀତା କରିବାକୁ ନିବେଦନ କରିଥିଲେ, କହିଥିଲେ ଯେ, ଏହା ଦେଶରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ସାହାଯ୍ୟ କରିବ।
ରୁବିଓ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ, କ୍ୟୁବାରେ ସକାରାତ୍ମକ ପରିବର୍ତ୍ତନ ଚାହୁଁଥିବା ଲୋକଙ୍କ ପାଇଁ ଏହା ଉପଯୁକ୍ତ ସମୟ।
ସେ ଦୁର୍ନୀତି, ଅପୂର୍ଣ୍ଣ ପ୍ରତିଶ୍ରୁତି ଏବଂ କିଛି ଲୋକଙ୍କ ସୁବିଧାଜନକ ଜୀବନକୁ ଉଲ୍ଲେଖ କରି ସିଆଇଏ ସହିତ ଏକ ଗୁପ୍ତ ସହଭାଗୀତା ମାଧ୍ୟମରେ ପରିବର୍ତ୍ତନ ଆଣିବାର ସୁଯୋଗକୁ ଗ୍ରହଣ କରିବାକୁ ଲୋକଙ୍କୁ ଅନୁରୋଧ କରିଥିଲେ।
ଟ୍ରମ୍ପ ପ୍ରଶାସନ କ୍ୟୁବା ଉପରେ ଆର୍ଥିକ ଚାପ ବୃଦ୍ଧି କରିବା ପାଇଁ ନିର୍ମାଣ, ଖଣି ଏବଂ ଧାତୁ କ୍ଷେତ୍ରର ନଅଟି ରାଷ୍ଟ୍ରାୟତ୍ତ କମ୍ପାନି ଉପରେ ନୂତନ କଟକଣା ଲଗାଇଛି, ଏବଂ ଆମେରିକୀୟ ନାଗରିକମାନଙ୍କୁ କ୍ୟୁବା ଯାତ୍ରା ସମୟରେ ସରକାର ନିୟନ୍ତ୍ରିତ କମ୍ପାନିଗୁଡ଼ିକ ସହିତ ବ୍ୟବସାୟକୁ ରୋକିବା ପାଇଁ ନିୟମାବଳୀକୁ କଡ଼ାକଡ଼ି କରିଛି।
Terror Suspect Arrest: ଜୈଶ-ଏ-ମହମ୍ମଦର ଆତଙ୍କୀ ନେଟୱାର୍କ ସହ ଜଡ଼ିତ ସନ୍ଦିଗ୍ଧ ବ୍ୟକ୍ତି ଏଟିଏସ ଜାଲରେ ଟ୍ରମ୍ପ ପୂର୍ବରୁ କ୍ୟୁବାର ନେତୃତ୍ୱ ପରିବର୍ତ୍ତନ ପାଇଁ ଆହ୍ୱାନ ଦେଇଥିଲେ।
ଚଳିତ ବର୍ଷ ମେ' ୨ରେ ସେ କହିଥିଲେ, ଆମେରିକା ଶୀଘ୍ର କ୍ୟୁବାକୁ ଦଖଲ କରିବ।
କ୍ୟୁବା ସମସ୍ୟାରେ ଜଡ଼ିତ ହେଉଛି ଏବଂ ଆମେରିକା ପ୍ରଥମେ ଅନ୍ୟ ପ୍ରସଙ୍ଗର ସମାଧାନ କରିବ।
ପୂର୍ବରୁ, ହ୍ୱାଇଟ୍ ହାଉସ୍ ଏକ ବିବୃତିରେ କହିଥିଲା ଯେ, କ୍ୟୁବା ସରକାରଙ୍କ ନୀତି, ଅଭ୍ୟାସ ଏବଂ କାର୍ଯ୍ୟ ଆମେରିକା ପାଇଁ ଏକ ବିପଦ ସୃଷ୍ଟି କରୁଛି।
ବିବୃତିରେ ଏହି ନୀତିଗୁଡ଼ିକୁ ଗଣତାନ୍ତ୍ରିକ ସମାଜର ନୈତିକ ଏବଂ ରାଜନୈତିକ ମୂଲ୍ୟବୋଧର ବିପରୀତ ବୋଲି ମଧ୍ୟ ଉଲ୍ଲେଖ କରାଯାଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
