Dead: ଥାନା ପରିସରରେ ଥିବା କ୍ୱାଟର ଭିତରୁ ଏସ୍‌ଆଇଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର

Nov 07, 2026 - 22:17
Dead: ଥାନା ପରିସରରେ ଥିବା କ୍ୱାଟର ଭିତରୁ ଏସ୍‌ଆଇଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର

ରାୟଗଡ଼ା (ଶିବ ପ୍ରସାଦ ଦୋରା): ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଆମ୍ବଦଳା ଥାନା ଏସ୍‌ଆଇ ଅଶୋକ ପ୍ରଧାନଙ୍କ ମୃତଦେହ ଉଦ୍ଧାର ହୋଇଛି।

ଥାନା ପରିସରରେ ଥିବା କ୍ୱାଟର ଭିତରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି।

ଆଜି ସନ୍ଧ୍ୟାରେ ଥାନାର ଜଣେ କର୍ମଚାରୀ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ସୂଚନା ଦେଇଥିଲେI ପୁଲିସ କବାଟ ଭାଙ୍ଗି ତାଙ୍କୁ ଉଦ୍ଧାରକରି ଆମ୍ବଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ, ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେI Advertisment ଘଟଣାକୁ ନେଇ ଆମ୍ବଦଳାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ମୃତ ଏସ୍‌ଆଇଙ୍କ ଘର ଫୁଲବାଣୀ ଜିଲ୍ଲା ବିଗାପଦର ଗ୍ରାମI ସେ ଆମ୍ବଦଳାରେ ଘର ଭଡା ନେଇ ପରିବାର ସହ ରହୁଥିଲେI ଆଜି ସନ୍ଧ୍ୟାରେ ସେ ଘରୁ ବାହାରି ଥାନାକୁ ଯାଇଥିଲେI ଥାନା ପରିସରରେ ଥିବା କ୍ୱାଟରରେ ସେ କୌଣସି କାରଣରୁ ଆତ୍ମହତ୍ୟା କରିଥିବା କୁହାଯାଉଛିI SIR: ଭୋଟର ତାଲିକାର ଏସ୍‌ଆଇଆର୍‌ ନାମରେ ଲକ୍ଷ ଲକ୍ଷ ଲୋକଙ୍କ ନାଁ କଟାଯାଉଛି: ରାହୁଲ ମୃତ ଏସ୍‌ଆଇ ରହୁଥିବା ଭଡା ଘର ମାଲିକ ସୂଚନା ଦେଇ କହିଛନ୍ତି ତାଙ୍କ ଘରେ ଆମେ କୌଣସି ଝଗଡା ହୋଇଥିବା କେବେ ଦେଖିନୁ କି ଶୁଣିନୁI ପୁଲିସ ଏସଆଇ ଆତ୍ମହତ୍ୟାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛିI ଅଫିସରେ ଚାପ ଯୋଗୁଁ ସେ ଆତ୍ମହତ୍ୟା କରଛନ୍ତି କି ଅନ୍ୟ କାରଣ ଯୋଗୁଁ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇ ପାରିନିI ଘଟଣାସ୍ଥଳରେ ପୁଲିସର ତଦନ୍ତ ଜାରି ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)