Devanshu Panda: ଭୋଟରଙ୍କ ମନରୁ ଭୟ ଦୂର କରିବାରେ ସକ୍ଷମ ହେବାରୁ ନିର୍ବାଚନ ଜିତି ପାରିଲୁ : ଦେବାଂଶୁ ପଣ୍ଡା

Jun 14, 2026 - 08:39
Devanshu Panda: ଭୋଟରଙ୍କ ମନରୁ ଭୟ ଦୂର କରିବାରେ ସକ୍ଷମ ହେବାରୁ ନିର୍ବାଚନ ଜିତି ପାରିଲୁ : ଦେବାଂଶୁ ପଣ୍ଡା

"ପଶ୍ଚିମବଙ୍ଗ ବିଧାନସଭାନିର୍ବାଚନରେ ବହୁଚର୍ଚ୍ଚିତ ଫାଲଟା ଆସନରୁ ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡା ଲକ୍ଷାଧିକ ଭୋଟ୍‌ରେ ବିଜୟୀ ହୋଇ ନୂଆ ଇତିହାସ ସୃଷ୍ଟି କରିଛନ୍ତି।

ବିଜେପି ପ୍ରାର୍ଥୀ ଭାବେ ସେ ୭୨.୨ ପ୍ରତିଶତ ଭୋଟ୍‌ ପାଇ ବିଜୟ ହାସଲ କରିଛନ୍ତି।

ତାଙ୍କ ବିପକ୍ଷରେ ନିର୍ବାଚନ ଲଢୁଥିବା ତୃଣମୂଳ କଂଗ୍ରେସ ପ୍ରାର୍ଥୀ ଜାହାଙ୍ଗୀର ଖାନ୍‌ ପ୍ରଚାର କରିବାକୁ ନ ଆସିବା ଏବଂ ନିର୍ବାଚନରୁ ଓହରିଯିବା ପ୍ରସଙ୍ଗକୁ ନେଇ ଫାଲଟା ନିର୍ବାଚନ ମଣ୍ଡଳୀ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କରିଥିଲା।

ନିର୍ବାଚନରେ ବିଜୟ ହାସଲ କରିବା ପରେ ଦେବାଂଶୁ ପଣ୍ଡା ସମଗ୍ର ପଶ୍ଚିମବଙ୍ଗରେ ଚର୍ଚ୍ଚାର ପରିସରକୁ ଆସିଥିଲେ।

ତେବେ ଦେବାଂଶୁ ହେଉଛନ୍ତି ମୂଳତଃ ଓଡ଼ିଆ।

ତାଙ୍କର ପୂର୍ବଜମାନେ ପୁରୀର ବାସିନ୍ଦା ଏବଂ ପରବର୍ତ୍ତୀ ସମୟରେ ପଶ୍ଚିମବଙ୍ଗରେ ସ୍ଥାୟୀ ଭାବେ ବସବାସ କରିଥିଲେ।

ହେଲେ ଆଜି ବି ନିଜକୁ ଜଣେ ଓଡ଼ିଆ ଭାବି ସେ ଖୁସି ହୁଅନ୍ତି।

ଦୀଘା ଜଗନ୍ନାଥ ମନ୍ଦିରର ବିବାଦୀୟ ନାମକରଣ ଓ "ଧାମ" ଶବ୍ଦର ପ୍ରତ୍ୟାହାର, ଓଡ଼ିଆ ଭାବାବେଗ ଏବଂ ପଶ୍ଚିମବଙ୍ଗରେ ବିଜେପିର ନିର୍ବାଚନୀ ଆହ୍ବାନ ତଥା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିତାଡ଼ନ ପ୍ରସଙ୍ଗ ଉପରେ ବିଧାୟକ ଦେବାଂଶୁ ପଣ୍ଡାଙ୍କ ସହିତ "ରବିବାର ସମ୍ବାଦ" ପକ୍ଷରୁ ଆଲୋଚନା କରିଛନ୍ତି ବରିଷ୍ଠ ପ୍ରତିନିଧି ବିଭୂତି ପତିAdvertisment Dharmendra Pradhan: ପ୍ରଧାନମନ୍ତ୍ରୀଙ୍କ ୧୨ ବର୍ଷର ଯାତ୍ରା ସେବା, ସୁଶାସନ ଓ ଗରିବ କଲ୍ୟାଣର ସଫଳ ନିଦର୍ଶନ ଆପଣଙ୍କର ପୂର୍ବପୁରୁଷ ଓଡ଼ିଶାରୁ ଆସି ଏଠାରେ ବସବାସ କରିବା ପରେ ଆପଣମାନେ ପଶ୍ଚିମବଙ୍ଗର ସ୍ଥାୟୀ ବାସିନ୍ଦା ପାଲଟିଛନ୍ତି।

