Diwali: ଦୀପାବଳି ପୂର୍ବରୁ ଦିଲ୍ଲୀରେ ବାୟୁ ମାନ ଅତି ଖରାପ, ଏକ୍ୟୁଆଇ ୩୫୦ ଉପରେ
ନୂଆଦିଲ୍ଲୀ : ଦୀପାବଳି ର ଦିନକ ପୂର୍ବରୁ ରାଜଧାନୀ ଦିଲ୍ଲୀ ରେ ବାୟୁର ମାନ ଅତି ଖରାପ ହୋଇଯାଇଛି।
ଶନିବାର ପୂର୍ବାହ୍ନ ୯ଟାରେ ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୩୬୪ ରେକର୍ଡ କରାଯାଇଛି ଯାହା କି 'ଅତି ଖରାପ' ଶ୍ରେଣୀରେ ରହିଛି।
ଆଗକୁ ପ୍ରଦୂଷଣ ସ୍ଥିତି ଆହୁରି ଗମ୍ଭୀର ହେବାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ସ୍କୁଲ ପିଲାଙ୍କ ସୁରକ୍ଷା ନିମନ୍ତେ ବଡ଼ ପଦକ୍ଷେପ ନିଆଯାଇଛି।
Advertisment ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ାକୁ ହାଇବ୍ରିଡ୍ ମୋଡ୍କୁ ନେବାପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଏହାର ଅର୍ଥ ପିଲାମାନେ ଚାହିଲେ ସ୍କୁଲ୍ ଯାଇପାରିବେ ଏବଂ ଚାହିଲେ ଅନଲାଇନ୍ କ୍ଲାସ୍ କରିପାରିବେ।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ତଥ୍ୟ ଅନୁଯାୟୀ, ଶୁକ୍ରବାର ଅପରାହ୍ନ ୪ଟାରେ ଦିଲ୍ଲୀର ୨୪ ଘଣ୍ଟିଆ ହାରାହାରି ଏକ୍ୟୁଆଇ ୩୮୨ ରହିଥିଲା।
ଶନିବାର ସକାଳ ୯ଟାରେ ଏହା ୩୬୪ ରହିଥିଲା। ।
ସହରରେ ଥିବା ୫୯ଟି ବାୟୁ ଗୁଣବତ୍ତା ମାପକ କେନ୍ଦ୍ର ମଧ୍ୟରୁ ୧୮ଟିରେ ଏକ୍ୟୁଆଇ 'ସାଂଘାତିକ' ଶ୍ରେଣୀରେ ଥିବା ରେକର୍ଡ କରାଯାଇଛି।
ଆହୁରି ପଢନ୍ତୁ : Odisha Child Labour: ୨୦୨୯ ସୁଦ୍ଧା ଓଡ଼ିଶାରୁ ଶିଶୁ ଶ୍ରମିକ ଶୂନ୍ୟ ହେବ: ଶ୍ରମମନ୍ତ୍ରୀ ଦିଲ୍ଲୀ ପାଇଁ ବାୟୁ ଗୁଣବତ୍ତା ପ୍ରାରମ୍ଭିକ ସତର୍କତା ପ୍ରଣାଳୀ ମଧ୍ୟ ପୂର୍ବାନୁମାନ କରିଥିଲା ଯେ ଶନିବାର ଦିଲ୍ଲୀ ଏକ୍ୟୁଆଇ ସାଂଘାତିକ ଶ୍ରେଣୀକୁ ଯାଇପାରେ।
ବାୟୁ ପ୍ରଦୂଷଣକୁ ନଜରରେ ରଖି ଶୁକ୍ରବାର ଦିଲ୍ଲୀ ଶିକ୍ଷା ନିର୍ଦ୍ଦେଶାଳୟ ହାଇବ୍ରିଡ୍ ପାଠପଢ଼ା ନେଇ ନିର୍ଦ୍ଦେଶ ଜାରି କରିଥିଲା।
ଏହା ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ସ୍ୱୀକୃତିପ୍ରାପ୍ତ ଘରୋଇ ସ୍କୁଲ ପାଇଁ ଲାଗୁ ହେବ।
ଏଥିସହ ନୂଆଦିଲ୍ଲୀ ମ୍ୟୁନିସିପାଲ କାଉନସିଲ୍ (ଏନ୍ଡିଏମ୍ସି), ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ୍ (ଏମ୍ସିଡି) ଓ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ବୋର୍ଡ ଅଧୀନରେ ଥିବା ସ୍କୁଲଗୁଡ଼ିକ ମଧ୍ୟ ଏହାର ପରିସରଭୁକ୍ତ ହୋଇଛନ୍ତି।
ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (ସିଏକ୍ୟୁଏମ୍) ଦିଲ୍ଲୀ-ଏନ୍ସିଆର୍ରେ ତୁରନ୍ତ ଗ୍ରାପ୍-୩ର ସମସ୍ତ କଟକଣା ଲାଗୁ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।
ଆହୁରି ପଢନ୍ତୁ : Accident: ବାଣ କିଣିବାକୁ ଯାଇ ଗୁଣପୁର ଯୁବକଙ୍କ ଦୁର୍ଘଟଣାରେ ମୃତ୍ୟୁ ସ୍କୁଲ ମୁଖ୍ୟମାନଙ୍କୁ ତୁରନ୍ତ ଅଭିଭାବକଙ୍କୁ ଏହି ବ୍ୟବସ୍ଥା ସମ୍ପର୍କରେ ଜଣାଇବାକୁ କୁହାଯାଇଛି।
ଏଥିସହ ଜିଲ୍ଲା ଓ ଜୋନ୍ସ୍ତରୀୟ ଶିକ୍ଷା ଉପନିର୍ଦ୍ଦେଶକମାନଙ୍କୁ ନିଜ ଅଞ୍ଚଳର ସ୍କୁଲ ପରିଦର୍ଶନ କରି ନିର୍ଦ୍ଦେଶର ସଠିକ୍ କାର୍ଯ୍ୟକାରିତା ତଦାରଖ କରିବାକୁ ଦାୟିତ୍ୱ ଦିଆଯାଇଛି।
ସିପିସିବିର ମାନଦଣ୍ଡ ଅନୁଯାୟୀ, ଏକ୍ୟୁଆଇ ୦ରୁ ୫୦ ମଧ୍ୟରେ ରହିଲେ 'ଭଲ', ୫୧ରୁ ୧୦୦ 'ସନ୍ତୋଷଜନକ', ୧୦୧ରୁ ୨୦୦ 'ମଧ୍ୟମ', ୨୦୧ରୁ ୩୦୦ 'ଖରାପ', ୩୦୧ରୁ ୪୦୦ 'ଅତି ଖରାପ' ଏବଂ ୪୦୧ରୁ ୫୦୦ ମଧ୍ୟରେ ରହିଲେ ' ସାଂଘାତିକ' ବୋଲି ବିବେଚନା କରାଯାଏ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
