Girl Murder: ବୁଲନ୍ଦସର୍‌ରେ ଜଘନ୍ୟକାଣ୍ଡ: ୮ ବର୍ଷର ଝିଅକୁ ଗୁପ୍‌ଚୁପ୍‌ ଦେବା ଲୋଭ ଦେଖାଇ ଦୁଷ୍କର୍ମ ପରେ ହତ୍ୟା

Nov 07, 2026 - 15:57
Girl Murder: ବୁଲନ୍ଦସର୍‌ରେ ଜଘନ୍ୟକାଣ୍ଡ: ୮ ବର୍ଷର ଝିଅକୁ ଗୁପ୍‌ଚୁପ୍‌ ଦେବା ଲୋଭ ଦେଖାଇ ଦୁଷ୍କର୍ମ ପରେ ହତ୍ୟା

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବୁଲନ୍ଦସର୍‌ରେ ଜଣେ ଦୁବୃର୍ତ୍ତ ଗୁପ୍‌ଚୁପ୍‌ ଦେବାକୁ ଲୋଭ ଦେଖାଇ ଜଣେ ୮ ବର୍ଷର ଝିଅକୁ ଘରୁ ବାହାରକୁ ନେବା ପରେ ତା'ସହିତ ଦୁଷ୍କର୍ମ କରିବା ଓ ପରେ ଲୁହାରଡ଼ରେ ମୁଣ୍ଡକୁ ପିଟି ହତ୍ୟା କରିବା ପରି ଜଘନ୍ୟ ଘଟଣା ଘଟିଛି।

ଶୁକ୍ରବାର ଝିଅଟିର ପଡ଼ୋଶୀ ଘର ଲୋକ ତାକୁ ଘରଠାରୁ ୫୦୦ ମିଟର ଦୂର ଏକ ନିଛାଟିଆ ସ୍ଥାନକୁ ନେଇଯାଇଥିଲା।

ସେଠାରେ ଶିଶୁଟି ସହିତ ଅତି ବର୍ବରତା ସହିତ ଦୁଷ୍କର୍ମ କରିବା ସହିତ ତାକୁ ଲୁହାରଡ଼ରେ ପିଟି ହତ୍ୟା କରିବା ପରେ ଫେରାର୍‌ ହୋଇଯାଇଛି।

Advertisment ହତ୍ୟା କରିବା ପରେ ଫେରାର୍‌ ଶୁକ୍ରବାର ଅପରାହ୍ଣରେ ଶିଶୁଟି ନିଖୋଜ ହେବା ପରେ ପରିବାର ଲୋକ ତାକୁ ଖୋଜାଖୋଜି କରି ପାଇନଥିଲେ।

ପରେ ସେମାନେ ପୁଲିସରେ ଅଭିଯୋଗ କରିଥିଲେ।

ପୁଲିସ ତୁରନ୍ତ ତଲାସି ଆରମ୍ଭ କରିଥିଲା ଓ ରାତି ୨ଟାରେ ଶିଶୁଟିର ମୃତଦେହ ପାଇଥିଲା।

ମୁଣ୍ଡରେ ଆଘାତ ଥିବା ଦେଖିବାକୁ ମିଳିଥିଲା।

ଅତିରିକ୍ତ ପୁଲିସ ଅଧୀକ୍ଷକ (ଏଏସ୍ ପି) ଅଭିଷେକ ପ୍ରତାପ ଅଜୟ କହିଛନ୍ତି ଯେ, ଅଭିଯୋଗ ଆଧାରରେ ସିକନ୍ଦରାବାଦ ଥାନାରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ର ଧାରା ୧୦୩(୧) (ହତ୍ୟା) ଏବଂ ୨୩୮ (ପ୍ରମାଣ ନଷ୍ଟ କରାଯିବା) ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି।

କଣ୍ଟାମାଳ ବିଡିଓ ନିଲମ୍ବିତ ଅଭିଯୁକ୍ତ ରବି କଶ୍ୟପ ଝିଅଟିର ବାପା କାମ କରୁଥିବା ଫ୍ୟାକ୍ଟ୍ରିରେ କାମ କରୁଥିଲା।

ଉଭୟ ପରିବାର ଗୋଟି କୋଠାରେ ଭଡ଼ା ଘରେ ରହୁଥିଲେ।

ଏଏସ୍‌ପିଙ୍କ ଅନୁଯାୟୀ, ଅଭିଯୁକ୍ତ କନୌଜ ଜିଲ୍ଲାର ଛିବ୍ରାମୌ ଥାନା ଅନ୍ତର୍ଗତ ତାରିଆନ ଗାଁର ମୂଳ ବାସିନ୍ଦା।

ପୁଲିସ ଘଟଣା ସମ୍ପର୍କରେ ତାଙ୍କ ସ୍ତ୍ରୀଙ୍କୁ ପଚରାଉଚରା କରୁଛି ଓ ତାଙ୍କୁ ଗିରଫ କରିବା ପାଇଁ ସନ୍ଦିଗ୍ଧ ସ୍ଥାନରେ ଚଢ଼ାଉ କରୁଛି।

ପୁଲିସ ଘଟଣାର ଅଧିକ ତଦନ୍ତ କରୁଥିବାବେ‌ଳେ ଅଭିଯୁକ୍ତକୁ ଧରିବାକୁ ପୁଲିସ ଦଳ ଗଠନ କରାଯାଇଛି।

ପୀଡିତାଙ୍କ ପରିବାର ବଦାୟୁଁ ଜିଲ୍ଲାର ବାସିନ୍ଦା, ଶେଷକୃତ୍ୟ ପାଇଁ ଶବ ବ୍ୟବଚ୍ଛେଦ ପରୀକ୍ଷା ପରେ ମୃତଦେହକୁ ଜନ୍ମସ୍ଥାନକୁ ନେଇଯାଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)