Deepika Padukone maternity break: ମାଟର୍ନିଟି ବ୍ରେକ୍ରେ ରହିବେ ଦୀପିକା, ତଥାପି ଅଟକିବନି ‘ରାକା’ ସୁଟିଂ!
ଦ୍ୱିତୀୟ ଥର ମା’ ହେବାକୁ ଯାଉଥିବା ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ମାଟର୍ନିଟି ବ୍ରେକକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ, ତାଙ୍କ ଆଗାମୀ ବିଗ୍ ବଜେଟ୍ ଫିଲ୍ମ ‘ରାକା’କୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଅଲ୍ଲୁ ଅର୍ଜୁନଙ୍କ ସହ ପ୍ରଥମ ଥର ପାଇଁ ସ୍କ୍ରିନ୍ ସେୟାର କରୁଥିବା ଦୀପିକାଙ୍କ ଅନୁପସ୍ଥିତି ସତ୍ତ୍ୱେ ଫିଲ୍ମର ସୁଟିଂ ଅଟକିବ ନାହିଁ।
ଦୀପିକାଙ୍କ ଅନୁପସ୍ଥିତିରେ ମଧ୍ୟ ଚାଲିବ ସୁଟିଂ
ସେପ୍ଟେମ୍ବରରେ ମାଟର୍ନିଟି ବ୍ରେକ୍ରେ ରହିବା ପୂର୍ବରୁ ଦୀପିକା ନିଜର ପ୍ରଥମ ସୁଟିଂ ସିଡ୍ୟୁଲ୍ ଶେଷ କରିଦେବେ। ଏହାପରେ ସେ ଜାନୁଆରୀ ୨୦୨୭ ପର୍ଯ୍ୟନ୍ତ ବିରତିରେ ରହିବେ। ପରେ ଅବଶିଷ୍ଟ ସୁଟିଂ ଓ ପ୍ରମୋସନାଲ୍ କାମ ପାଇଁ ପୁଣି ସେଟ୍କୁ ଫେରିବେ।
ଦୀପିକା ବ୍ରେକ୍ରେ ଥିବା ସମୟରେ ଅଲ୍ଲୁ ଅର୍ଜୁନ ଓ ଅନ୍ୟ କଳାକାରଙ୍କ ସହ ସୁଟିଂ ଜାରି ରହିବ। ଫଳରେ ଫିଲ୍ମର ପ୍ରଡକ୍ସନ୍ ସିଡ୍ୟୁଲ୍ରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ମେକର୍ସ ପୂର୍ବରୁ ଯୋଜନା କରିସାରିଛନ୍ତି।
ଦୁଇ ଭାଗରେ ମୁକ୍ତି ପାଇବ 'ରାକା'
ଅଲ୍ଲୁ ଅର୍ଜୁନ ଓ ଦୀପିକାଙ୍କ ବ୍ୟତୀତ ଫିଲ୍ମରେ ରଶ୍ମିକା ମନ୍ଦାନା, ଜାହ୍ନବୀ କପୁର ଓ ମୃଣାଳ ଠାକୁର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। 'ରାକା'କୁ ଦୁଇ ଭାଗରେ ମୁକ୍ତିଲାଭ କରିବା ପାଇଁ ଯୋଜନା କରାଯାଇଛି ଏବଂ ଉଭୟ ଭାଗ ୨୦୨୭ ମସିହାରେ ରିଲିଜ୍ ହେବାର ସମ୍ଭାବନା ରହିଛି। ପ୍ରଥମ ଭାଗର କାମ ଶେଷ ହେବା ପରେ ଦ୍ୱିତୀୟ ଭାଗର ସୁଟିଂ ସିଡ୍ୟୁଲ୍ ଚୂଡ଼ାନ୍ତ କରାଯିବ।
ଦୀପିକା ଚଳିତ ବର୍ଷ ଏପ୍ରିଲ୍ରେ ନିଜର ଦ୍ୱିତୀୟ ଗର୍ଭଧାରଣ ବିଷୟରେ ଘୋଷଣା କରିଥିଲେ। ଏହି ଖବର ପରେ ତାଙ୍କ ଫ୍ୟାନ୍ମାନଙ୍କ ସହ ବଲିଉଡ୍ ଇଣ୍ଡଷ୍ଟ୍ରିରୁ ମଧ୍ୟ ଅଭିନନ୍ଦନର ସୁଅ ଛୁଟିଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।