ଆପଣଙ୍କ ପରପିଢ଼ି ହୁଏତ ଆଉ ଓଡ଼ିଆ କହିବା ଶୁଣିବାକୁ ମିଳିବନି।

ଆଜି ଓଡ଼ିଶାକୁ ନେଇ ଆପଣଙ୍କ ମନରେ କି ଭାବନା ରହିଛି?ଏସବୁ କଥା ଭାବନାକୁ ଆସିଲେ ମନରେ ଓଡ଼ିଶାକୁ ନେଇ ଆବେଗ ସୃଷ୍ଟିହୁଏ।

ଆମର ପୂର୍ବଜମାନେ ପୁରୀରୁ ଆସି ଏଠାରେ ସ୍ଥାୟୀ ଭାବରେ ବସବାସ କରିଥିଲେ।

ଆମ ଭଳି ବହୁ ଓଡ଼ିଆ ପରିବାର ଆଜି ପଶ୍ଚିମବଙ୍ଗର ସ୍ଥାୟୀ ବାସିନ୍ଦା ପାଲଟିଛନ୍ତି।

ପଶ୍ଚିମବଙ୍ଗକୁ ନେଇ ଆଜି ଆମ ମନରେ ଯେତିକି ଗର୍ବ ଓ ସମ୍ମାନ ରହିଛି ଓଡ଼ିଶାକୁ ନେଇ ସେତିକି ଶ୍ରଦ୍ଧା ଓ ଭକ୍ତି ରହିଛି।

ବର୍ତ୍ତମାନ ଆମ ପରିବାରର ସଂସ୍କୃତି, ପରମ୍ପରା,ଚଳଣି ଓ ରୀତିନୀତିରେ ବଙ୍ଗଳା ଛାପ ସ୍ପଷ୍ଟରୂପେ ପ୍ରତୀୟମାନ।

ଆଗାମୀ ପିଢ଼ି ଭିତରେ ଆମର ଓଡ଼ିଆ ପରିଚୟ ପ୍ରାୟତଃ ହଜିଯିବାକୁ ବସିଲାଣି।

ପଶ୍ଚିମବଙ୍ଗ ଓ ଓଡ଼ିଶା ମଧ୍ୟରେ ସଂପର୍କ ମଧ୍ୟ ଅତ୍ୟନ୍ତ ଘନିଷ୍ଠ।

ତେବେ ମମତା ବାନାର୍ଜୀଙ୍କ ଭଳି କେତେକ ରାଜନୈତିକ ନେତା ଏହି ସଂପର୍କକୁ ଖରାପ କରିବାକୁ ପ୍ରୟାସ କରିଥାନ୍ତି।

ପଶ୍ଚିମବଙ୍ଗର ଜନସାଧାରଣ କିନ୍ତୁ ଓଡ଼ିଶାକୁ ଅତିମାତ୍ରାରେ ଭଲପାଆନ୍ତି।

ବର୍ତ୍ତମାନର ଟ୍ରିପଲ୍ ଇଞ୍ଜିନ୍‌ ସରକାର ସମୟରେ ଓଡ଼ିଶା-ପଶ୍ଚିମବଙ୍ଗ ସଂପର୍କ ଆହୁରି ଅଧିକ ସୁଦୃଢ଼ ହେବ।

