Diwali Celebration: ନାଥୁଲା ଯୁଦ୍ଧ ସ୍ମାରକୀରେ ବୀର ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ପ୍ରତିରକ୍ଷା ମନ୍ତ୍ରୀ
ନୂଆଦିଲ୍ଲୀ/ଗ୍ୟାଙ୍ଗଟକ୍: ଦେଶର ଦୁର୍ଗମ ସୀମାନ୍ତରେ ଶତ୍ରୁର ଆଖିରେ ଆଖି ମିଶାଇ ଦେଶମାତୃକାର ସୁରକ୍ଷା କରୁଥିବା ବୀର ଯବାନମାନଙ୍କ ଗହଣରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପାଳନ କରିବେ ଆଲୋକର ପର୍ବ ଦୀପାବଳି।
ଏ ନେଇ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇ ପ୍ରତିରକ୍ଷା ମନ୍ତ୍ରୀ ଶନିବାର ସନ୍ଧ୍ୟାରେ ପଶ୍ଚିମବଙ୍ଗର ବାଗଡୋଗ୍ରା ବିମାନବନ୍ଦର ଏବଂ ସୁକନା ସେନା ଘାଟିରେ ପହଞ୍ଚି ନିୟୋଜିତ ସୈନିକମାନଙ୍କ ସହ ସୌହାର୍ଯ୍ୟପୂର୍ଣ୍ଣ ସାକ୍ଷାତ ଓ ଆଲୋଚନା କରିଛନ୍ତି।
Advertisment ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ରବିବାର ଦୀପାବଳି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ସିକିମର ପୂର୍ବ ସୀମାନ୍ତ ଅଞ୍ଚଳ ଗସ୍ତ କରିବେ।
ସେଠାରେ ସମୁଦ୍ର ପତ୍ତନଠାରୁ ବହୁ ଉଚ୍ଚରେ ଅବସ୍ଥିତ ରଣନୈତିକ ସ୍ଥଳ ଶେରଥାଙ୍ଗ ଯୁଦ୍ଧ ସ୍ମାରକୀରେ ଉପସ୍ଥିତ ହୋଇ ଦେଶର ସାର୍ବଭୌମତ୍ୱ ରକ୍ଷା ପାଇଁ ଆତ୍ମବଳିଦାନ ଦେଇଥିବା ଅମର ବୀର ସପୂତମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାସୁମନ ଅର୍ପଣ କରିବେ।
ଏହି ଗସ୍ତ କାଳରେ ସେ ସୀମାନ୍ତରେ ମୁତୟନ ଅଗ୍ରଣୀ ଯବାନମାନଙ୍କ ସହ ସାକ୍ଷାତ କରି ସେମାନଙ୍କର ମନୋବଳ ବୃଦ୍ଧି କରିବେ।
ଆଲୋକର ପର୍ବ ଦୀପାବଳି ସୂଚନାଯୋଗ୍ୟ ଯେ, ସିକିମର ଗ୍ୟାଙ୍ଗଟକ୍ ଜିଲ୍ଲାସ୍ଥିତ ନାଥୁ ଲା ଦର୍ଯ୍ବ ନିକଟବର୍ତ୍ତୀ ଶେରଥାଙ୍ଗ ଅଞ୍ଚଳ ଭାରତୀୟ ସେନାର ପରାକ୍ରମ ଓ ଶୌର୍ଯ୍ୟର ମୂକସାକ୍ଷୀ।
୧୯୬୭ ମସିହା ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ନାଥୁ ଲା ଏବଂ ଚୋ ଲା ଠାରେ ଚୀନର ପିପୁଲ୍ସ ଲିବରେସନ ଆର୍ମିର ଅନୁପ୍ରବେଶ ଓ ଉତ୍ତେଜନାମୂଳକ କାର୍ଯ୍ୟକଳାପର ଭାରତୀୟ ସେନା ଦୃଢ଼ ପ୍ରତିରୋଧ କରିଥିଲା।
ଲେଫ୍ଟନାଣ୍ଟ ଜେନେରାଲ ସଗତ ସିଂହଙ୍କ ଦୂରଦୃଷ୍ଟିସମ୍ପନ୍ନ ସାମରିକ ନେତୃତ୍ୱରେ ଭାରତୀୟ ସୈନ୍ୟବାହିନୀ ତୋପଖାନା ଓ ରଣନୈତିକ କୌଶଳ ବ୍ୟବହାର କରି ଚୀନ୍ ସେନାକୁ ପରାସ୍ତ କରିବା ସହ ୩ କିଲୋମିଟର ପଛକୁ ହଟାଇବାକୁ ବାଧ୍ୟ କରିଥିଲେ।
ଅଭିଯୋଗକୁ ଖଣ୍ଡନ କଲେ ମନ୍ତ୍ରୀ ଦିଲୀପ ଘୋଷ ୧୯୬୨ ସଂଘର୍ଷ ପରେ ଏହି ସୀମାନ୍ତ ସଂଘର୍ଷରେ ଭାରତୀୟ ସେନା ଚୀନକୁ କଡ଼ା ପ୍ରତ୍ୟୁତ୍ତର ଦେଇ ନିଜର ଆଧିପତ୍ୟ ଓ ରଣନୈତିକ ଶ୍ରେଷ୍ଠତା ପ୍ରମାଣିତ କରିଥିଲା।
ସେହି ଐତିହାସିକ ଯୁଦ୍ଧରେ ୮୮ ଜଣ ଭାରତୀୟ ବୀର ଯବାନ ଶାହାଦତ୍ ବରଣ କରିଥିବା ବେଳେ ଚୀନର ୩୪୦ ରୁ ଊର୍ଦ୍ଧ୍ୱ ସୈନ୍ୟ ନିହତ ହୋଇଥିଲେ।
ସେହି ଶୂରବୀରଙ୍କ ସ୍ମୃତିରେ ନିର୍ମିତ ଯୁଦ୍ଧ ସ୍ମାରକୀରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ଗସ୍ତ ଦେଶର ସୈନ୍ୟବାହିନୀ ପ୍ରତି ସମ୍ମାନ ଓ କୃତଜ୍ଞତାର ଏକ ନିଦର୍ଶନ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
