Dog: ତିନି ଭଉଣୀରେ ଗୋଟିଏ ଭାଇ: ଝୁଣିଦେଲେ ବୁଲା କୁକୁର, ଚାଲିଗଲା ଜୀବନ

Nov 23, 2026 - 19:00
Dog: ତିନି ଭଉଣୀରେ ଗୋଟିଏ ଭାଇ: ଝୁଣିଦେଲେ ବୁଲା କୁକୁର, ଚାଲିଗଲା ଜୀବନ

ନୂଆଦିଲ୍ଲୀ: ପଞ୍ଜାବ ର ଅମୃତସରର ଜଲାଲ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି | ବାସ୍ତବରେ ବୁଲା କୁକୁର ମାନଙ୍କ ଦ୍ୱାରା ହୋଇଥିବା ଭୟଙ୍କର କାଣ୍ଡ ଦେଖିବାକୁ ମିଳିଛି।

କିଛି ବୁଲା କୁକୁର ଜଣେ ୮ ବର୍ଷର ବାଳକକୁ ଝୁଣି ମାରିଦେଇଛନ୍ତି।

ମୃତ ଶିଶୁଟି ତିନି ଭଉଣୀଙ୍କ ମଧ୍ୟରୁ ସବୁଠାରୁ ସାନ ଭାଇ ରଞ୍ଜିତ ସିଂହ ବୋଲି ଚିହ୍ନଟ ହୋଇଛି।

ରିପୋର୍ଟ ଅନୁଯାୟୀ, ରଞ୍ଜିତ ସିଂହ ଗାଁ ପଡ଼ିଆକୁ ଯାଇଥିବା ସମୟରେ ହଠାତ୍ ତାଙ୍କୁ ବୁଲା କୁକୁରମାନେ ଆକ୍ରମଣ କରିଥିଲେ।

ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ପିଲାଟିର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା।

ଏହି ଭୟଙ୍କର ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା ​​ଯେତେବେଳେ କିଛି ଛୋଟ ପିଲା ରଞ୍ଜିତ ସିଂହଙ୍କ ମୃତଦେହ ମାଟିରେ ପଡ଼ିଥିବା ଦେଖି ସମସ୍ତଙ୍କୁ ଡାକିଥିଲେ | Advertisment ଆହୁରି ପଢନ୍ତୁ: WhatsApp: ହ୍ୱାଟ୍ସଆପ୍‌ରେ ଆଣୁଛି ନୂଆ ଫିଚର୍, ମେସେଜ୍ ପଢ଼ିବା ମାତ୍ରେ ହୋଇଯିବ ଗାଏବ!

ଗ୍ରାମବାସୀଙ୍କ ଅନୁଯାୟୀ, କୁକୁରମାନେ ପିଲାଟିର ମୁଣ୍ଡ ଏବଂ କାନକୁ କାମୁଡ଼ି ଦେଇଥିଲେ।

ଏହି ଦୁଃଖଦ ଘଟଣା ପରେ, ସମଗ୍ର ଗାଁରେ ଶୋକର ଲହରୀ ଖେଳିଯାଇଛି | ପରିବାରର ଏକମାତ୍ର ପୁଅକୁ ହରାଇ ବାପା-ମା ସମ୍ପୂର୍ଣ୍ଣ ଭାଙ୍ଗିପଡିଛନ୍ତି | ଆହୁରି ପଢନ୍ତୁ: Eating Oats : ପ୍ରତିଦିନ ଓଟ୍ସ ଖାଇଲେ ଶରୀରରେ କ'ଣ ପ୍ରଭାବ ପଡ଼େ, ଚାଲନ୍ତୁ ଜାଣିବା...

ଉଲ୍ଲେଖ ଥାଉ କି, ପୂର୍ବରୁ ମଧ୍ୟ ବୁଲା କୁକୁରଙ୍କ ଆକ୍ରମଣରେ ଅନେକଙ୍କ ଜୀବନ ଯାଇଛି | ଏହାକୁ ନେଇ କିଛିଦିନ ତଳେ ସୁପ୍ରିମକୋର୍ଟ ଗଭୀର ଚିନ୍ତାପ୍ରକଟ କରିଥିଲେ |

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)