ମମତା ସରକାର ଉପୁଜାଇଥିବା ବିବାଦ ଓ ବିଭେଦକୁ ଶୁଭେନ୍ଦୁ ଓ ମୋହନଙ୍କ ସରକାର ଦୂର କରି ଉଭୟ ରାଜ୍ୟ ମଧ୍ୟରେ ସହଯୋଗର ନୂଆ ଉଦାହରଣ ସୃଷ୍ଟି କରିବେ।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଚିଠି ଲେଖିବା ପରେ ଦୀଘା ଜଗନ୍ନାଥ ମନ୍ଦିର ନାମରୁ "ଧାମ" ଶବ୍ଦ ହଟାଇ ଦିଆଯାଇଛି।

ମମତା ବାନାର୍ଜୀ ଦୀଘା ମନ୍ଦିରକୁ ଜଗନ୍ନାଥ ଧାମ ଭାବରେ ନାମିତ କରିବା ନେଇ ଆପଣଙ୍କର ମତ କ"ଣ?ମମତା ବାନାର୍ଜୀ ଦୀଘା ଜଗନ୍ନାଥ ମନ୍ଦିରକୁ "ଧାମ" ଭାବରେ ନାମିତ କରି ଏକ ଅକ୍ଷମଣୀୟ ଭୁଲ୍‌ କରିଥିଲେ।

ଏଥିପାଇଁ ସେ କୌଣସି ପରିସ୍ଥିତିରେ କ୍ଷମାର ପାତ୍ରୀ ନୁହନ୍ତି।

ଏଭଳି କାର୍ଯ୍ୟ ଯୋଗୁଁ ପଶ୍ଚିମବଙ୍ଗ ଜନସାଧାରଣ ତାଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି।

ଓଡ଼ିଶା ଓ ପଶ୍ଚିମବଙ୍ଗର ଜନସାଧାରଣଙ୍କ ମଧ୍ୟରେ ରହିଥିବା ଆନ୍ତରିକତା ଓ ଭାଇଚାରାକୁ ସେ ଭାଙ୍ଗିବାର ପ୍ରୟାସ କରିଥିଲେ।

ଏହା ପଶ୍ଚିମବଙ୍ଗର ଜଗନ୍ନାଥ ଭକ୍ତଙ୍କୁ ଆଘାତ ଦେଇଥିଲା।

ବିଶ୍ବ‌େର ଜଗନ୍ନାଥ ଧାମ କହିଲେ କେବଳ ପୁରୀକୁ ବୁଝାଯାଏ।

ତେଣୁ ଧାମ ନାମକରଣ ଅତ୍ୟନ୍ତ ନିନ୍ଦନୀୟ କାର୍ଯ୍ୟ।

ଏହାକୁ କୌଣସି ଜଗନ୍ନାଥପ୍ରେମୀ ମଧ୍ୟ ଗ୍ରହଣ କରିନାହାନ୍ତି।

ଆମର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଦୀଘା ଜଗନ୍ନାଥ ମନ୍ଦିରରୁ ବିବାଦୀୟ "ଧାମ" ଶବ୍ଦକୁ ହଟାଇ ଏହାର ପରିସରକୁ ଶ୍ରୀଶ୍ରୀଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର ଏବଂ ଏହା ମଧ୍ୟରେ ଥିବା ମନ୍ଦିରକୁ ଶ୍ରୀଶ୍ରୀ ଜଗନ୍ନାଥ ଦେବ ମନ୍ଦିର ଭାବରେ ପୁନଃନାମକରଣ କରିଛନ୍ତି।

ଏହି ପଦକ୍ଷେପ ପଶ୍ଚିମବଙ୍ଗ ଓ ଓଡ଼ିଶାର ସମ୍ପର୍କକୁ ସୁଦୃଢ କରିବା।

ଆପଣମାନେ ଜାଣିଛନ୍ତି ଏବଂ ଗଣମାଧ୍ୟମ ଜରିଆରେ ମଧ୍ୟ ଦେଖିପାରୁଛନ୍ତି ଯେ ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ ହେବା ଏବଂ ମୁଖ୍ୟମନ୍ତ୍ରୀ ଭାବେ ଶୁଭେନ୍ଦୁ ଅଧିକାରୀ ଦାୟିତ୍ବ ଗ୍ରହଣ କରିବା ପରେ ହଜାର ହଜାର ବାଂଲାଦେଶୀ ଅନୁପ୍ରବେଶକାରୀ ନିଜ ଆଡ଼ୁ ସ୍ବଦେଶ ଫେରିବା ଆରମ୍ଭ କରିଛନ୍ତି।

