Sonia Gandhi: କଂଗ୍ରେସ ଓ ଅନ୍ୟମାନଙ୍କ ପାଇଁ ସମାନ ସୁଯୋଗ ନାହିଁ: ବିଜେପିକୁ ଟାର୍ଗେଟ୍ କଲେ ସୋନିଆ ଗାନ୍ଧୀ
ନୂଆଦିଲ୍ଲୀ: ଦେଶର ଗଣତନ୍ତ୍ର, ନିର୍ବାଚନୀ ବ୍ୟବସ୍ଥା ଓ ସାମ୍ବିଧାନିକ ସଂସ୍ଥାଗୁଡ଼ିକର ସ୍ଥିତିକୁ ନେଇ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି କଂଗ୍ରେସର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀ ।
ଗତ ୧୨ ବର୍ଷ ମଧ୍ୟରେ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ଓ ଅନୁଷ୍ଠାନଗୁଡ଼ିକର ବ୍ୟାପକ କ୍ଷତି ହୋଇଥିବା ସେ ଅଭିଯୋଗ କରିଛନ୍ତି।
ଏଥିସହ ନିକଟ ଅତୀତରେ ଦେଶର ଅନେକ ନିର୍ବାଚନରେ ଅନିୟମିତତା ହୋଇଥିବା ଏବଂ ନିର୍ବାଚନ ଚୋରି କରାଯାଇଥିବା ଯଥେଷ୍ଟ ପ୍ରମାଣ ମିଳିଥିବା ସେ ଦାବି କରିଛନ୍ତି।
Advertisment ଏହି ମନ୍ତବ୍ୟକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ରାଜନୈତିକ ବାକ୍ଯୁଦ୍ଧ ତୀବ୍ର ହୋଇଛି।
ସୋନିଆଙ୍କର ମେମୋଏର୍ 'ବିଲଙ୍ଗିଂ: ଏ ଜର୍ଣ୍ଣି ଅଫ୍ ଲଭ୍' ଆସନ୍ତା ୧୦ ନଭେମ୍ବରରେ ବିଶ୍ୱବ୍ୟାପୀ ପ୍ରକାଶ ପାଇବାକୁ ଥିବାବେଳେ ଏହା ପୂର୍ବରୁ 'ଦି ହିନ୍ଦୁ'କୁ ଦେଇଥିବା ସାକ୍ଷାତକାରରେ ସେ ଏହି ସବୁ ପ୍ରସଙ୍ଗ ଉଠାଇଛନ୍ତି।
ସୋନିଆଙ୍କ କହିବା ଅନୁଯାୟୀ, ଗତ ୧୨ ବର୍ଷ ମଧ୍ୟରେ ଦେଶର ଗଣତାନ୍ତ୍ରିକ ଢାଞ୍ଚା, ସାମ୍ବିଧାନିକ ସଂସ୍ଥା ଓ ଜାତୀୟ ବ୍ୟବସ୍ଥାର ଗୁରୁତର କ୍ଷତି ହୋଇଛି।
ସରକାର ପରିବର୍ତ୍ତନ ହେଲେ ମଧ୍ୟ ଏହି ବ୍ୟବସ୍ଥାଗୁଡ଼ିକୁ ପୁନର୍ବାର ସୁସ୍ଥ କରିବା ପାଇଁ ଦୀର୍ଘ ସମୟ ଓ ରାଜନୈତିକ ଦଳଗୁଡ଼ିକର ସମ୍ମିଳିତ ପ୍ରୟାସ ଆବଶ୍ୟକ ହେବ।
ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିବା ସହ ଦେଶର କ୍ଷତିକୁ ସେମାନେ ଏବେ ବୁଝିବା ଆରମ୍ଭ କରିଛନ୍ତି ବୋଲି ସେ କହିଛନ୍ତି।
ନିରାଶାବାଦୀ ନୁହନ୍ତି: ସୋନିଆ ୨୦୨୯ ଲୋକସଭା ନିର୍ବାଚନରେ ବିଜେପି କ୍ଷମତାରୁ ହଟିଲେ ରାଜନୀତି ପୁଣି ନୀତି ଓ କାର୍ଯ୍ୟକ୍ରମକୁ ନେଇ ପ୍ରତିଯୋଗିତାରେ ପରିଣତ ହେବ କି ବୋଲି ପ୍ରଶ୍ନର ଉତ୍ତରରେ ସୋନିଆ କହିଛନ୍ତି, ସେ ନିରାଶାବାଦୀ ନୁହନ୍ତି।
ଦେଶବାସୀ ଉତ୍ତମ ଶାସନ ବ୍ୟବସ୍ଥାକୁ ପୁଣି ଥରେ ସ୍ୱାଗତ କରିବେ ବୋଲି ତାଙ୍କର ବିଶ୍ୱାସ ରହିଛି।
ନିର୍ବାଚନୀ ଅନିୟମିତତାକୁ ନେଇ କଂଗ୍ରେସ ଦୀର୍ଘଦିନ ଧରି ଅଭିଯୋଗ କରିଆସୁଛି।
ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ମଧ୍ୟ ଦଳ ପ୍ରତିବାଦ କରୁଛି।
ଭୋଟର ତାଲିକାର ସ୍ୱତନ୍ତ୍ର ଗଭୀର ସଂଶୋଧନ (ଏସ୍ଆଇଆର୍) ପ୍ରକ୍ରିୟାକୁ ନେଇ କଂଗ୍ରେସର ଆପତ୍ତି ରହିଛି।
ଦଳର ଅଭିଯୋଗ ଏହି ପ୍ରକ୍ରିୟାରେ ଭୋଟରଙ୍କ ଅଧିକାର ଓ ନିର୍ବାଚନର ସ୍ୱଚ୍ଛତା ପ୍ରଭାବିତ ହେଉଛି।
ଶୋଷଣ ହେଉଥିବା ନେଇ ଅଭିଯୋଗ ସୋନିଆଙ୍କ ମତରେ, ବିଜେପି ସରକାର କ୍ଷମତାକୁ ଆସିବା ପରଠାରୁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଗୁଡ଼ିକୁ ସମାନ ସୁଯୋଗ ମିଳୁନାହିଁ।
ନିର୍ବାଚନ ଆୟୋଗ ସମେତ ବିଭିନ୍ନ ସଂସ୍ଥା ଉପରେ ସରକାରଙ୍କ ପ୍ରଭାବ ରହିଥିବା, ମୁଖ୍ୟଧାରାର ଗଣମାଧ୍ୟମକୁ ନିୟନ୍ତ୍ରଣ କରାଯାଉଥିବା, ଅର୍ଥବଳର ବ୍ୟବହାର ଓ ଧର୍ମର ରାଜନୈତିକ ଶୋଷଣ ହେଉଥିବା ସେ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ, ସୋନିଆ ଗାନ୍ଧୀ କହିଛନ୍ତି, କଂଗ୍ରେସ କେବେ ବି ବିଜେପି ଓ ଆର୍ଏସ୍ଏସ୍ ସହିତ ବିଚାରଧାରାଗତ ସାଲିସ୍ କରିନାହିଁ ଓ ଭବିଷ୍ୟତରେ ମଧ୍ୟ କରିବ ନାହିଁ।
ସମାନ ବିଚାରଧାରାର ରାଜନୈତିକ ଦଳଗୁଡ଼ିକ ସହ ମିଶି କଂଗ୍ରେସ କାର୍ଯ୍ୟ କରୁଛି।
ଦଳର ଭବିଷ୍ୟତ ଧୀରେ ଧୀରେ ଉନ୍ନତ ହେଉଥିବା ଏବଂ ଦଳୀୟ କର୍ମୀମାନେ ଦେଶର ପ୍ରତ୍ୟେକ ଗାଁ ଓ ଜିଲ୍ଲାରେ ସାମ୍ବିଧାନିକ ମୂଲ୍ୟବୋଧ ପାଇଁ ଲଢ଼େଇ ଜାରି ରଖିଥିବା ସେ ଦାବି କରିଛନ୍ତି।
ଦୁଷ୍କର୍ମ କରିବା ପରେ ଲୁହାରଡ଼ରେ ମୁଣ୍ଡକୁ ପିଟି ହତ୍ୟା ବିଜେପିର ପାଲଟା ଜବାବ ସୋନିଆଙ୍କ ଅଭିଯୋଗକୁ ନେଇ କେନ୍ଦ୍ର ସରକାରଙ୍କ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ପାଲଟା ପ୍ରଶ୍ନ ଉଠାଇଛନ୍ତି।
୧୯୭୫ ମସିହାର ଜରୁରୀକାଳୀନ ପରିସ୍ଥିତିକୁ ମନେ ପକାଇ ସେ କହିଛନ୍ତି, ସେହି ସମୟରେ ଗଣତନ୍ତ୍ରର କଣ୍ଠରୋଧ କରାଯାଇଥିଲା।
ବିଭିନ୍ନ ଦଳର ନେତାମାନଙ୍କୁ କାରାଗାରରେ ରଖାଯିବା ସହ ସାମ୍ବାଦିକମାନଙ୍କ ସ୍ୱରକୁ ଦମନ କରାଯାଇଥିଲା।
ଏହାକୁ କଂଗ୍ରେସ ଭୁଲିଯିବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି।
କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ମଧ୍ୟ କଂଗ୍ରେସକୁ ସମାଲୋଚନା କରିଛନ୍ତି।
ନଅଟି ରାଜ୍ୟରେ କଂଗ୍ରେସ ଦୀର୍ଘ ୪୦ ବର୍ଷ ଧରି କ୍ଷମତାରେ ନଥିବା କଥା ଉଠାଇବା ସହ ଜରୁରୀକାଳୀନ ପରିସ୍ଥିତିର ଉଦାହରଣ ଦେଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
