‌Retirement: ଭାରତୀୟ ମହିଳା କ୍ରିକେଟର୍‌ ଏସ୍‌ ମେଘନାଙ୍କ ଅବସର

Oct 24, 2026 - 12:26
‌Retirement:  ଭାରତୀୟ ମହିଳା କ୍ରିକେଟର୍‌ ଏସ୍‌ ମେଘନାଙ୍କ ଅବସର

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟର୍‌ ଏସ୍‌ ମେଘନା ୩୦ ବର୍ଷ ବୟସରେ କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରୁ ଅବସର ଘୋଷଣା କରିଛନ୍ତି।

ଏହି ଶୀର୍ଷକ୍ରମ ବ୍ୟାଟର୍‌ ଭାରତ ପକ୍ଷରୁ ୨୦ ମ୍ୟାଚ୍‌ ଖେଳିଛନ୍ତି।

୨୦୨୨ ଅକ୍ଟୋବରରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବା ମେଘନା ୨୦୨୫ ଡବ୍‌ଲ୍ୟୁପିଏଲ୍‌ରେ ଶେଷ ଥର ଲାଗି ପଡ଼ିଆକୁ ଓହ୍ଲାଇଥିଲେ।

Advertisment ଏହି ଆନ୍ଧ୍ରପ୍ରଦେଶ କ୍ରିକେଟର୍‌ ୨୦୧୬ ନଭେମ୍ବରରେ ବିଜୟୱାଡାରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳି ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ।

ଏହାପରେ ୨୦୨୨ ଫେବ୍ରୁଆରିରେ କୁଇନ୍ସଟାଉନ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ପଦାର୍ପଣ କରିଥିଲେ।

ସେ ୩ ଦିନିକିଆ ଖେଳି ୧୧୪ ରନ୍‌ କରିଥିଲା ବେଳେ ୧୭ ଟ୍ବେଣ୍ଟି-୨୦ରେ ୧୦୨.୭୮ ଷ୍ଟ୍ରାଇକ୍‌ରେଟ୍‌ରେ ଗୋଟିଏ ଅର୍ଦ୍ଧଶତକ ସହ ୨୫୮ ରନ୍‌ କରିଛନ୍ତି।

ପଡ଼ିଆ ମୋର ଦ୍ୱିତୀୟ ଘର ଥିଲା: ମେଘନା ଡବ୍‌ଲ୍ୟୁପିଏଲ୍‌ରେ ୩ ଋତୁ ଖେଳିଥିବା ମେଘନା ୨୦୨୪ ବିଜେତା ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ସଦସ୍ୟା ଥିଲେ।

ଅନ୍ୟ ଦୁଇ ଋତୁ ସେ ଗୁଜରାଟ ଜାଏଣ୍ଟସ୍‌ରୁ ଖେଳିଥିଲେ।

ନିଜ ଅବସର ନେଇ ସାମାଜିକ ଗଣମାଧ୍ୟମରେ ସେ ଲେଖିଛନ୍ତି, ''ଖେଳାଳି ଭାବେ ସମସ୍ତ ପ୍ରକାର କ୍ରିକେଟ୍‌ରୁ ଅବସର ଘୋଷଣା କରୁଥିଲା ବେଳେ ମୋ ହୃଦୟ କୃତଜ୍ଞତାରେ ଭରିଯାଉଛି।

ପଡ଼ିଆ ମୋର ଦ୍ୱିତୀୟ ଘର ଥିଲା।

ଏଠାରୁ ଯେଉଁ ସ୍ମୃତି ଓ ବନ୍ଧୁଙ୍କୁ ପାଇଛି, ତାହା ଜୀବନସାରା ମନେ ରହିବ।

କ୍ରିକେଟ୍‌ ଖେଳିବା ମୋର ସରିଥିଲେ ମଧ୍ୟ ଏହ ସହ ସମ୍ପର୍କ କେବେ ଭାଙ୍ଗିବ ନାହିଁ।

ଯୁବ କ୍ରିକେଟର୍‌ଙ୍କୁ ମାର୍ଗଦର୍ଶନ କରିବି''।

Head Coach: ପୋଲାର୍ଡ ହେଲେ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ ପ୍ରଶିକ୍ଷକ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)