ବିଜେପି ଯେଉଁଦିନ ନିର୍ବାଚନରେ ବିଜୟ ହାସଲ କଲା ଏହି ପ୍ରକ୍ରିୟା ସେହି ଦିନଠାରୁ ଆରମ୍ଭ ହୋଇଯାଇଛି।

ବର୍ତ୍ତମାନ ମଧ୍ୟ ବାଂଲାଦେଶୀ ଅନୁପ୍ରବେଶକାରୀମାନେ ପଶ୍ଚିମବଙ୍ଗ ଛାଡୁଛନ୍ତି।

ଯେଉଁମାନେ ନିଜ ତରଫରୁ ପଶ୍ଚିମବଙ୍ଗ ଛାଡ଼ିନାହାନ୍ତି ସେମାନଙ୍କୁ ସିଧାସଳଖ ରାଜ୍ୟ ଛାଡ଼ି ଚାଲିଯିବା ପାଇଁ ଦୃଢ଼ ନିର୍ଦ୍ଦେଶ ଦିଆଯାଇଛି।

Lightning dead: ଭଦ୍ରକରେ ବଜ୍ରପାତ, ୨୫ ବର୍ଷରେ ୧୪୪ ମୃତ ପଶ୍ଚିମବଙ୍ଗରୁ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ହଟାଇବାରେ ଆପଣଙ୍କ ସରକାର କେତେଦିନ ମଧ୍ୟରେ ସଫଳ ହେବେ?

ନିର୍ବାଚନରେ ବିଜେପି ପଶ୍ଚିମବଙ୍ଗ ଜନସାଧାରଣଙ୍କୁ ଦେଇଥିବା  ପ୍ରତିଶ୍ରୁତି ପୂରଣ କରିବାରେ କେତେ ସକ୍ଷମ ହେବ ବୋଲି ଆପଣ ଭାବୁଛନ୍ତି?ତୃଣମୂଳ କଂଗ୍ରେସ ଓ ମମତା ବାନାର୍ଜୀଙ୍କ ପ୍ରତ୍ୟକ୍ଷ ଛତ୍ରଛାୟାରେ ବର୍ଷ ବର୍ଷ ଧରି ବାଂଲାଦେଶୀ ଅନୁପ୍ରବେଶକାରୀମାନେ ଅବୈଧ ଭାବରେ ପଶ୍ଚିମବଙ୍ଗରେ କାୟା ବିସ୍ତାର କରିଆସୁଥିଲେ।

ସେହି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ମମତା ସରକାର ଆଧାର ଓ ଭୋଟର୍‌ କାର୍ଡ ଭଳି ପରିଚୟ ପତ୍ର ଅନୈତିକ ଉପାୟରେ ପ୍ରଦାନ କରିଛନ୍ତି।

ସେମାନେ ମମତାଙ୍କ ଶାସନ କାଳରେ ବିନା ବାଧାରେ ସମସ୍ତ ପ୍ରକାର ସରକାରୀ ସୁବିଧା ପାଇ ଆସୁଥିଲେ।

ସେଥିପାଇଁ ସେମାନଙ୍କୁ ଚିହ୍ନଟ କରିବାରେ ଟିକିଏ ସମୟ ଲାଗୁଛି।

କିନ୍ତୁ ଆପଣମାନେ ଜାଣିଛନ୍ତି ଏବଂ ବିଭିନ୍ନ ଗଣମାଧ୍ୟମରେ ଦେଖିପାରୁଛନ୍ତି ପଶ୍ଚିମବଙ୍ଗରେ ବିଜେପି ସରକାର ଆସିବା ପରେ ଏବଂ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଦାୟିତ୍ବ ଗ୍ରହଣ କରିବା ପରେ ହଜାର ହଜାର ବାଂଲାଦେଶୀ ଅନୁପ୍ରବେଶକାରୀ ନିଜ ଆଡ଼ୁ ପଳାୟନ କରିବା ଆରମ୍ଭ କରିଛନ୍ତି।

