Democracy: ସାମ୍ବିଧାନିକ ଅନୁଷ୍ଠାନ ଉପରେ ଆକ୍ରମଣ ଗଣତନ୍ତ୍ର ପ୍ରତି ଜନଆସ୍ଥା କମାଏ: ସୋନୋୱାଲ

Nov 23, 2026 - 20:22
Democracy: ସାମ୍ବିଧାନିକ ଅନୁଷ୍ଠାନ ଉପରେ ଆକ୍ରମଣ ଗଣତନ୍ତ୍ର ପ୍ରତି ଜନଆସ୍ଥା କମାଏ: ସୋନୋୱାଲ

ଡିବ୍ରୁଗଡ଼: ନିର୍ବାଚନ କମିସନ୍‌ ଏବଂ ଅନ୍ୟ ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇବା ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ଜନସାଧାରଣଙ୍କ ଆସ୍ଥାକୁ ଦୁର୍ବଳ କରେ।

ରବିବାର ଆସାମର ଡିବ୍ରୁଗଡ଼ଠାରେ ଏକ ନାଗରିକ ସମାବେଶରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ।

Advertisment ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଆୟୋଜିତ ଏହି ସମାବେଶରେ ସେ କହିଥିଲେ, ଗଣତନ୍ତ୍ରରେ ରାଜନୈତିକ ମତଭେଦ ସ୍ୱାଭାବିକ।

କିନ୍ତୁ ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ପାଇଁ ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକର ମର୍ଯ୍ୟାଦା ଓ ବିଶ୍ୱସନୀୟତାକୁ କ୍ଷୁଣ୍ଣ କରିବା ଉଚିତ ନୁହେଁ।

ନିର୍ବାଚନ କମିସନ୍‌ ସମେତ ଦେଶର ସାମ୍ବିଧାନିକ ଓ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକ ପ୍ରତି ଜନସାଧାରଣଙ୍କ ସମ୍ମାନ ଓ ବିଶ୍ୱାସ ବଜାୟ ରଖିବା ପ୍ରତ୍ୟେକ ରାଜନୈତିକ ଦଳର ଦାୟିତ୍ୱ ବୋଲି ସେ ମତ ଦେଇଥିଲେ।

ଲୋକଙ୍କ କଲ୍ୟାଣ ହେବା ଉଚିତ ବିଭିନ୍ନ କ୍ଷେତ୍ରର ପ୍ରତିଷ୍ଠିତ ନାଗରିକଙ୍କ ସହ ଆଲୋଚନା କରି ସୋନୋୱାଲ କହିଥିଲେ ଯେ, ଗଣତନ୍ତ୍ରକୁ ସୁଦୃଢ଼ କରିବା, ସାମାଜିକ ବିକାଶ ଓ ରାଷ୍ଟ୍ର ନିର୍ମାଣ ପାଇଁ ସଚେତନ ତଥା ଦାୟିତ୍ୱବାନ ନାଗରିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ।

ରାଜନୀତିର ମୁଖ୍ୟ ଉଦ୍ଦେଶ୍ୟ କ୍ଷମତା ହାସଲ ନୁହେଁ, ବରଂ ସମାଜର ସେବା ଓ ଲୋକଙ୍କ କଲ୍ୟାଣ ହେବା ଉଚିତ।

ଦେଶର ପ୍ରଗତି ପାଇଁ ସବୁ ବର୍ଗର ଲୋକଙ୍କ ସହଯୋଗ ଓ ସକ୍ରିୟ ଭାଗୀଦାରି ଆବଶ୍ୟକ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ 'ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଓ ସବ୍‌କା ପ୍ରୟାସ' ମନ୍ତ୍ରକୁ ଆଧାର କରି ଭାରତର ଅର୍ଥନୈତିକ ବିକାଶ ଆଗକୁ ବଢ଼ୁଥିବା ସେ କହିଥିଲେ।

ରାଷ୍ଟ୍ର ନିର୍ମାଣ କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ପ୍ରତ୍ୟେକ ନାଗରିକଙ୍କର ମଧ୍ୟ ଦାୟିତ୍ୱ।

ନାଗରିକଙ୍କ ସଚେତନତା, ସକ୍ରିୟ ଅଂଶଗ୍ରହଣ ଓ କର୍ତ୍ତବ୍ୟବୋଧ ହିଁ ଗଣତନ୍ତ୍ରର ଶକ୍ତି ବୋଲି ସେ କହିଥିଲେ।

Cockroach Club: ଯୁବପିଢ଼ିଙ୍କ ପାଇଁ 'କକ୍ରୋଚ୍‌ କ୍ଲବ୍‌' ଆରମ୍ଭ କଲା ସିଜେପି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)