Coffee: ଋତୁସ୍ରାବ ସମୟରେ କଫି ପିଇବା ଉଚିତ କି?
ଋତୁସ୍ରାବ ବା ପିରିୟଡ୍ ସମୟରେ ପେଟ ଯନ୍ତ୍ରଣା, ମୁଣ୍ଡବିନ୍ଧା ଓ ଚିଡ଼ଚିଡ଼ାପଣ ପ୍ରାୟ ମହିଳାଙ୍କ ପାଇଁ ଏକ ବଡ଼ ସମସ୍ୟା।
ଏହି ସମୟରେ ଯନ୍ତ୍ରଣା କମାଇବା ପାଇଁ ଆମେ ଖାଦ୍ୟପେୟରେ ଅନେକ ପରିବର୍ତ୍ତନ କରିଥାଉ।
ତେବେ ଅନେକଙ୍କ ମନରେ ଏକ ସାଧାରଣ ପ୍ରଶ୍ନ ଥାଏ ଯେ, ପିରିୟଡ୍ ସମୟରେ କଫି ପିଇବା ଦ୍ୱାରା ପେଟ ଯନ୍ତ୍ରଣା କିମ୍ବା ରକ୍ତସ୍ରାବ ବଢ଼ିଯାଏ କି?
ଡାକ୍ତରଙ୍କ ମତରେ, ଋତୁସ୍ରାବ ସମୟରେ କଫି ସମସ୍ତଙ୍କ ପାଇଁ କ୍ଷତିକାରକ ନୁହେଁ, ଏହା ସମ୍ପୂର୍ଣ୍ଣ ଭାବେ ଆପଣଙ୍କ ଶରୀର କ୍ୟାଫିନ୍ ପ୍ରତି କିପରି ପ୍ରତିକ୍ରିୟା କରୁଛି, ତାହା ଉପରେ ନିର୍ଭର କରେ।
ପିରିୟଡ୍ ଯନ୍ତ୍ରଣା ମୁଖ୍ୟତଃ 'ପ୍ରୋଷ୍ଟାଗ୍ଲାଣ୍ଡିନ୍ସ' ନାମକ ହରମୋନ୍ ଭଳି ରାସାୟନିକ ପଦାର୍ଥ ଯୋଗୁଁ ହୋଇଥାଏ, ଯାହା ଗର୍ଭାଶୟକୁ ସଙ୍କୁଚିତ କରେ।
Advertisment Life-Mantra: ଜୀବନ-ମନ୍ତ୍ର: ତୁଳସୀ ପୂଜନର କଥା ଓ ଗାଥା ସୀମିତ ପରିମାଣରେ କଫି ପିଇଲେ ସମସ୍ତଙ୍କର ଯନ୍ତ୍ରଣା ବଢ଼େ ବୋଲି କୌଣସି ଠୋସ୍ ପ୍ରମାଣ ନାହିଁ।
ତେବେ କ୍ୟାଫିନ୍ ରକ୍ତବାହୀ ନଳୀକୁ ସଙ୍କୁଚିତ କରୁଥିବାରୁ କିଛି ମହିଳାଙ୍କ କ୍ଷେତ୍ରରେ ଯନ୍ତ୍ରଣା ଟିକେ ଅଧିକ ଅନୁଭୂତ ହୋଇପାରେ।
ଯଦି ଆପଣ କଫି ପିଇବା ପରେ ଯନ୍ତ୍ରଣା ବଢ଼ୁଥିବା ଅନୁଭବ କରୁଛନ୍ତି, ତେବେ ଏହି ଦିନଗୁଡ଼ିକରେ କଫି କମ୍ କରନ୍ତୁ।
ଚା', କଫି ପିଇବା ଦ୍ୱାରା ରକ୍ତସ୍ରାବ ବଢ଼ିବାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ।
ରକ୍ତସ୍ରାବର ପରିମାଣ ଆପଣଙ୍କ ହରମୋନ୍ ସ୍ତର ଓ ଗର୍ଭାଶୟର ସ୍ୱାସ୍ଥ୍ୟ ଉପରେ ନିର୍ଭର କରେ।
ଯଦି ଅତ୍ୟଧିକ ରକ୍ତସ୍ରାବ ସହିତ ମୁଣ୍ଡ ବୁଲାଉଛି କିମ୍ବା ଦୁର୍ବଳ ଲାଗୁଛି, ତେବେ କଫିକୁ ଦୋଷ ନ ଦେଇ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
ପିରିୟଡ୍ ସମୟରେ ଥକାପଣ, ମୁଣ୍ଡବିନ୍ଧା ଓ ନିଦ ନ ହେବା ଏକ ସାଧାରଣ ଲକ୍ଷଣ।
ଏହି ସମୟରେ ଅଧିକ କଫି ପିଇଲେ କ୍ୟାଫିନ୍ ଯୋଗୁଁ ହୃଦ୍ସ୍ପନ୍ଦନ ବଢ଼ିବା, ଅସ୍ଥିର ଲାଗିବା ଓ ନିଦ ନ ହେବା ଭଳି ସମସ୍ୟା ଦେଖାଦେଇପାରେ, ଯାହା ଆପଣଙ୍କ ଅସୁବିଧାକୁ ଦ୍ୱିଗୁଣିତ କରିପାରେ।
Long Live Life: ଜୀବନ ଜିନ୍ଦାବାଦ୍: ପାରା ଓସ୍ତାତ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
