Deep Ranjan Bisoyee: ପେରୁ ପାରା ବ୍ୟାଡ୍‌ମିଣ୍ଟନ୍‌: ଦୀପରଞ୍ଜନଙ୍କୁ ସ୍ବର୍ଣ୍ଣ

Aug 10, 2026 - 17:39
Deep Ranjan Bisoyee: ପେରୁ ପାରା ବ୍ୟାଡ୍‌ମିଣ୍ଟନ୍‌: ଦୀପରଞ୍ଜନଙ୍କୁ ସ୍ବର୍ଣ୍ଣ

"ଭୁବନେଶ୍ବର: ଓଡ଼ିଶା ପାରା ବ୍ୟାଡ୍‌ମିଣ୍ଟନ୍‌ ଖେଳାଳିଙ୍କ ଚମତ୍କାରିତା ଅନ୍ତର୍ଜାତୀୟ ସ୍ତରରେ ଜାରି ରହିଛି।

ପେରୁର ଲିମାଠାରେ ଆୟୋଜିତ ପେରୁ ପାରା ବ୍ୟାଡ୍‌ମିଣ୍ଟନ ଇଣ୍ଟରନ୍ୟାସ୍‌ନାଲ୍‌ ଲେଭଲ୍‌-୨ ପ୍ରତିଯୋଗିତାରେ ଓଡ଼ିଶାର ଦୀପରଞ୍ଜନ ବିଶୋୟୀ ସ୍ବର୍ଣ୍ଣ ପଦକ ଜିତି ଦେଶ ଓ ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି।

ପୁରୁଷ ଯୁଗଳଏସ୍‌ଏଲ୍‌୩-ଏସ୍‌ୟୁ୫ରେ ଦୀପରଞ୍ଜନ ଓ ବିରି ଟକର ବିଜେତା ହୋଇଥିଲେ।

ଫାଇନାଲ୍‌ରେ ଏହି ଭାରତୀୟ ଯୋଡ଼ି ୨୧-୧୨, ୨୧-୧୮ରେ ମେକ୍ସିକୋ ଯୋଡ଼ି ମ୍ୟାକ୍ସିମିିଲିଆନୋ ଅଭିଲା ସୋସା ଓ ଆଞ୍ଜେଲ ଗାବ୍ରିଏଲ୍‌ ଗୋମେଜ ଭାଜ୍‌କ୍ବେଜ୍‌ଙ୍କୁ ପରାସ୍ତ କରିଥିଲେ।

ଏହା ପୂର୍ବରୁ ‌ସେମିଫାଇନାଲ୍‌ରେ ଦୀପରଞ୍ଜନ ଓ ବିରି ନିଜର ଦେଶ ଅନ୍ୟଏକ ଯୋଡ଼ି ବିହେନ୍ଦର ଓ ଯୋଗେଶଙ୍କୁ ପରାସ୍ତ କରିଥିଲେ।

ଏହି ସଫଳତା ଲାଗି ଦୀପ୍‌ ରାଜ୍ୟ କ୍ରୀଡ଼ା ଓ ଯୁବସେବା, ଅର୍ଥ ବିଭାଗ ଏବଂ ଓଡ଼ିଶା ପାରା କ୍ରୀଡ଼ା ସଂଘଙ୍କୁ ଧନ୍ୟବାଦ ଜଣାଇଛନ୍ତି।Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media