ବିଜେପି ଯେଉଁଦିନ ନିର୍ବାଚନରେ ବିଜୟ ହାସଲ କଲା ଏହି ପ୍ରକ୍ରିୟା ସେହି ଦିନଠାରୁ ଆରମ୍ଭ ହୋଇଯାଇଥିଲା।

ବର୍ତ୍ତମାନ ମଧ୍ୟ ବାଂଲାଦେଶୀ ଅନୁପ୍ରବେଶକାରୀମାନେ ପଶ୍ଚିମବଙ୍ଗ ଛାଡୁଛନ୍ତି।

ଯେଉଁମାନେ ନିଜ ତରଫରୁ ପଶ୍ଚିମବଙ୍ଗ ଛାଡ଼ିନାହାନ୍ତି ସେମାନଙ୍କୁ ସିଧାସଳଖ ରାଜ୍ୟ ଛାଡ଼ି ଚାଲିଯିବା ପାଇଁ ଦୃଢ଼ ନିର୍ଦ୍ଦେଶ ଦିଆଯାଇଛି।

ନିର୍ଦ୍ଦେଶ ପାଳନ ନକଲେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

ପଶ୍ଚିମବଙ୍ଗରୁ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ମୂଳପୋଛ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ।

ଏଥିରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସରକାର କୌଣସି ପରିସ୍ଥିତିରେ ସାଲିସ କରିବାର ପ୍ରଶ୍ନ ଉଠୁନାହିଁ।

ଏହାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଆଭିମୁଖ୍ୟ ବେଶ୍ ସ୍ପଷ୍ଟ।

ବର୍ତ୍ତମାନ ଅନୁପ୍ରବେଶକାରୀ ଚିହ୍ନଟ ପ୍ରକ୍ରିୟାକୁ ଜୋର୍‌ଦାର୍‌ କରାଯାଇଛି।

ଫାଲଟା ବିଧାନସଭା ନିର୍ବାଚନରେ ଆପଣ ଲକ୍ଷାଧିକ ଭୋଟ୍‌ରେ ବିଜୟ ହାସଲ କରି ଗୋଟିଏ ନୂଆ ଇତିହାସ ସୃଷ୍ଟିକଲେ।

ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନରେ ବିଜେପି ପାଇଁ ଏବଂ ଫାଲଟାରେ ଆପଣଙ୍କ ପାଇଁ ସବୁଠାରୁ ବଡ଼ ଆହ୍ବାନ କ"ଣ ଥିଲା ?ତୃଣମୂଳ କଂଗ୍ରେସର ସରକାର ଓ ଏହାର ମୁଖ୍ୟ ମମତା ବାନାର୍ଜୀ ନିର୍ବାଚନ ଜିତିବା ପାଇଁ ଯେଉଁଭଳି ହିଂସାମାର୍ଗ ଗ୍ରହଣ କରୁଥିଲେ ତାହା ସମସ୍ତଙ୍କୁ ଊଣାଅଧିକେ ଜଣା।

ପଶ୍ଚିମବଙ୍ଗର ନିର୍ବାଚନରେ ହିନ୍ଦୁ ଭୋଟର୍‌ମାନେ ଟିଏମ୍‌ସି ନେତା ଓ କର୍ମୀମାନଙ୍କର ଧମକ, ମାର୍‌ପିଟ ଓ ଲୁଟ୍‌ତରାଜ ଭଳି କାରଣରୁ ଭୟଭୀତ ହୋଇ ଭୋଟ୍‌ ଦେଇପାରନ୍ତି ନାହିଁ।

