'Dhurandhar': ହିଟ୍ ଯୋଡ଼ି ଭୂଷଣ କୁମାର-ଅଜୟ ଦେବଗନ ତିଆରି କରିବେ ‘ଧୁରନ୍ଧର’ ଷ୍ଟାଇଲ୍ର ଫିଲ୍ମ
ମୁମ୍ବାଇ: ବଲିଉଡ ସୁପରଷ୍ଟାର୍ ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମଗୁଡ଼ିକ ଗୋଟିକ ପରେ ଗୋଟିଏ ହିଟ୍ ହେଉଛି।
ଏହି କାରଣରୁ ତାଙ୍କୁ ନେଇ ସିନେମା ତିଆରି କରିବାକୁ ପ୍ରଯୋଜକମାନେ ଯଥେଷ୍ଟ ଆଗ୍ରହ ଦେଖାଉଛନ୍ତି।
ଏବେ ଜଣାଶୁଣା ପ୍ରଯୋଜକ ଭୂଷଣ କୁମାର ଅଜୟ ଦେବଗନଙ୍କୁ ନେଇ ପୁଣି ଏକ ହିନ୍ଦୀ ସିନେମା ନିର୍ମାଣ କରିବାକୁ ଯାଉଥିବାର ସୂଚନା ମିଳିଛି।
ଅତୀତରେ ଭୂଷଣ କୁମାର ଅଜୟ ଦେବଗନ ଯୋଡ଼ି 'ତାନାଜୀ: ଦ ଅନସଙ୍ଗ ୱାରିୟର୍', 'ରେଡ୍ ୨', 'ଦୃଶ୍ୟମ୍ ୨', 'ଧମାଲ୍ ୪' ଏବଂ 'ଦେ ଦେ ପ୍ୟାର୍ ଦେ' ଭଳି ସଫଳ ଚଳଚ୍ଚିତ୍ରରେ ଭେଟି ଦେଇଛନ୍ତି।
ଏହି ନୂଆ ସିନେମା ନେଇ ଉଭୟଙ୍କ ଭିତରେ ଆଲୋଚନା ଚାଲିଛି।
Advertisment ୨୦୨୮ରେ ମୁକ୍ତିଲାଭ କରିବ ଆହୁରି ମଧ୍ୟ ଜଣାଯାଇଛି ଯେ ଖବର ଅନୁଯାୟୀ, ୨୦୨୭ ମସିହାରେ ଅଜୟ ଦେବଗନ୍ ପୁଣିଥରେ ଭୂଷଣ କୁମାରଙ୍କ ସହ କାମ କରିବାକୁ ପ୍ରସ୍ତୁତ ଅଛନ୍ତି।
ଏହି ସିନେମା ୨୦୦୭ରେ ଫ୍ଲୋରକୁ ଯିବ ଏବଂ ତାହା ୨୦୨୮ରେ ମୁକ୍ତିଲାଭ କରିବ।
ତେବେ ଶୁଣିବାକୁ ମିଳୁଛି, ଏହା ଧୁରନ୍ଧର ଷ୍ଟାଇଲ୍ର ଫିଲ୍ମ ହେବ।
ଏହାର ନିର୍ଦ୍ଦେଶକ ଓ ଅନ୍ୟାନ୍ୟ କାଷ୍ଟ ଚୟନ ଚାଲିଛି।ତେବେ ଏହାର କେବଳ ସୂଚନା ଉପରେ ଆଧାରିତ ଖବର।
କିନ୍ତୁ ଏଯାଏ ଏସଂପର୍କରେ ପ୍ରଯୋଜକ ଭୂଷଣ କୁମାର ବିଧିବଦ୍ଧ ଭାବେ ସୂଚନା ଦେଇନାହାନ୍ତି।
Sonu Nigam: ମଝି ଆକାଶରେ ବିମାନ ଭିତରେ ଛିଡ଼ା ହୋଇ ପ୍ରଶଂସକଙ୍କ ପାଇଁ ଗୀତ ଗାଇଲେ ସୋନୁ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
