Delhi HC: ବିଦେଶ ଗସ୍ତରେ ରୋକ୍ ଲଗାଯିବାକୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସୌରଭ ଦାସ

Nov 25, 2026 - 13:00
Delhi HC: ବିଦେଶ ଗସ୍ତରେ ରୋକ୍ ଲଗାଯିବାକୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସୌରଭ ଦାସ

ନୂଆଦିଲ୍ଲୀ: ବିଦେଶ ଯାତ୍ରା କରିବାକୁ ସରକାରୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅଟକାଯାଇଥିବା ଅଭିଯୋଗ କରି 'କକ୍ରୋଚ ଜନତା ପାର୍ଟି' ( ସିଜେପି ) ର ସହ-ଆବାହକ ସୌରଭ ଦାସ ଦିଲ୍ଲୀ ହାଇକୋର୍ଟ ଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ବୁଧବାର ତାଙ୍କ ଓକିଲ ଏହି ମାମଲାର ଜରୁରୀ ଶୁଣାଣି ପାଇଁ ଅଦାଲତରେ ନିବେଦନ କରିଥିବା ବେଳେ କୋର୍ଟ ଆସନ୍ତାକାଲି ଅର୍ଥାତ୍ ଗୁରୁବାର ଏହି ଆବେଦନର ଶୁଣାଣି କରିବାକୁ ନିଷ୍ପତ୍ତି ନେଇଛନ୍ତି।

Advertisment ସୌରଭ ଦାସଙ୍କ ଅଭିଯୋଗ ଅନୁଯାୟୀ, ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସେ ଲଣ୍ଡନ ଯିବାକୁ ଥିବା ବେଳେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ତାଙ୍କୁ ବିମାନରେ ଚଢ଼ିବାରୁ ଅଟକାଇ ଦିଆଯାଇଥିଲା।

ପାସପୋର୍ଟ ତଥ୍ୟରେ ତାଳମେଳ ନଥିବା ଦର୍ଶାଇ କେନ୍ଦ୍ର ସରକାର ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରି ତାଙ୍କୁ ବ୍ରିଟେନ ଗସ୍ତରୁ ବଞ୍ଚିତ କରିଥିବା ସେ ଅଭିଯୋଗ କରିଛନ୍ତି।

ଦାସଙ୍କ ଦାବି ମୁତାବକ, ବିମାନ ଉଡ଼ାଣର ପ୍ରାୟ ପାଞ୍ଚ ଘଣ୍ଟା ପୂର୍ବରୁ ତାଙ୍କୁ ଏହି ନୋଟିସ୍ ପଠାଯାଇଥିଲା ଏବଂ ଏଥିରେ ତାଙ୍କର ଜନ୍ମସ୍ଥାନ ସମ୍ପର୍କିତ ତଥ୍ୟରେ ଥିବା ଅସଙ୍ଗତି ବାବଦରେ ସ୍ପଷ୍ଟୀକରଣ ମଗାଯାଇଥିଲା।

ବିମାନବନ୍ଦରରେ ଇମିଗ୍ରେସନ ଅଧିକାରୀମାନେ ତାଙ୍କୁ ଅଟକାଇ ଉକ୍ତ ନୋଟିସ୍ ଯାଞ୍ଚ କରିବାକୁ କହିଥିଲେ।

ଉକ୍ତ ନୋଟିସରେ କାହିଁକି ତାଙ୍କର ପାସପୋର୍ଟ ଜବତ କରାଯିବ ନାହିଁ ବୋଲି ପ୍ରଶ୍ନ କରାଯିବା ସହ ଜବାବ ଦେବାକୁ ସାତ ଦିନ ସମୟ ଦିଆଯାଇଛି।

ତେବେ ଏହା ତାଙ୍କୁ ହଇରାଣ କରିବା ଏବଂ ଏହି ଆନ୍ଦୋଳନ ସହ ଜଡ଼ିତ ଯୁବକମାନଙ୍କୁ ଭୟଭୀତ କରିବାର ଏକ ପ୍ରୟାସ ବୋଲି ସିଜେପି ସହ-ଆବାହକ ଅଭିଯୋଗ କରିଛନ୍ତି।

ଅକ୍ସଫୋର୍ଡ ୟୁନିଅନରେ କକ୍ରୋଚ ଆନ୍ଦୋଳନ ଉପରେ ବକ୍ତବ୍ୟ ରଖିବା ପାଇଁ ତାଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସ, କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଏବଂ ଏଡିନବର୍ଗ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ତାଙ୍କୁ ବକ୍ତୃତା ଦେବା ପାଇଁ ଆମନ୍ତ୍ରଣ କରିଥିବା ଦାସ କହିଛନ୍ତି।

ଅନ୍ୟପକ୍ଷରେ, ଏହି ଅଭିଯୋଗ ଉପରେ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ମିଳିନାହିଁ।

୨୦୨୬ ମିସ୍ ୟୁନିଭର୍ସ ମୁକୁଟ ଜିତିଲେ ଜେନିଫର୍‌ ବାରେଟୋ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)