ଅନେଜ ଜାଗାରେ ଭୋଟର୍‌ମାନେ ସେମାନଙ୍କର ଘରଦ୍ବାର ଛାଡ଼ି ନିର୍ବାଚନ ସମୟରେ ଅନ୍ୟତ୍ର ପଳାୟନ କରିବାର ଦୃଷ୍ଟାନ୍ତ ରହିଛି।

ସେହିପରି ସମାନ ସମସ୍ୟା ଫାଲଟା ନିର୍ବାଚନ ମଣ୍ଡଳୀରେ ମଧ୍ୟ ଦେଖିବାକୁ ମିଳିଥିଲା।

ମୋର ନିର୍ବାଚନ ମଣ୍ଡଳୀରେ ମୁସଲ୍‌ମାନ ସମ୍ପ୍ରଦାୟର ପ୍ରାୟ ୩୫ ପ୍ରତିଶତ ଭୋଟର୍‌ ରହିଛନ୍ତି।

ଯଦି ଆମେ ଅନ୍ୟାନ୍ୟ ସଂପ୍ରଦାୟକୁ ବାଦ୍ ଦେବା ତେବେ ଦେଖିବା ପାଖାପାଖି ୫୨ ପ୍ରତିଶତରୁ ଉର୍ଦ୍ଧ୍ବ ହିନ୍ଦୁ ସଂପ୍ରଦାୟର ଭୋଟର୍‌ ରହିଛନ୍ତି।

ଏହା ସତ୍ତ୍ବେ ପ୍ରତି ନିର୍ବାଚନରେ ସେମାନେ ଭୟଭୀତ ହୋଇ ଭୋଟ୍‌ ଦେବାରୁ ବଞ୍ଚିତ ହେଉଥିଲେ।

ଚଳିତ ପଶ୍ଚିମବଙ୍ଗ ନିର୍ବାଚନରେ ଏହି ଆହ୍ବାନକୁ ମୁକାବିଲା କରିବା ସବୁଠାରୁ ବଡ଼ ସମସ୍ୟା ଭାବେ ଆମ ଆଗରେ ଉଭା ‌େହାଇଥିଲା।

ନିର୍ବାଚନୀ ପରବର୍ତ୍ତୀ ହିଂସାକୁ ଦୃଢ଼ ଭାବେ ନିୟନ୍ତ୍ରଣ କରାଯାଇ ଜନସାଧାରଣଙ୍କର ଧନଜୀବନ ସୁରକ୍ଷିତ ରଖିବାର ବିଶ୍ବାସ ଭୋଟର୍‌ଙ୍କ ମନରେ ବିଜେପି ଜାଗ୍ରତ କରିବାରେ ସଫଳ ହୋଇଥିଲା।

ଏସବୁ ସମସ୍ୟାକୁ ବିଜେପି ସରକାର ସଫଳତାର ସହିତ ମୁକାବିଲା କରି ଶାନ୍ତି ଓ ସମୃଦ୍ଧିର ପଶ୍ଚିମବଙ୍ଗ ଗଠନ କରିପାରିବାର ବାତାବରଣ ସୃଷ୍ଟି କରିବା ମଧ୍ୟ ଆମ ଆଗରେ ବଡ଼ ଆହ୍ବାନ ପାଲଟିଥିଲା।

ପଶ୍ଚିମବଙ୍ଗର ଜନସାଧାରଣ ଏଥର ଟିଏମ୍‌ସି ନେତା ଓ କର୍ମୀଙ୍କ ଧମକରେ ଭୟଭୀତ ନହୋଇ ବହୁସଂଖ୍ୟାରେ ଭୋଟ୍‌ଦାନ କରିଲେ।

ଆମେ ଆହ୍ବାନକୁ ମୁକାବିଲା କରି ବିଜୟୀ ହେଲୁ।

ବର୍ତ୍ତମାନ ଫାଲଟାରେ ଦୀର୍ଘବର୍ଷ ଧରି ରହିଥିବା ପାନୀୟଜଳ ଓ ବେରୋଜଗାର ସମସ୍ୟାକୁ ମୁଁ ସମାଧାନ କରିବାର ଆହ୍ବାନକୁ ଗ୍ରହଣ କରିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।