Defamation case: ମୋଦୀଙ୍କ ବିରୋଧରେ ମନ୍ତବ୍ୟ: ରାହୁଲଙ୍କ ମାନହାନି ମାମଲା ରଦ୍ଦ ଆବେଦନ ଖାରଜ କଲେ ବମ୍ବେ ହାଇକୋର୍ଟ

Sep 08, 2026 - 21:42
Defamation case: ମୋଦୀଙ୍କ ବିରୋଧରେ ମନ୍ତବ୍ୟ: ରାହୁଲଙ୍କ ମାନହାନି ମାମଲା ରଦ୍ଦ ଆବେଦନ ଖାରଜ କଲେ ବମ୍ବେ ହାଇକୋର୍ଟ

"ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ୨୦୧୮ରେ ଦେଇଥିବା ମନ୍ତବ୍ୟକୁ ନେଇ କଂଗ୍ରେସ ନେତା ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ରୁଜୁ ମାନହାନି ମାମଲା ରଦ୍ଦ କରିବାକୁ ସେ ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ।

ମଙ୍ଗଳବାର ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି।

ବିଚାରପତି ଏନ୍‌ଆର୍‌ ବୋରକର ଏହି ରାୟ ଦେଇଛନ୍ତି।

ତେବେ ରାହୁଲଙ୍କୁ ୬ ସପ୍ତାହ ପାଇଁ ରିହାତି ଦିଆଯାଇଛି।

ଏହି ସମୟ ମଧ୍ୟରେ ସେ ସୁପ୍ରିମ୍‌କୋର୍ଟରେ ଆବେଦନ କରିପାରିବେ।Advertisment ବିଜେପି ନେତା ମହେଶ ଶ୍ରୀଶ୍ରୀମାଲ୍‌ ମୁମ୍ବାଇର ଗିରଗାଓଁ ମାଜିଷ୍ଟ୍ରେଟ୍‌ କୋର୍ଟରେ ଏହି ଅଭିଯୋଗ ଦାଏର କରିଥିଲେ।

ଅଭିଯୋଗ ଅନୁସାରେ, ୨୦୧୮ ସେପ୍ଟେମ୍ବରରେ ରାଜସ୍ଥାନରେ ଏକ ନିର୍ବାଚନୀ ସଭାରେ ରାହୁଲ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ମାନହାନିକାରକ ମନ୍ତବ୍ୟ ଦେଇଥିଲେ।

ଏହା ପରେ ବିଭିନ୍ନ ନ୍ୟୁଜ୍‌ ଚ୍ୟାନେଲ୍‌ ଓ ସୋସିଆଲ୍‌ ମିଡିଆରେ ମୋଦୀଙ୍କୁ ନେଇ ଟ୍ରୋଲିଂ ହୋଇଥିବା ଅଭିଯୋଗ ହୋଇଥିଲା।

୨୦୧୯ ଅଗଷ୍ଟରେ ମାଜିଷ୍ଟ୍ରେଟ୍‌ କୋର୍ଟ ରାହୁଲଙ୍କୁ ସମନ୍‌ ଜାରି କରିଥିଲେ।

ସମନ୍‌ ପାଇବା ପରେ ୨୦୨୧ ଜୁଲାଇରେ ରାହୁଲ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

ପୂର୍ବ ଶୁଣାଣି ସମୟରେ ହାଇକୋର୍ଟ ମହାରାଷ୍ଟ୍ରର ଆଡ୍‌ଭୋକେଟ୍‌ ଜେନେରାଲ୍‌ ମିଲିନ୍ଦ ସାଠେଙ୍କୁ ଆଇନଗତ ପ୍ରଶ୍ନଗୁଡ଼ିକରେ କୋର୍ଟକୁ ସହାୟତା କରିବାକୁ କହିଥିଲେ।

ମଙ୍ଗଳବାର ସାଠେ କହିଥିଲେ ଯେ ମାମଲାରେ ପ୍ରଥମ ଦୃଷ୍ଟିରେ ଅପରାଧର ଉପାଦାନ ରହିଛି।

ତେଣୁ ମାମଲାକୁ ରଦ୍ଦ କରିବାରେ ହାଇକୋର୍ଟର କ୍ଷମତା ସୀମିତ।

Shehzad Poonawalla : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଫଳ : ଶେହଜାଦ ପୁନାୱାଲା ପ୍ରକୃତ ସ୍ବେଚ୍ଛାଚାରୀ ହୋଇପାରିଲେନି ରାହୁଲଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ସୁଦୀପ ପାଶୋଲା ଓ ଆଇନଜୀବୀ କୁଶଲ ମୋର ଯୁକ୍ତି ରଖିଥିଲେ।

ସେମାନେ ମାମଲାକୁ ଭିତ୍ତିହୀନ, ଉଦ୍ଦେଶ୍ୟମୂଳକ ଓ ରାଜନୈତିକ ପ୍ରେରିତ ବୋଲି କହିଥିଲେ।

ଦଳର ଜଣେ ଜଣେ ସଦସ୍ୟଙ୍କୁ ମାନହାନି ମାମଲା କରିବାର ସୁଯୋଗ ଦିଆଗଲେ ଏଭଳି ମାମଲା ବଢ଼ିଯିବ ବୋଲି ସେମାନେ ଯୁକ୍ତି ଦେଇଥିଲେ।

ଅନ୍ୟପକ୍ଷରେ ଶ୍ରୀଶ୍ରୀମାଲ୍‌ଙ୍କ ପକ୍ଷରୁ ଆଇନଜୀବୀ ରୋହନ ମହାଡିକ୍‌ ମାମଲାକୁ ବିରୋଧ କରି କହିଥିଲେ ଯେ ଅଭିଯୋଗକାରୀ ନିଜେ ପ୍ରଭାବିତ ବ୍ୟକ୍ତି ଏବଂ ପ୍ରମାଣ ଦାଖଲ କରିଛନ୍ତି।

ବିଚାରପତି ବୋରକର କହିଛନ୍ତି ଯେ ସମନ୍‌ ଜାରି କରିବା ଆଦେଶରେ ସ୍ପଷ୍ଟ ଆଇନଗତ ତ୍ରୁଟି କିମ୍ବା ଅସଙ୍ଗତି ନାହିଁ।

ରାହୁଲଙ୍କ ମନ୍ତବ୍ୟ କେବଳ ପ୍ରଧାନମନ୍ତ୍ରୀଙ୍କୁ ଲକ୍ଷ୍ୟ କରି ଥିଲା କି ତାହାର ପ୍ରଭାବ ବିଜେପିର ସଦସ୍ୟ ଓ ପଦାଧିକାରୀଙ୍କ ଉପରେ ମଧ୍ୟ ପଡ଼ିଥିଲା, ତାହା ପ୍ରମାଣ ଓ ପ୍ରସଙ୍ଗ ବିଚାର କରି ଟ୍ରାଏଲ୍‌ ସମୟରେ ନିର୍ଣ୍ଣୟ ହେବ।

ତେଣୁ ଏହି ପର୍ଯ୍ୟାୟରେ ମାମଲାକୁ ରଦ୍ଦ କରାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)