Delhi Police: ନିଟ ପେପର୍ ଲିକ୍ ମାମଲା: ହିଂସାତ୍ମକ ପ୍ରତିବାଦରେ ସାମିଲ ଥିଲେ ଅନେକ ଅପରାଧୀ

Jul 28, 2026 - 18:57
Delhi Police: ନିଟ ପେପର୍ ଲିକ୍ ମାମଲା: ହିଂସାତ୍ମକ ପ୍ରତିବାଦରେ ସାମିଲ ଥିଲେ ଅନେକ ଅପରାଧୀ

"ନୂଆଦିଲ୍ଲୀ: ନିଟ ପେପର୍ ଲିକ୍ ମାମଲାକୁ କେନ୍ଦ୍ର କରି ଜନ୍ତର ମନ୍ତର ଏବଂ ଆଖପାଖ ଅଞ୍ଚଳର ରାସ୍ତାରେ ସପ୍ତାହ ଧରି ଚାଲିଥିବା ହିଂସାତ୍ମକ ପ୍ରତିବାଦ ପଛରେ ଥିବା ସତ୍ୟ ଉପରୁ ପରଦା ଉଠାଇଛି ଦିଲ୍ଲୀ ପୁଲିସ।Advertisment କକ୍ରୋଜ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ପ୍ରତିବାଦ ସମୟରେ ମଝିରେ ମଝିରେ ପଥର ଫିଙ୍ଗାଳି ଏବଂ ହିଂସାରେ ଦିଲ୍ଲୀ ପୁଲିସ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀର ୨୪୦ ଜଣ ଅଧିକାରୀ ଏବଂ କର୍ମଚାରୀ ଗୁରୁତର ଆହତ ହୋଇଥିଲେ।ତଦନ୍ତରୁ ଜଣାପଡ଼ିଛି ଯେ ଭିଡ଼ରେ ଥିବା ୨,୮୭୩ ଜଣ ପ୍ରତିବାଦକାରୀଙ୍କ ମଧ୍ୟରୁ ୯୮୯ ଜଣଙ୍କର ଜଘନ୍ୟ ଅପରାଧିକ ରେକର୍ଡ ରହିଛି। ।

କୃତ୍ରିମ ସୂର୍ଯ୍ୟ ତିଆରି କରୁଛି ଚୀନ୍: ବିଶ୍ୱର ସବୁଠାରୁ ବଡ଼ ଚୁମ୍ବକର ପରୀକ୍ଷଣ ସଫଳ ଦଙ୍ଗାକାରୀଙ୍କ ଦ୍ୱାରା ପଥର ଫିଙ୍ଗାଳି ଏବଂ ହିଂସାର ଢାଞ୍ଚା ଦେଖି, ପୁଲିସ ସନ୍ଦେହ କରିଥିଲା ଯେ ଏହି ଆନ୍ଦୋଳନର ଆଡ଼ରେ ବାହାର ଅପରାଧୀ ଏବଂ ଅସାମାଜିକ ଲୋକମାନେ ଆନ୍ଦୋଳନରେ ଅନୁପ୍ରବେଶ କରିଛନ୍ତି।

ଏହି ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିବା ପାଇଁ ଦିଲ୍ଲୀ ପୁଲିସ ପ୍ରତିବାଦ ସ୍ଥଳ ଏବଂ ଆଖପାଖ ରାସ୍ତାରେ ଏଫଆରଏସ କ୍ୟାମେରା ସ୍ଥାପନ କରିଥିଲା।

ଏହି କ୍ୟାମେରା ମାଧ୍ୟମରେ ଚିହ୍ନଟ ହୋଇଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କ ରେକର୍ଡ ପୁଲିସ ଡାଟାବେସରୁ ଯାଞ୍ଚ କରାଯାଇଥିଲା।

ଏହି ଯାଞ୍ଚରୁ ଜଣାପଡ଼ିଛି ୨୮୭୩ ଜଣ ପ୍ରତିବାଦକାରୀଙ୍କ ମଧ୍ୟରୁ ୯୮୯ଜଣଙ୍କର ଜଘନ୍ୟ ଅପରାଧିକ ଇତିହାସ ରହିଛି।

ଦିଲ୍ଲୀ ପୁଲିସର ତଥ୍ୟ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଜନ୍ତର ମନ୍ତରରେ ହିଂସାତ୍ମକ ପ୍ରଦର୍ଶନ କେବଳ ସାଧାରଣ ଛାତ୍ର କିମ୍ବା ପ୍ରତିବାଦକାରୀଙ୍କ ଦ୍ୱାରା ଗଠିତ ନଥିଲା, ବରଂ ଏକ ସୁଚିନ୍ତିତ ଷଡ଼ଯନ୍ତ୍ରର ଅଂଶ ଭାବରେ ଏକତ୍ରିତ ଅଭ୍ୟାସଗତ ଏବଂ ଜଘନ୍ୟ ଅପରାଧୀଙ୍କ ଭିଡ଼ ଥିଲା।

ଜଘନ୍ୟ ଅପରାଧରେ ଜଡିତ ଦଙ୍ଗାକାରୀଙ୍କ ବିବରଣୀ ପୁଲିସର ଚାଞ୍ଚଲ୍ୟକର ବୟାନ-ଜନ୍ତରମନ୍ତରରେ ହିଂସାତ୍ମକ ପ୍ରଦର୍ଶନ-ଦଙ୍ଗାକାରୀ ଜଘନ୍ୟ ଅପରାଧୀ ସାମିଲ -ହତ୍ୟା ମାମଲାରେ ଅଛନ୍ତି ୧୦୧ଜଣ ସମ୍ପୃକ୍ତ-୬୨ଜଣଙ୍କ ନାମରେ ହତ୍ୟା ଉଦ୍ୟମ ମାମଲା -ଡକାୟତି ମାମଲାରେ ୨୮୪ ଜଣ ସାମିଲ-୬୧ ଜଣଙ୍କ ନାମରେ ରହିଛି ଦୁଷ୍କର୍ମ ମାମଲା-ପୋକ୍ସୋ ମାମଲାରେ ୬ଜଣ ସମ୍ପୃକ୍ତ-ଅସଦାଚରଣ ମାମଲାରେ ୨୫ ଜଣ ସାମିଲ-୨୨୯ ଜଣ ଆର୍ମସ ଆକ୍ଟ ମାମଲାରେ ସମ୍ପୃକ୍ତ-ଛିନତାଇ ମାମଲାରେ ଗଡ଼ୁଛି ୧୩୫ ଜଣ ନାମ-ନିଶା ଦ୍ରବ୍ୟ ମାମଲାରେ ୬୭ ଜଣ ସାମିଲ-ଅପହରଣ ମାମଲାରେ ୧୯ ଜଣ ଅଛନ୍ତି ସମ୍ପୃକ୍ତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।