Dhabaleswar Temple Closed: ଭକ୍ତଙ୍କ ସୁରକ୍ଷା ପାଇଁ ପ୍ରଶାସନର କଡ଼ା ପଦକ୍ଷେପ: ଆସନ୍ତାକାଲି ବନ୍ଦ ରହିବ ଧବଳେଶ୍ୱର ପୀଠ
ସମ୍ଭାବ୍ୟ ବାତ୍ୟା 'ଅକୱାନ୍'କୁ ଦୃଷ୍ଟିରେ ରଖି ଆସନ୍ତାକାଲି ବନ୍ଦ ରହିବ ପ୍ରସିଦ୍ଧ ଧବଳେଶ୍ୱର ପୀଠ।
କାଲି ପଞ୍ଚକ ବ୍ରତର ପ୍ରଥମ ଦିନ ଥିବାରୁ ଧବଳଶ୍ବର ପୀଠରେ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହେବ।
Advertisment IMD ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବାରୁ ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ଆଠଗଡ଼ ପ୍ରଶାସନ ଏହି ନିଷ୍ପତ୍ତି ନେଇଛନ୍ତି।
ଏହି ଦିନ ମନ୍ଦିରରେ କେବଳ ସେବାୟତଙ୍କ ଦ୍ୱାରା ନୀତିକାନ୍ତି ହେବ।
ଝୁଲାପୋଲ, ଆରସିସି ପୋଲ ଓ ମହାନଦୀରେ ଡଙ୍ଗା ଚଳାଚଳ ବନ୍ଦ ରହିବ।
ତେଣୁ ଶ୍ରଦ୍ଧାଳୁମାନଙ୍କୁ ୨୦ ତାରିଖରେ ଧବଳେଶ୍ୱର ପୀଠକୁ ନଯିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
