Dhruv Rathee Faces Arrest: ଧ୍ରୁବ ରାଠୀଙ୍କ ପାଇଁ ବଢ଼ିଲା ଅଡ଼ୁଆ, ଏହି ମାମଲାରେ ଜାରି ହେଲା ଗିରଫ ୱାରେଣ୍ଟ
ଲୋକପ୍ରିୟ ୟୁଟ୍ୟୁବର ଧ୍ରୁବ ରାଠୀଙ୍କ ପାଇଁ ବଢ଼ିଲା ଆଇନଗତ ଅଡ଼ୁଆ !
୨୦୧୮ ମସିହାର ଏକ ମାନହାନି ମାମଲାରେ ଦିଲ୍ଲୀର ସାକେତ କୋର୍ଟ ତାଙ୍କ ବିରୋଧରେ ଜାରି କରିଛନ୍ତି ନନ୍-ବେଲେବଲ୍ ୱାରେଣ୍ଟ(NBW)।
ଅର୍ଥାତ୍ ଏହି ମାମଲାରେ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରାଇବାର ରାସ୍ତା ଖୋଲିଛି।
Advertisment 'ଆଇ ସପୋର୍ଟ ନରେନ୍ଦ୍ର ମୋଦି' ଫେସ୍ବୁକ୍ ପେଜ୍ର ପ୍ରତିଷ୍ଠାତା ବିକାଶ ପାଣ୍ଡେ ଏହି ମାମଲା ରୁଜୁ କରିଥିଲେ।
'BJP IT Cell Part II' ନାମକ ଭିଡିଓରେ ଧ୍ରୁବ ରାଠୀ ତାଙ୍କ ବିରୋଧରେ ମିଥ୍ୟା ଓ ମାନହାନିକର ଅଭିଯୋଗ କରିଥିବା ବିକାଶ ଦାବି କରିଛନ୍ତି।
ଏହାଦ୍ୱାରା ତାଙ୍କ ସମ୍ମାନ କ୍ଷୁଣ୍ଣ ହୋଇଥିବା ଅଭିଯୋଗ ରହିଛି।
ପୂର୍ବରୁ କୋର୍ଟ ଧ୍ରୁବଙ୍କୁ ସମନ୍ ଜାରି କରିବା ସହ ଦୁଇଥର ଜାମିନଯୋଗ୍ୟ ୱାରେଣ୍ଟ ମଧ୍ୟ ଜାରି କରିଥିଲେ।
କିନ୍ତୁ ତାଙ୍କୁ କୋର୍ଟରେ ହାଜର କରାଇବାରେ ସମସ୍ୟା ହେବାରୁ ଏବେ କଡ଼ା ପଦକ୍ଷେପ ନେଇଛନ୍ତି ଅଦାଲତ।
ବର୍ତ୍ତମାନ ଜର୍ମାନୀରେ ଥିବା ଧ୍ରୁବ ଗତ ଅକ୍ଟୋବରରେ ଭାରତ ଆସିଥିଲେ।
ସେତେବେଳେ CJPର ଏକ ଆନ୍ଦୋଳନରେ ଯୋଗଦେବାକୁ ଆସିଥିବା ବେଳେ ଦିଲ୍ଲୀ ପୁଲିସ ତାଙ୍କୁ ଅଟକ ରଖିଥିଲା।
ପରେ ଅକ୍ଟୋବର ୧୧ ତାରିଖ ଭୋର ପ୍ରାୟ ୩ଟାରେ ସେ ମୁକ୍ତ ହୋଇଥିଲେ।
ତେବେ ଏହି ମାମଲାରେ ଆସନ୍ତା ଡିସେମ୍ବର ୩, ୨୦୨୬ରେ ପରବର୍ତ୍ତୀ ଶୁଣାଣି ହେବ।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
